ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ: ଚାଲିଗଲା ଜୀବନ

ଥୁଆମୂଳ ରାମପୁର,୨୭।୨(ଦୁର୍ଗା କୀର୍ତ୍ତି): ଇନ୍ଦ୍ରାବତୀ ଜଳଭଣ୍ତାରରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୬) ଅପରାହ୍ନ ୨.୩୦ରେ ନିକଟରେ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଇବା ସମୟରେ ଅଜାଣତରେ ତାଙ୍କର ଗୋଡ ଖସିଯିବା ଫଳରେ ଗଭୀର ଜଳକୁ ଚାଲିଯାଇଥିଲେ। ଜୀବନ ବିକଳରେ ସେ କୂଳକୁ ଆସିବା […] The post ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ: ଚାଲିଗଲା ଜୀବନ appeared first on Dharitri Odia News.

ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ: ଚାଲିଗଲା ଜୀବନ

ଥୁଆମୂଳ ରାମପୁର,୨୭।୨(ଦୁର୍ଗା କୀର୍ତ୍ତି): ଇନ୍ଦ୍ରାବତୀ ଜଳଭଣ୍ତାରରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୬) ଅପରାହ୍ନ ୨.୩୦ରେ ନିକଟରେ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଇବା ସମୟରେ ଅଜାଣତରେ ତାଙ୍କର ଗୋଡ ଖସିଯିବା ଫଳରେ ଗଭୀର ଜଳକୁ ଚାଲିଯାଇଥିଲେ। ଜୀବନ ବିକଳରେ ସେ କୂଳକୁ ଆସିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଆଉ ବାହାରି ପାରି ନ ଥିଲେ। ପରେ ପରେ ଅକାତ ଜଳ ରାଶିରେ ତାଙ୍କର ଜୀବନ ଦୀପ ଲିଭି ଯାଇଥିଲା।
ଉକ୍ତ ଘଟଣା ଗ୍ରାମର ଲୋକେ ଜାଣିବା ପରେ ପାଡେପଦର ପଞ୍ଚାୟତ ସମିତି ସଭ୍ୟ ମୋହନ ସାଗରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଖବର ପାଇ ସମିତି ସଭ୍ୟ ସାଙ୍ଗେ ସାଙ୍ଗେ ଥୁଆମୁଳ ରାମପୁର ଥାନାଧିକାରୀ ଏବଂ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀଙ୍କୁ ଫୋନ ମାଧ୍ୟରେ ଜଣାଇ ଦେଇଥିଲେ। ଖବର ପାଇ ଥିଆମୁଳ ରାମପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜଳଭଣ୍ତାରରୁ ମୃତଦେହ ଉଦ୍ଧାର କରିବାରେ ଉଦ୍ୟମ କରିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଶୁକ୍ରବାର ସକାଳୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ କରାଯିବ ବୋଲି ମହୁଲପାଟଣା ଫାଣ୍ଡି ଅଧିକାରୀ ଭୀମସେନ ଦଣ୍ଡସେନା ସୂଚନା ଦେଇଛନ୍ତି l ଉକ୍ତ ଘଟଣାସ୍ଥଳରେ ଥୁଆମୁଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ଓ ତହସିଲଦାର ନୀରୋଜ କୁମାର ଭତ୍ରା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ଥିବା ଜଣାପଡିଛି l

The post ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ: ଚାଲିଗଲା ଜୀବନ appeared first on Dharitri Odia News.