ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଠେଲକୋମୁଣ୍ଡା ଇନ୍ଦ୍ରାବତୀ କେନାଲ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ୍‌ ସହ ଧକ୍କା ହେବା ପରେ ଏକ କାର୍‌ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା। ଫଳର କାର୍‌ ଭିତରୁ ବାହାରି ନ ପାରି ଜଣେ ବୃଦ୍ଧ ସମେତ ପାଣିରେ ଭାସିଯାଇ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ଲାଲଧର ରାଉତ (୮୨)। ମୃତକମାନେ ଜୟପାଟଣା ବ୍ଲକ ରେଙ୍ଗାଲପାଳି […] The post ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ appeared first on Dharitri Odia News.

ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଠେଲକୋମୁଣ୍ଡା ଇନ୍ଦ୍ରାବତୀ କେନାଲ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ୍‌ ସହ ଧକ୍କା ହେବା ପରେ ଏକ କାର୍‌ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା। ଫଳର କାର୍‌ ଭିତରୁ ବାହାରି ନ ପାରି ଜଣେ ବୃଦ୍ଧ ସମେତ ପାଣିରେ ଭାସିଯାଇ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ଲାଲଧର ରାଉତ (୮୨)। ମୃତକମାନେ ଜୟପାଟଣା ବ୍ଲକ ରେଙ୍ଗାଲପାଳି ଗାଁର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗାଲପାଲି ଗାଁର ବଳଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଝିଅ ଦେଖିବା ପାଇଁ ଏକ କାର୍‌ (ଆର୍‌ଟିଗା)ରେ ଯାଇଥିଲେ। ଅପରାହ୍ନରେ ଉକ୍ତ କାର୍‌ରେ ଘରକୁ ଫେରିବା ବେଳେ ଠେଲକୋମୁଣ୍ଡା ବାମ କେନାଲ ରାସ୍ତାରେ ଏକ ବାଇକ୍‌ ସହ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ କାର୍‌ଟି ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଥିଲା। ସ୍ଥାନୀୟ ଗ୍ରାମବାସୀ ପରିବାର ଲୋକଙ୍କୁ ଉଦ୍ଧାର କରିଥିବାବେଳେ ବୃଦ୍ଧ ଲାଲଧର କାର୍‌ରେ ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ କାର୍‌ରେ ଥିବା ୫ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲା। ସ୍ଥାନୀୟ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରି କେନାଲର ୧ କି.ମି. ଦୂରରେ ଶିଶୁର ମୃତଦେହ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ଆହୁରି ୩ ଜଣ ଗୁରୁତର ହୋଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ସମେତ ଧର୍ମଗଡ଼ ଏସ୍‌ଡ଼ିପିଓ ମନୋଜ ବେହେରା ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

The post ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ appeared first on Dharitri Odia News.