ଇବ ନଦୀରେ ବୁଡ଼ି ଯୁବକ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ଇବ ନଦୀରେ ବୁଡ଼ିଗଲେ ଯୁବକ। ସୁନ୍ଦରଗଡ଼ ଜିଲା ତଳସରା ଅନ୍ତର୍ଗତ ବାଲିଶଙ୍କରା ଘୋଘର ନିକଟରେ ରବିବାର ଏହି ଅଘଟଣ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳିପାରିନାହିଁ। ଯୁବକ ଜଣଙ୍କ ନାଁ ହେଉଛି ସାତ୍ତ୍ଵିକ ଏବଂ ଘର ବିଶାଖାପାଟଣାରେ। ସେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ କନାକୁଣ୍ଡ ବୁଲିବାକୁ ଆସିଥିବାବେଳେ ଏହି ଘଟଣା ଘଟିଛି। ପୂର୍ବରୁ ଏହି ସ୍ଥାନରେ ବୁଡ଼ି ୫ ଜଣ ପ୍ରାଣ ହରାଇଥିବା […]

ଇବ ନଦୀରେ ବୁଡ଼ି ଯୁବକ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ଇବ ନଦୀରେ ବୁଡ଼ିଗଲେ ଯୁବକ। ସୁନ୍ଦରଗଡ଼ ଜିଲା ତଳସରା ଅନ୍ତର୍ଗତ ବାଲିଶଙ୍କରା ଘୋଘର ନିକଟରେ ରବିବାର ଏହି ଅଘଟଣ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳିପାରିନାହିଁ। ଯୁବକ ଜଣଙ୍କ ନାଁ ହେଉଛି ସାତ୍ତ୍ଵିକ ଏବଂ ଘର ବିଶାଖାପାଟଣାରେ। ସେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ କନାକୁଣ୍ଡ ବୁଲିବାକୁ ଆସିଥିବାବେଳେ ଏହି ଘଟଣା ଘଟିଛି। ପୂର୍ବରୁ ଏହି ସ୍ଥାନରେ ବୁଡ଼ି ୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।