ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ: କହିଲେ, ଭାରତରେ ଇଭିଏମ୍ ଏକ ‘ବ୍ଲାକ ବକ୍ସ’

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ବେଳେ ଇଭିଏମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ନିର୍ବାଚନ ଫଳାଫଳ ପରେ ଏହି ପ୍ରସଙ୍ଗ ପୂରା ଗାୟବ ହୋଇଗଲା । ହେଲେ ଏବେ ହଠାତ୍ ଇଭିଏମ୍ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି । ସବୁଥର ପାଇଁ ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦିନକ ତଳେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଇଭିଏମକୁ ନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଟ୍ୱିଟ୍ […] The post ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ: କହିଲେ, ଭାରତରେ ଇଭିଏମ୍ ଏକ ‘ବ୍ଲାକ ବକ୍ସ’ first appeared on Kanak News.

ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ: କହିଲେ, ଭାରତରେ ଇଭିଏମ୍ ଏକ ‘ବ୍ଲାକ ବକ୍ସ’

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ବେଳେ ଇଭିଏମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ନିର୍ବାଚନ ଫଳାଫଳ ପରେ ଏହି ପ୍ରସଙ୍ଗ ପୂରା ଗାୟବ ହୋଇଗଲା । ହେଲେ ଏବେ ହଠାତ୍ ଇଭିଏମ୍ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି । ସବୁଥର ପାଇଁ ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦିନକ ତଳେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଇଭିଏମକୁ ନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଟ୍ୱିଟ୍ କରିଥିଲେ । ଯାହା ପରେ ସୋସିଆଲ ମିଡିଆରେ ନିଆଁଁ ଭଳି ମାଡ଼ିଯାଇଥିଲା ଏହି ପୋଷ୍ଟ । ମସ୍କଙ୍କ ପୋଷ୍ଟ ପରେ ଏବେ ଇଭିଏମକୁ ନେଇ ବିରୋଧୀ, ସରକାରଙ୍କୁ ଘେରିଛନ୍ତି । ଶାସକ ମଧ୍ୟ ଏହାର ଜବାବ ରଖିଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସେହି ପୋଷ୍ଟ, ଯାହା ଜାତୀୟ ଗଣମାଧ୍ୟମର ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଏକ ପୋଷ୍ଟକୁ ରିପୋଷ୍ଟ କରି ଏକ ଖବରକାଗଜର ସମ୍ପାଦକୀୟକୁ ସେୟାର କରିବା ସହ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି,

– ଭାରତରେ ଇଭିଏମ୍ ଏକ ‘ବ୍ଲାକ ବକ୍ସ’
– କାହାକୁ ଏହାର ଯାଂଚ କରିବାର ଅନୁମତି ନାହିଁ
– ଆମର ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛତାକୁ ନେଇ ଉଦବେଗ ପ୍ରକାଶ ପାଇଛି
– ଯେତେବେଳେ ଅନୁଷ୍ଠାନଗୁଡ଼ିକରେ ଉତ୍ତରଦାୟିତ୍ୱର ଅଭାବ ଥାଏ, ସେତେବେଳେ ଗଣତନ୍ତ୍ର ଏକ ଛଳନାରେ ପରିଣତ ହୋଇଥାଏ
– ଆଉ ଏହାଦ୍ୱାର ଠକେଇ ହେବାର ମଧ୍ୟ ଅଧିକ ସମ୍ଭାବନା ଥାଏ

କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ଇଣ୍ଡି ମେଂଟର ପ୍ରମୁଖ ସହଯୋଗୀ ଦଳ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏଲନ ମସ୍କଙ୍କ ପୋଷ୍ଟରେ ରିପୋଷ୍ଟ କରିବା ସହ ବିଜେପିକୁ ଘେରିଛନ୍ତି । ଅଖିଲେଖ ଲେଖିଛନ୍ତି,
– ଇଭିଏମକୁ ନେଇ ବିଶ୍ୱର କିଛି ଦେଶ ଆଶଙ୍କା ପ୍ରକଟ କରିଛନ୍ତି
– ଦୁନିଆର ଜଣାଶୁଣା ଟେକ୍ନୋଲୋଜି ଏକ୍ସପର୍ଟ ମଧ୍ୟ ଇଭିଏମରେ ହେରଫେର୍ କଥା ଖୋଲାଖୋଲି କହୁଛନ୍ତି
– ତାହେଲେ ବିଜେପି ସ୍ପଷ୍ଟ କରୁ ଯେ ଇଭିଏମର ବ୍ୟବହାର କରିବା ପଛରେ କ’ଣ ରହିଛି କାରଣ

ସେପଟେ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଉପରେ ବର୍ଷିଛି ବିଜେପି । ବିଜେପି କହିଛି, ସମସ୍ତେ ଜାଣିଛନ୍ତି, ଇଭିଏମ୍ ହ୍ୟାକ୍ ହୋଇପାରିବ ନାହିଁ । ଯଦି ଇଭିଏମ୍ ହ୍ୟାକ୍ ହୋଇଛି, ତାହେଲେ ୟୁପିରେ ସମାଜବାଦୀ ପାର୍ଟି କିପରି ସର୍ବାଧିକ ଆସନ ଜିତିଲା ବୋଲି ବିଜେପି ପ୍ରଶ୍ନ କରିଛି । ରାହୁଲ ଗାନ୍ଧୀ ମଧ୍ୟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ନିଜ ବିଜୟ ଉପରେ ଅବିଶ୍ୱାସ କରିଥିବା କହିଛି ବିଜେପି ।

ନିର୍ବାଚନ ବେଳେ ଇଭିଏମ୍ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ଫଳାଫଳ ପରେ ମାମଲା ପୂରା ଠପ୍ ପଡ଼ିଯାଇଥିଲା । ଏବେ ପୁଣିଥରେ ସେହି ପ୍ରସଙ୍ଗ ଉଠିବା, ଆଗକୁ ରାଜନୀତିକୁ ସରଗରମ କରିବ ।

The post ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ: କହିଲେ, ଭାରତରେ ଇଭିଏମ୍ ଏକ ‘ବ୍ଲାକ ବକ୍ସ’ first appeared on Kanak News.