ଇଫ୍ତାର ପାର୍ଟି ପାଇଁ ଚର୍ଚ୍ଚାରେ ଥଲାପତି ବିଜୟ, ଜାଣନ୍ତୁ ତାଙ୍କର ପୁରା ନାମ, ପରିଚୟ ଓ ଧର୍ମ

ରୋୟାପେଟ୍ଟା ୮।୩ : ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ରମଜାନ ଅବସରରେ ପ୍ରଥମ ଶୁକ୍ରବାର (ଜୁମ୍ମେ) ଇଫ୍ତାର ପାର୍ଟିର ଆୟୋଜନ କରିଥିଲେ। ତାଙ୍କ ରାଜନୈତିକ ପାର୍ଟି ତାମିଲଗା ଭେଟ୍ରି କାଜାଗାମ ପକ୍ଷରୁ ଇଫ୍ତାରର ସମସ୍ତ ଆୟୋଜନ କରାଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟକ୍ରମକୁ ଚେନ୍ନାଇର ୧୫ଟି ମସଜିଦର ଇମାମ ମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଏଥିରେ ୩ହଜାର ଲୋକଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରମଜାନର ପ୍ରଥମ ଇଫ୍ତାର ପାର୍ଟିରେ ଅଭିନେତା ଥଲାପତି  ବିଜୟ ସମ୍ପୂର୍ଣ୍ଣ ରୂପେ ଇସ୍ଲାମ ଧର୍ମ ପାଳନ କରିଛନ୍ତି। ଫ୍ରି ପ୍ରେସ୍ ଜର୍ଣ୍ଣାଲ ଅନୁସାରେ ବିଜୟ ଏହି ଦିନ ନିମନ୍ତେ ଦିନିକିଆ ରୋଜା ବି ରଖିଥିଲେ ଓ ନମାଜ ପଢିବା ପରେ ରୋଜା ଖୋଲିଥିଲେ। ଥଲାପତି  ବିଜୟଙ୍କ ଇଫ୍ତାର ପାର୍ଟିର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବିଜୟଙ୍କୁ ଦରି ଉପରେ ସବୁ ଇମାମମାନଙ୍କ ସହିତ ବସିଥିବାର ଦେଖାଯାଉଛି ଓ ରୋଜୋ ଖୋଲିବା ପୂର୍ବର ଦୁଆ ପଢୁଛନ୍ତି। Thalapathy Vijay joins the #Iftar celebrations and breaks his fast ???????????? #TVKVijay @actorvijay @TVKVijayHQ pic.twitter.com/ZGNZRBpJwC— Telugu Cineverse (@TeluguCineverse) March 8, 2025ଏହି ଭିଡିଓ ଏବଂ ଫଟୋ ଦେଖିବା ପରେ ଲୋକେ ବାହା ବାହା ତ କରୁଛନ୍ତି ତେବେ ଆଉ ଅନେକ ତ

ଇଫ୍ତାର ପାର୍ଟି ପାଇଁ ଚର୍ଚ୍ଚାରେ ଥଲାପତି ବିଜୟ, ଜାଣନ୍ତୁ ତାଙ୍କର ପୁରା ନାମ, ପରିଚୟ ଓ ଧର୍ମ

ରୋୟାପେଟ୍ଟା ୮।୩ : ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ରମଜାନ ଅବସରରେ ପ୍ରଥମ ଶୁକ୍ରବାର (ଜୁମ୍ମେ) ଇଫ୍ତାର ପାର୍ଟିର ଆୟୋଜନ କରିଥିଲେ। ତାଙ୍କ ରାଜନୈତିକ ପାର୍ଟି ତାମିଲଗା ଭେଟ୍ରି କାଜାଗାମ ପକ୍ଷରୁ ଇଫ୍ତାରର ସମସ୍ତ ଆୟୋଜନ କରାଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟକ୍ରମକୁ ଚେନ୍ନାଇର ୧୫ଟି ମସଜିଦର ଇମାମ ମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଏଥିରେ ୩ହଜାର ଲୋକଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। 

