ଇଭିଏମ୍‌ ମେଶିନ ଅଚଳ, ଧାଡିରେ ଥିବା ଲୋକେ ନିରାଶ

ହାଟଡିହି,୨୫।୫(ଶୁଭକାନ୍ତ ନାୟକ): ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ମତଦାନ। ତେବେ ଇଭିଏମ୍‌ ମେଶିନ ଅଚଳ ପାଇଁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହି ବ୍ଲକ୍‌ ଅଧୀନ ସଢା ପଞ୍ଚାୟତର ନାହା ଗ୍ରାମର ୨୩୪ ନଂ ବୁଥ୍‌ରେ ଅଧ୍ୟାବଧି ଭୋଟ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ତେବେ ଧାଡିରେ ଥିବା ଲୋକମାନେ […] The post ଇଭିଏମ୍‌ ମେଶିନ ଅଚଳ, ଧାଡିରେ ଥିବା ଲୋକେ ନିରାଶ appeared first on Dharitri Odia News.

ଇଭିଏମ୍‌ ମେଶିନ ଅଚଳ, ଧାଡିରେ ଥିବା ଲୋକେ ନିରାଶ

ହାଟଡିହି,୨୫।୫(ଶୁଭକାନ୍ତ ନାୟକ): ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ମତଦାନ। ତେବେ ଇଭିଏମ୍‌ ମେଶିନ ଅଚଳ ପାଇଁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହି ବ୍ଲକ୍‌ ଅଧୀନ ସଢା ପଞ୍ଚାୟତର ନାହା ଗ୍ରାମର ୨୩୪ ନଂ ବୁଥ୍‌ରେ ଅଧ୍ୟାବଧି ଭୋଟ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ତେବେ ଧାଡିରେ ଥିବା ଲୋକମାନେ ନିରାଶ ହୋଇଛନ୍ତି। ଏନେଇ ପ୍ରିଜାଇଡିଂ ଅଫିସର ଶୁଭେନ୍ଦୁ ନାୟକ କହିଛନ୍ତି , ଇଭିଏମ୍‌ ମେଶିନ କାମ କରୁନି। ତେଣୁ ଭୋଟ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ଆମେ ଅପେକ୍ଷା କରିଛୁ, ମେଶିନ ସଜାଡିବା ପାଇଁ ଟିମ୍‌ ଆସୁଛନ୍ତି। ସଜାଡିବା ପରେ ମତଦାନ ଆରମ୍ଭ ହୋଇଯିବ।

ସେହିପରି ନୂଆରମ୍ପାସ ବୁଥ୍‌ରେ ଇଭିଏମ୍‌ ଅଚଳ ହେତୁ ଭୋଟ୍‌ ଆରମ୍ଭ ହୋଇନାହିଁ। ଅନ୍ୟପଟେ ବଞ୍ଚୋରେ ମଧ୍ୟ ସମାନ ଅବସ୍ଥା ଥିଲା, ହେଲେ ମେଶିନ ସଜାଡିବା ପରେ ଭୋଟ ପ୍ରକ୍ରିୟା ସ୍ବାଭାବିକ ହୋଇଛି।

The post ଇଭିଏମ୍‌ ମେଶିନ ଅଚଳ, ଧାଡିରେ ଥିବା ଲୋକେ ନିରାଶ appeared first on Dharitri Odia News.