ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି
ଥିରୁଭାନନ୍ତପୁରମ୍,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍କୁ ଯାଇ ଭୋଟିଂ କରୁଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଋଷିଆରେ ନିର୍ବାଚନ ପାଇଁ କେରଳରେ ଭୋଟିଂ ହେଉଛି। ଜାଣି ଆଶ୍ଚର୍ଯ୍ୟ ହେଲେ ବି ଏହା ସତ। କେରଳର ଥିରୁଭାନନ୍ତପୁରମରେ ଏନେଇ ମତଦାନ ହେଉଛି। ବହୁ ମତଦାତା ଏଥିରେ ଭାଗ ନେଇ […] The post ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି appeared first on Dharitri Odia News.
ଥିରୁଭାନନ୍ତପୁରମ୍,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍କୁ ଯାଇ ଭୋଟିଂ କରୁଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଋଷିଆରେ ନିର୍ବାଚନ ପାଇଁ କେରଳରେ ଭୋଟିଂ ହେଉଛି। ଜାଣି ଆଶ୍ଚର୍ଯ୍ୟ ହେଲେ ବି ଏହା ସତ।
କେରଳର ଥିରୁଭାନନ୍ତପୁରମରେ ଏନେଇ ମତଦାନ ହେଉଛି। ବହୁ ମତଦାତା ଏଥିରେ ଭାଗ ନେଇ ଭୋଟିଂ କରୁଛନ୍ତି। ତେବେ କହିରଖୁଛୁ କି, ଭାରତରେ ରହୁଥିବା ଋଷୀୟ ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ଋଷିଆ ଏହି ବନ୍ଦୋବସ୍ତ କରିଛି। ଋଷିଆର ବାଣିଜ୍ୟ ଦୂତବାସ ଏହାକୁ ପରିଚାଳନା କରୁଛି। ଥିରୁଭାନନ୍ତପୁରମରେ ଥିବା ଋଷିଆନ ସଦନରେ ଏହି ଭୋଟିଂ ପାଇଁ ବୁଥ୍ ପ୍ରତିଷ୍ଠା ହୋଇଛି। ଏହା ତୃତୀୟ ଥର ପାଇଁ ହେଉଛି ଯେଉଁଥିରେ ଦେଶରେ ଋଷିଆ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଋଷିଆର ୧୧ଟି କ୍ଷେତ୍ର ପାଇଁ ତିନି ପର୍ଯ୍ୟାୟ ଧରି ଥିରୁଭାନନ୍ତପୁରମରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭୋଟିଂରେ ଋଷିଆ ଅକ୍ତିଆର କରିଥିବା ୟୁକ୍ରେନର କେତେକ କ୍ଷେତ୍ର ମଧ୍ୟ ସାମିଲ ରହିଛି।
ସୂଚନାଯୋଗ୍ୟ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କାର୍ଯ୍ୟକାଳ ୬ବର୍ଷ ଆହୁରି ବଢିବାର ଆଶଙ୍କା ରହିଛି। କାରଣ ପୁଟିନ ର୍ନିବିରୋଧ ନିର୍ବାଚନ ଲଢୁଛନ୍ତି।
The post ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି appeared first on Dharitri Odia News.