ରମଜାନର ପ୍ରଥମ ଇଫ୍ତାର ପାର୍ଟିରେ ଅଭିନେତା ଥଲାପତି  ବିଜୟ ସମ୍ପୂର୍ଣ୍ଣ ରୂପେ ଇସ୍ଲାମ ଧର୍ମ ପାଳନ କରିଛନ୍ତି। ଫ୍ରି ପ୍ରେସ୍ ଜର୍ଣ୍ଣାଲ ଅନୁସାରେ ବିଜୟ ଏହି ଦିନ ନିମନ୍ତେ ଦିନିକିଆ ରୋଜା ବି ରଖିଥିଲେ ଓ ନମାଜ ପଢିବା ପରେ ରୋଜା ଖୋଲିଥିଲେ। ଥଲାପତି  ବିଜୟଙ୍କ ଇଫ୍ତାର ପାର୍ଟିର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବିଜୟଙ୍କୁ ଦରି ଉପରେ ସବୁ ଇମାମମାନଙ୍କ ସହିତ ବସିଥିବାର ଦେଖାଯାଉଛି ଓ ରୋଜୋ ଖୋଲିବା ପୂର୍ବର ଦୁଆ ପଢୁଛନ୍ତି। 


ଏହି ଭିଡିଓ ଏବଂ ଫଟୋ ଦେଖିବା ପରେ ଲୋକେ ବାହା ବାହା ତ କରୁଛନ୍ତି ତେବେ ଆଉ ଅନେକ ତାଙ୍କ ଧର୍ମକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଜଣେ ନେଟିଜେନ ଇଏ କ’ଣ ମୁସଲମାନ? ମୁଁ ତ ଏହାଙ୍କୁ ହିନ୍ଦୁ ଭାବୁଥିଲି ବୋଲି ଉଲ୍ଲେଖ କରିଛନ୍ତି। ତେବେ ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ଜନ୍ମ ତାମିଲନାଡୁର ଏକ ଇସାଇ ପରିବାରରେ ହୋଇଥିଲା। ସେ ଭିଲ୍ଲାଲର ଜାତି ସହ ସମ୍ପର୍କିତ। ତାଙ୍କ ପୁରା ନାମ ଜୋସେଫ ବିଜୟ ଚନ୍ଦ୍ର ଶେଖର। ତାଙ୍କ ପିତା ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ। ତାଙ୍କ ପିତାଙ୍କ ନାମ ଏସ୍.ଏ.ଚନ୍ଦ୍ରଶେଖର ଓ ମାତାଙ୍କ ନାମ ଶୋଭା ଚନ୍ଦ୍ର ଶେଖର। ବିଜୟଙ୍କ ମା ଜଣେ ପ୍ଲେବ୍ୟାକ୍ ସିଙ୍ଗର ଭାବେ ବେଶ୍ ଜଣାଶୁଣା। 


ତାମିଲ ସିନେମା ସୁପରଷ୍ଟାର ଥଲାପତି ବିଜୟ ତାଙ୍କ ଅଭିନୟ କ୍ୟାରିୟରରେ ଏକାଧିକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ହେଲେ କିଛି ସମୟ ପୂର୍ବରୁ ସେ ତାଙ୍କ ଫ୍ୟାନସଙ୍କୁ ଚକିତ କରି ନିଜର ରାଜନୈତିକ ଦଳ ଘୋଷଣା କରିଥିଲେ। ତାଙ୍କ ଶେଷ ଫିଲ୍ମ ଥଲାପତି 69 ବା ଜନ ନାୟଗନ। ସେ ଏବେ ରାଜନୀତିରେ ତାଙ୍କ ପରିଚୟ ସୃଷ୍ଟି କରିବେ। ଯେଉଁଥି ପାଇଁ ସେ ନିଜର ଏକ ଅଲଗା ପାର୍ଟି ମଧ୍ୟ ଗଢିଛନ୍ତି। ଥଲାପତି ରାଜନୀତିକୁ ଆସିବା ପରେ ରମଜାନର ପ୍ରଥମ ଶୁକ୍ରବାର ଇଫ୍ତାର ପାର୍ଟି ଆୟୋଜନ କରିଥିଲେ।