ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟ ଗଣତି ପରେ... The post ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ appeared first on .

ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟ ଗଣତି ପରେ ଇଭିଏମ ମେସିନରେ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଜିତିଲେ ମେସିନ ଠିକ୍, ଆଉ ହାରିଲେ ମେସିନ ସହ ହେରଫେର କେମିତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଇଭିଏମକୁ ବାଦ ଦେଇ ବାଲଟ ପେପରରେ ଭୋଟ ଗ୍ରହଣ କରିବାକୁ ନେଇ ହୋଇଥିବା କେଏ. ପଲଙ୍କ ଆବେଦନ ଉପରେ ଶୁଣାଣି କରି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ବେଂଚ। ଆବଦନକାରୀ ଅଦାଲତରେ ପୂର୍ବରୁ ଜଗନମୋହନ ରେଡ୍ଡି ଏବଂ ଚନ୍ଦ୍ରବାବୁ ନାଇଡୁ ଭଳି ନେତା ଇଭିଏମ ତଥ୍ୟ ହେରଫେର ନେଇ ପ୍ରଶ୍ନ ଉଠାଇଥିଲେ ବୋଲି କହିଥିଲେ। ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ ଯେ, ଯେତେବେଳେ ଚନ୍ଦ୍ରବାବୁ ନାଇଡୁ ଓ ଜଗନମୋହନ ରେଡ୍ଡି ନିର୍ବାଚନରେ ପରାସ୍ତ ହେଉଛନ୍ତି ସେମାନେ ଇଭିଏମକୁ ନେଇ ପ୍ରଶ୍ନ ଉଠାଉଠଛନ୍ତି ଆଉ ଯେତେବେଳେ ବିଜୟୀ ହେଉଛନ୍ତି ସେତେବେଳେ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି। ଆବେଦନକାରୀ ଶିଳ୍ପପତି ଏଲନ ମସ୍କଙ୍କ ଉଦାହରଣ ଦେଇ ମଧ୍ୟ ଇଭିଏମର ତଥ୍ୟକୁ ହେରଫେର କରାଯାଇପାରିବ ବୋଲି ଦେଇଥିବା ତଥ୍ୟକୁ ଉପସ୍ଥାପନ କରିଥିଲେ। ଆବେଦନକାରୀ ଦେଢଶହରୁ ଅଧିକ ଦେଶ ଗସ୍ତ କରିଛି ବୋଲି କହିବା ସହ ଅଧିକାଂଶ ଦେଶରେ ବାଲଟ ପେପରରେ ଭୋଟଗ୍ରହଣ ହେଉଛି ବୋଲି କହିଥିଲେ। ଭାରତ ମଧ୍ୟ ବାଲଟ ପେରର ଭୋଟଗ୍ରହଣ ବ୍ୟବସ୍ଥାକୁ ପୁଣି ଆପଣାଇବା ଉଚିତ ବୋଲି  ଦର୍ଶାଇଥିଲେ। ତେବେ କୋର୍ଟ ଏହାର ଯବାବରେ କହିଥିଲେ ଯେ, ତୁମେ କାହିଁକି ଅନ୍ୟ ଦେଶଠାରୁ କିଛିଟା ଅଲଗା ହେବାକୁ ଚାହୁଁନାହଁ। ସେହିପରି ପୂର୍ବରୁ EVMକୁ ନେଇ ବିରୋଧୀ ଆଣିଥିବା ସମସ୍ତ ଅଭିଯୋଗକୁ ନିରାଧାର କହିବା ସହ ଏଥିରେ କୌଣସି ପ୍ରମାଣ ମିଳିନଥିବା କହିଥିଲେ ନିର୍ବାଚନ କମିଶନ।

The post ଇଭିଏମ ତ୍ରୁଟି ପ୍ରସଙ୍ଗରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ appeared first on .