ହକି ଇଣ୍ଡିଆ ଲିଗ୍‌ : ବେଙ୍ଗଲ ଟାଇଗର୍ସ ଓ ସୁର୍‌ମା ଏଚ୍‌ସି ବିଜୟୀ

ରାଉରକେଲା: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍‌ ପୁରୁଷ ବର୍ଗ ଷଷ୍ଠ ସଂସ୍କରଣ -୨୦୨୪-୨୫ର ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା।ଏଥିରେ ଶ୍ରଚୀ ରର୍‌ ବେଙ୍ଗଲ ଟାଇଗର୍ସ ଓ ସୁରମା ହକି କ୍ଲବ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ଶ୍ରଚୀ ରର୍‌ ବେଙ୍ଗଲ ଟାଇଗର୍ସ ୩-୨ ଗୋଲରେ ହାଇଦରାବାଦ୍‌ ତୋଫାନ୍‌ର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରଚୀ ରର୍‌ ବେଙ୍ଗଲ ଟାଇଗର୍ସ ୩ ପଏଣ୍ଟ ପାଇଛି। ଖେଳର ୯ ମିନିଟ୍‌ରେ ଶ୍ରଚୀ […]

ହକି ଇଣ୍ଡିଆ ଲିଗ୍‌ : ବେଙ୍ଗଲ ଟାଇଗର୍ସ ଓ ସୁର୍‌ମା ଏଚ୍‌ସି ବିଜୟୀ

ରାଉରକେଲା: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍‌ ପୁରୁଷ ବର୍ଗ ଷଷ୍ଠ ସଂସ୍କରଣ -୨୦୨୪-୨୫ର ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା।ଏଥିରେ ଶ୍ରଚୀ ରର୍‌ ବେଙ୍ଗଲ ଟାଇଗର୍ସ ଓ ସୁରମା ହକି କ୍ଲବ ବିଜୟୀ ହୋଇଛନ୍ତି।
ପ୍ରଥମ ମ୍ୟାଚରେ ଶ୍ରଚୀ ରର୍‌ ବେଙ୍ଗଲ ଟାଇଗର୍ସ ୩-୨ ଗୋଲରେ ହାଇଦରାବାଦ୍‌ ତୋଫାନ୍‌ର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରଚୀ ରର୍‌ ବେଙ୍ଗଲ ଟାଇଗର୍ସ ୩ ପଏଣ୍ଟ ପାଇଛି।

ଖେଳର ୯ ମିନିଟ୍‌ରେ ଶ୍ରଚୀ ରର୍‌ ବେଙ୍ଗଲ ଟାଇଗର୍ସ ପକ୍ଷରୁ ଯୁଗରାଜ ସିଂହ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ବେଙ୍ଗଲ ଟାଇଗର୍ସ ୧-୦ ଗୋଲରେ ଆଗୁଆ ରହିଥିଲା। ୨୦ ମିନିଟ୍‌ରେ ବେଙ୍ଗଲ ଟାଇଗର୍ସ ପକ୍ଷରୁ ସୁଖଜିତ ସିଂହ ଦ୍ବିତୀୟ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ବେଙ୍ଗଲ ଟାଇଗର୍ସ ୨-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୬ ମିନିଟ୍‌ରେ ବେଙ୍ଗଲ ଟାଇଗର୍ସ ପକ୍ଷରୁ ୟୁସୁଫ ଆଫାନ ତୃତୀୟ ଗୋଲ ଦେଇଥିଲେ। ୪୧ ମିନିଟ୍‌ରେ ହାଇଦରାବାଦ୍‌ ତୋଫାନ୍‌ସ ପକ୍ଷରୁ ଡାନିଏଲ ତିମୋତି ଗୋଲ ଦେଇ ମ୍ୟାଚକୁ ୧-୩ ସ୍ତରକୁ ଆଣିଥିଲେ।

୫୯ ମିନିଟ୍‌ରେ ହାଇଦରାବାଦ୍‌ ପକ୍ଷରୁ ଅଥୁର ଡି ସ୍ଲୋଭର ଦ୍ବିତୀୟ ଗୋଲ ପରିଶୋଧ କରିଥିଲେ ମଧ୍ୟ ଦଳ ୨-୩ ଗୋଲରେ ପରାଜିତ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚରେ ସୁର୍‌ମା ହକି କ୍ଳବ ସୁଟ୍‌ଆଉଟ୍‌ ୧-୧(୪-୧) ଗୋଲରେ ତାମିଲନାଡୁ ଡାର୍ଗନ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିବାରୁ ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା। ଏଥିରେ ସୁର୍‌ମା ହକି କ୍ଲବ ୪-୧ ଗୋଲରେ ବିଜୟୀ ହୋଇଥିଲା।

ମ୍ୟାଚର ପ୍ରଥମ, ଦ୍ବିତୀୟ ଓ ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଅନ୍ତିମ କ୍ବାର୍ଟର ତଥା ଖେଳର ୪୯ ମିନିଟ୍‌ରେ ତାମିଲନାଡୁ ଡ୍ରାଗନ୍ସକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ନାଥମ ଇଫରାମସ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ସୁରମା ହକି କ୍ଲବ ପକ୍ଷରୁ ୫୪ ମିନିଟ୍‌ରେ ଗୁର୍‌ଜାଣ୍ଟ ସିଂହ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ଏହି ବିଜୟ ସହ ସୁର୍‌ମା ହକି କ୍ଲବକୁ ୨ ଓ ତାମିଲନାଡୁ ଡ୍ରାଗନ୍ସ ୧ ପଏଣ୍ଟ ମିଳିଛି।