ଟେକ୍ସାସ୍ ବନ୍ୟାରେ ଗଲାଣି ୮୦ ଜୀବନ ; ୧୧ ଜଣ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ ୦୭।୦୭; ଆମେରିକାରେ ବର୍ଷା ତାଣ୍ଡବ । ଭୟଙ୍କର ବନ୍ୟାରେ ହନ୍ତସନ୍ତ ଲୋକେ । ଗତ ଶୁକ୍ରବାର ହୋଇଥିବା ବନ୍ୟାରେ ପାଖାପାଖି ୮୦ ଜଣଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ୪୦ ଜଣ ବୟସ୍କ ଓ ୨୮ ଶିଶୁ ରହିଛନ୍ତି । ଗତକାଲି ୨୮ ଜଣଙ୍କ ମୃତ୍ୟୁ ନେଇ ଖବର ରହିଥିବାବେଳେ ମୃତକଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଅନୁସାରେ, ୱାଶିଂଟନର ଟେକ୍ସାସରେ ଶୁକ୍ରବାର ସକାଳେ ଭୟଙ୍କର ଝଡ଼ତୋଫାନ ହୋଇଥିଲା । ଏହାପରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସମର୍‌ କ୍ୟାମ୍ପ୍‌ କରିବାକୁ ଆସିଥିବା ୧୧ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୭୫୦ରୁ ଅଧିକ ଲୋକଙ୍କୁ ରେସ୍କ୍ୟୁ କରାଯାଇଥିବାର ସୂଚନା ରହିଛି । ଝଡ଼ ତୋଫାନ କାରଣରୁ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଏପରି ସ୍ଥିତି ଉପୁଜିଛି । ଆହୁରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏହି ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ବହୁତ ଭୟାନକ ବୋଲି ଟ୍ରମ୍ପ କହିଛନ୍ତି । ସୂଚନାଯୋଗ୍ୟ, ବର୍ଷା ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା । ହଠାତ ଏମିତି ବର୍ଷା ହେଲା ବନ୍ୟା ହୋଇଗଲା । ଆମେରିକାର ଟେକ୍ସାସରେ ରାତାରାତି ଆସିଥିବା ବନ୍ୟା ଏ

ଟେକ୍ସାସ୍ ବନ୍ୟାରେ ଗଲାଣି ୮୦ ଜୀବନ ; ୧୧ ଜଣ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ ୦୭।୦୭; ଆମେରିକାରେ ବର୍ଷା ତାଣ୍ଡବ । ଭୟଙ୍କର ବନ୍ୟାରେ ହନ୍ତସନ୍ତ ଲୋକେ । ଗତ ଶୁକ୍ରବାର ହୋଇଥିବା ବନ୍ୟାରେ ପାଖାପାଖି ୮୦ ଜଣଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ୪୦ ଜଣ ବୟସ୍କ ଓ ୨୮ ଶିଶୁ ରହିଛନ୍ତି । ଗତକାଲି ୨୮ ଜଣଙ୍କ ମୃତ୍ୟୁ ନେଇ ଖବର ରହିଥିବାବେଳେ ମୃତକଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଅନୁସାରେ, ୱାଶିଂଟନର ଟେକ୍ସାସରେ ଶୁକ୍ରବାର ସକାଳେ ଭୟଙ୍କର ଝଡ଼ତୋଫାନ ହୋଇଥିଲା । ଏହାପରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସମର୍‌ କ୍ୟାମ୍ପ୍‌ କରିବାକୁ ଆସିଥିବା ୧୧ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। 

ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୭୫୦ରୁ ଅଧିକ ଲୋକଙ୍କୁ ରେସ୍କ୍ୟୁ କରାଯାଇଥିବାର ସୂଚନା ରହିଛି । ଝଡ଼ ତୋଫାନ କାରଣରୁ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଏପରି ସ୍ଥିତି ଉପୁଜିଛି । ଆହୁରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏହି ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ବହୁତ ଭୟାନକ ବୋଲି ଟ୍ରମ୍ପ କହିଛନ୍ତି । 

ସୂଚନାଯୋଗ୍ୟ, ବର୍ଷା ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା । ହଠାତ ଏମିତି ବର୍ଷା ହେଲା ବନ୍ୟା ହୋଇଗଲା । ଆମେରିକାର ଟେକ୍ସାସରେ ରାତାରାତି ଆସିଥିବା ବନ୍ୟା ଏକ ପ୍ରକାର ପ୍ରଳୟ ରଚିଛି । ଯେତିକି ବର୍ଷା ମାସ ସାରା ହେବା କଥା ସେତିକି ବର୍ଷା ମାତ୍ର ଗୋଟିଏ ଘଣ୍ଟା ଭିତରେ ହୋଇଛି ।