ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ ଅନ୍ତଃ କନ୍ଦଳ ଦେଖିବାକୁ ମଧ୍ୟ ମିଳୁଛି। ଅନ୍ୟପକ୍ଷରେ ଟିକେଟ ପାଇବା ପାଇଁ ଆଶାୟୀଙ୍କ ଲବି ଜୋର୍‌ଦାର ହେଉଛି। ନିକଟରେ ବିଜେଡି ଏହାର ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟ ଆସନଗୁଡ଼ିକ ପାଇଁ ଦିନେ ଦୁଇଦିନ ମଧ୍ୟରେ ଟିକେଟ ଘୋଷଣା ହେବ ବୋଲି କୁହାଯାଉଛି। […] The post ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା appeared first on Dharitri Odia News.

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ ଅନ୍ତଃ କନ୍ଦଳ ଦେଖିବାକୁ ମଧ୍ୟ ମିଳୁଛି। ଅନ୍ୟପକ୍ଷରେ ଟିକେଟ ପାଇବା ପାଇଁ ଆଶାୟୀଙ୍କ ଲବି ଜୋର୍‌ଦାର ହେଉଛି। ନିକଟରେ ବିଜେଡି ଏହାର ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟ ଆସନଗୁଡ଼ିକ ପାଇଁ ଦିନେ ଦୁଇଦିନ ମଧ୍ୟରେ ଟିକେଟ ଘୋଷଣା ହେବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଦଳ ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ କସରତ କରୁଛି। କେତେକ ଆସନରେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଦଳର ବରିଷ୍ଠ ନେତାମାନେ ଉଦ୍ୟମ ଜାରି ରଖିଛନ୍ତି। ଶୁଣିବାକୁ ମିଳୁଛି ଯେ, ଖଣ୍ଡପଡ଼ା ବିଧାନସଭା ଆସନରେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କିମ୍ବା ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିପାରେ। ଏନେଇ ଗୁରୁବାର ସନ୍ଧ୍ୟାରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଧାୟକ ସୌମ୍ୟଙ୍କ ବାସଭବନକୁ ଯାଇ ଏନେଇ ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ତନୟା ଗୁରୁବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଥିବା କୁହାଯାଉଛି।

The post ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା appeared first on Dharitri Odia News.