ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା
ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନକୁ ଦିନ ରାଜ୍ୟରେ ମହିଳାଙ୍କୁ ବଳାତ୍କାର, ନାବାଳିକାଙ୍କୁ ବଳାତ୍କାର, ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି। ଏପରିକି ଘରୋଇ ହିଂସା ବୃଦ୍ଧି ପାଉଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁ ଗରିବ ଶ୍ରେଣୀର […] The post ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା appeared first on Dharitri Odia News.
ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ
କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନକୁ ଦିନ ରାଜ୍ୟରେ ମହିଳାଙ୍କୁ ବଳାତ୍କାର, ନାବାଳିକାଙ୍କୁ ବଳାତ୍କାର, ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି। ଏପରିକି ଘରୋଇ ହିଂସା ବୃଦ୍ଧି ପାଉଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁ ଗରିବ ଶ୍ରେଣୀର ଲୋକମାନେ ପରିବାର ପ୍ରତିପୋଷଣ କରିବା ମୁସ୍କିଲ ବୋଲି ସେମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଏହି ଶୋଭାଯାତ୍ରା କରିବା ସମୟରେ ହାତରେ ମଶାଲ ଧରି ପ୍ରତିବାଦ ଜଣାଇଛି।
ପ୍ରକାଶ ଯେ, ଦଳର ବ୍ଲକ ସଭାପତି ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଏହି ମଶାଲ ଶୋଭାଯାତ୍ରା କରାଯାଇଥିବା ବେଳେ ଏଥିରେ ବହୁ କଂଗ୍ରେସ କର୍ମୀ, ନେତା ସାମିଲ ହୋଇଥିଲେ। ପୂର୍ବତନ ବିଧାୟକ ଯାକବ ପ୍ରଧାନଙ୍କ ସମେତ ବିଧାୟକଙ୍କ ବ୍ଲକ ପ୍ରତିନିଧି ପିଟର ଦିଗାଲ,ସପ୍ନା ମଲିକ, ଶ୍ୟାମଘନ ପ୍ରଧାନ, ମାନେକା ପ୍ରଧାନ , ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାଞ୍ଜନ ନାୟକ , କରୁଣାକର ପ୍ରଧାନ, ବିଦ୍ୟାଧର ମଲିକ, ଚକ୍ରଧର ମଲିକ,ସୁରେନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ଦଳର ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ଏହି ମଶାଲ ଶୋଭାଯାତ୍ରା ତିନି ଛକରୁ ଚାରିଛକ ପର୍ଯ୍ୟନ୍ତ ଯାଇଥିଲା
The post ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା appeared first on Dharitri Odia News.