ପାଞ୍ଚ ହଜାରର ଭୋଟ ରାଜନୀତି କରୁଛନ୍ତି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବହୁ ଆଲୋଚିତ ସୁଭଦ୍ରା ଯୋଜନାକୁ ଶକ୍ତ ଧକ୍କା ଲାଗିଛି । ମହିଳାଙ୍କୁ ବିଜେପି ସରକାର... The post ପାଞ୍ଚ ହଜାରର ଭୋଟ ରାଜନୀତି କରୁଛନ୍ତି : ପ୍ରମିଳା ମଲ୍ଲିକ appeared first on .

ପାଞ୍ଚ ହଜାରର ଭୋଟ ରାଜନୀତି କରୁଛନ୍ତି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବହୁ ଆଲୋଚିତ ସୁଭଦ୍ରା ଯୋଜନାକୁ ଶକ୍ତ ଧକ୍କା ଲାଗିଛି । ମହିଳାଙ୍କୁ ବିଜେପି ସରକାର ପ୍ରତାରଣା କରିଥିବା ଅଭିଯୋଗରେ ୧୮ ହଜାର ୭୩୫ଜଣ ମହିଳା ଆବେଦନ କରିବା ସତ୍ତ୍ବେ ସୁଭଦ୍ରା ସହାୟତା ନନେବାକୁ ନିଷ୍ପତ୍ତି ନେଇଛନ୍ତି । ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ୧ କୋଟି ୫ଲକ୍ଷ ୩୬ ହଜାର ୬୧୨ ଜଣ ମହିଳାଙ୍କ ମଧ୍ୟରୁ ଡିସେମ୍ବର ୩ ତାରିଖ ସୁଦ୍ଧା ୧୮ ହଜାରରୁ ଅଧିକ ମହିଳା ଆବେଦନପତ୍ର ଫେରାଇନେଇଛନ୍ତି । ସୁଭଦ୍ରା ପୋର୍ଟାଲରେ ଆବେଦନ ପରେ ମଧ୍ୟ ମହିଳାମାନେ ଚାହିଁଲେ ସେମାନେ ଅପ୍ଟ-ଆଉଟ କରିବା ବ୍ୟବସ୍ଥା ରହିଛି । ତେଣୁ ୧୮ ହଜାରରୁ ଅଧିକ ମହିଳା ଏହି ଯୋଜନାରୁ ନିଜକୁ ଅପ୍ଟ-ଆଉଟ କରିନେଇଛନ୍ତି । ଦୁଇ ବର୍ଷରେ ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ବିଜେପି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା । କିନ୍ତୁ ଶାସନକୁ ଆସିବା ପରେ ୫ବର୍ଷରେ ୫୦ ହଜାର ଦେଉଛି । ମହିଳା ଆଶା କରିଥିଲେ ସରକାର କହିବା ପରେ ଏକ ସାଙ୍ଗେ ୫୦୦୦୦ ପାଇଥାନ୍ତେ। ସେଥିରେ ଛୋଟ ବ୍ୟବସାୟ କରିଥାନ୍ତେ, ହେଲେ ଯେବେ ଦେଖିଲେ ପାଞ୍ଚ ହଜାରର ଭୋଟ ରାଜନୀତି କରୁଛନ୍ତି, ମହିଳାଙ୍କୁ ସଶକ୍ତ କରିବା ଉଦେଶ୍ୟ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ।

The post ପାଞ୍ଚ ହଜାରର ଭୋଟ ରାଜନୀତି କରୁଛନ୍ତି : ପ୍ରମିଳା ମଲ୍ଲିକ appeared first on .