ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଅଙ୍କକଷାରେ ଲାଗିଛନ୍ତି ଦଳୟୀ କର୍ମୀ
ରାଇକିଆ,୩୦।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶେଷ ହୋଇଯାଇଛି। ଏବେ ଜୁନ ୪ ତାରିଖ ଫଳାଫଳକୁ ଅପେକ୍ଷା । ଏହାକୁ ନେଇ ଚା’ ଖଟିରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । କେଉଁ ଦଳର ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି, କେତେ ଭୋଟ ବ୍ୟବଧାନ ରହିବ, କେଉଁଠୁ କେତେ ଭୋଟ ଆସିବ ଏହି ସବୁକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଗୋଟିଏ ପଟେ ଭୋଟରଙ୍କ ନଜର ଫଳାଫଳ ଉପରେ ରହିଥିବା […] The post ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଅଙ୍କକଷାରେ ଲାଗିଛନ୍ତି ଦଳୟୀ କର୍ମୀ appeared first on Dharitri Odia News.
ରାଇକିଆ,୩୦।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶେଷ ହୋଇଯାଇଛି। ଏବେ ଜୁନ ୪ ତାରିଖ ଫଳାଫଳକୁ ଅପେକ୍ଷା । ଏହାକୁ ନେଇ ଚା’ ଖଟିରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । କେଉଁ ଦଳର ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି, କେତେ ଭୋଟ ବ୍ୟବଧାନ ରହିବ, କେଉଁଠୁ କେତେ ଭୋଟ ଆସିବ ଏହି ସବୁକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଗୋଟିଏ ପଟେ ଭୋଟରଙ୍କ ନଜର ଫଳାଫଳ ଉପରେ ରହିଥିବା ବେଳେ ଅନ୍ୟପକ୍ଷେ ଦଳୀୟ କର୍ମୀ ଅଙ୍କକଷାରେ ଲାଗିପଡିଛନ୍ତି।
୨୦୧୯ରେ ସାଲୁଗା ପ୍ରଧାନ ଏହି ଆସନରୁ ବିଜେଡ଼ି ଟିକେଟରୁ ଲଢି ବିଜୟୀ ହୋଇଥିଲେ। ୨୦୨୪ରେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହୋଇଛି। ପ୍ରାୟତଃ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଥିବା ଏହି ଆସନ ଚଳିତ ନିର୍ବାଚନରେ ସବୁ ଦଳ ନିଜର ସମସ୍ତ ଶକ୍ତି ଖଟାଇ ମଇଦାନକୁ ଓହ୍ଲାଇଥିଲେ। ଏହି ଆସନ କାହା ଭାଗ୍ୟକୁ ଯାଉଛି, କିଏ ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି ଫଳାଫଳକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି।
The post ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଅଙ୍କକଷାରେ ଲାଗିଛନ୍ତି ଦଳୟୀ କର୍ମୀ appeared first on Dharitri Odia News.