ଇନ୍ଦ୍ରାବତୀରେ ଜଳ ସଙ୍କଟ ! ଜଳଭଣ୍ଡାରରେ କମୁଛି ଜଳସ୍ତର, ପଙ୍କ ଉଦ୍ଧାର ପରେ ଚୁପ ବିଭାଗ
କନକ ବ୍ୟୁରୋ : କଳାହାଣ୍ଡିର ଏକ ଲକ୍ଷରୁ ଉର୍ଦ୍ଧ୍ୱ ଚାଷ ଜମିର ଭରସା ଇନ୍ଦ୍ରାବତୀ ଜଳ ଭଣ୍ଡାର । ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରୁଥିବା ଜଳଭଣ୍ଡାର ଚାଷୀଙ୍କ ପାଇଁ ବରଦାନ ବୋଲି କୁହାଯାଏ । ହେଲେ ଧିରେ ଧିରେ ଇନ୍ଦ୍ରାବତୀରେ ଜଳସ୍ତର କମୁଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ । କେବଳ ପଙ୍କ ଉଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚୁପ୍ ବସିଛି ବିଭାଗ । ରବି ଚାଷ ପାଇଁ ସୀମିତ ଅଞ୍ଚଳକୁ ଜଳ ଯୋଗାଇବ ଇନ୍ଦ୍ରାବତୀ । ଜଳଭଣ୍ଡାରରେ ଜଳସ୍ତର କମିବାରୁ ଏଭଳି ନୋଟିସ ଜାରି କରିଛି ଜଳ ଯୋଗାଣ ବିଭାଗ । କେତେ ଅଞ୍ଚଳକୁ ଚାଷ ପାଇଁ ପାଣି ଯୋଗାଇ ଦିଆଯିବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ସହ ତୁହାକୁ ତୁହା ବୈଠକ କରୁଛି ଜଳ ସେଚନ ବିଭାଗ । କିନ୍ତୁ ଏଯାଏଁ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନି । ବର୍ତ୍ତମାନ ପାଇଁ ଜଳସେଚନ ବନ୍ଦ ରହିଛି। ବିଦ୍ୟୁତ ଉତ୍ପାଦନରେ ବ୍ୟବହାର ହେଉଥିବା ପାଣିକୁ ସଞ୍ଚୟ ନକରି ସିଧା ହାତୀନଦୀକୁ ଛଡ଼ାଯାଉଛି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଓ ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଥିବା ଅଭିଯୋଗ ହୋଇଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର । ସର୍ବନିମ୍ନ ଜଳସ୍ତର ୬୨୫ ମିଟର । ବର୍ତ୍ତମାନ ୬୩୪.୫୦ ମିଟରରେ

କନକ ବ୍ୟୁରୋ : କଳାହାଣ୍ଡିର ଏକ ଲକ୍ଷରୁ ଉର୍ଦ୍ଧ୍ୱ ଚାଷ ଜମିର ଭରସା ଇନ୍ଦ୍ରାବତୀ ଜଳ ଭଣ୍ଡାର । ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରୁଥିବା ଜଳଭଣ୍ଡାର ଚାଷୀଙ୍କ ପାଇଁ ବରଦାନ ବୋଲି କୁହାଯାଏ । ହେଲେ ଧିରେ ଧିରେ ଇନ୍ଦ୍ରାବତୀରେ ଜଳସ୍ତର କମୁଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ । କେବଳ ପଙ୍କ ଉଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚୁପ୍ ବସିଛି ବିଭାଗ ।
ରବି ଚାଷ ପାଇଁ ସୀମିତ ଅଞ୍ଚଳକୁ ଜଳ ଯୋଗାଇବ ଇନ୍ଦ୍ରାବତୀ । ଜଳଭଣ୍ଡାରରେ ଜଳସ୍ତର କମିବାରୁ ଏଭଳି ନୋଟିସ ଜାରି କରିଛି ଜଳ ଯୋଗାଣ ବିଭାଗ । କେତେ ଅଞ୍ଚଳକୁ ଚାଷ ପାଇଁ ପାଣି ଯୋଗାଇ ଦିଆଯିବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ସହ ତୁହାକୁ ତୁହା ବୈଠକ କରୁଛି ଜଳ ସେଚନ ବିଭାଗ । କିନ୍ତୁ ଏଯାଏଁ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନି ।
ବର୍ତ୍ତମାନ ପାଇଁ ଜଳସେଚନ ବନ୍ଦ ରହିଛି। ବିଦ୍ୟୁତ ଉତ୍ପାଦନରେ ବ୍ୟବହାର ହେଉଥିବା ପାଣିକୁ ସଞ୍ଚୟ ନକରି ସିଧା ହାତୀନଦୀକୁ ଛଡ଼ାଯାଉଛି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଓ ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଥିବା ଅଭିଯୋଗ ହୋଇଛି ।
ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର । ସର୍ବନିମ୍ନ ଜଳସ୍ତର ୬୨୫ ମିଟର । ବର୍ତ୍ତମାନ ୬୩୪.୫୦ ମିଟରରେ ପହଞ୍ଚିଛି ଜଳସ୍ତର । ପୂର୍ବ ବର୍ଷ ତୁଳନାରେ ୧.୬୪ ମିଟର କମ୍ । ଯଦି ସବୁ ଅଞ୍ଚଳରେ ଜଳ ଯୋଗାଣ ହୁଏ ତେବେ ସର୍ବନିମ୍ନ ଜଳସ୍ତର ଆହୁରି ତଳକୁ ଖସିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଏ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ନକରି ଜଳଭଣ୍ଡାରରୁ ପଙ୍କ ଉଦ୍ଧାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।