ଇମ୍ରାନ ଖାନ୍‌ଙ୍କ ସ୍ୱପ୍ନ ଚୁରମାର, ଅକ୍ସଫୋର୍ଡ ଚାନ୍ସେଲର୍‌ ଦୌଡ଼ରୁ ଆଉଟ୍‌; ରେସ୍‌ରେ ୩ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା। ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ତାଙ୍କୁ ଚାନ୍ସେଲର୍‌ ପଦ ପାଇଁ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି । ଆଗାମୀ ଚାନ୍ସେଲର୍‌ ନିର୍ବାଚନ ପାଇଁ ବିଶ୍ୱବିଦ୍ୟାଳୟ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ଇମ୍ରାନ ଖାନଙ୍କ ନାମ ନାହିଁ। ଏହାପୂର୍ବରୁ ଇମ୍ରାନ ଖାନ ନିଜେ ଜେଲରେ ଥାଇ ଏହି ପଦବୀ ପାଇଁ ଆବେଦନ କରିଥିଲେ।ତେବେ ଭାରତ ପାଇଁ ସବୁଠୁ ଖୁସିର ବିଷୟ, ଏଥର ଚାନ୍ସେଲର୍‌ ପଦ ପାଇଁ ଦୌଡରେ ତିନୋଟି ଭାରତୀୟ ନାମ ଅନ୍ତର୍ଭୁକ୍ତ ହୋଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତୀୟ ବଶୋଦ୍ଭବ ଅଙ୍କୁର ଶିବ ଭଣ୍ଡାରୀ, ପ୍ରଫେସର ନିର୍ପାଲ ସିଂ ପାଲ ବଙ୍ଗାଲ ଏବଂ ପ୍ରତୀକ ତରୱାଡିଙ୍କ ନାମ ରହିଛି। ଇମ୍ରାନ ଖାନଙ୍କ ନାମ ଅଯୋଗ୍ୟ ହେବାର କାରଣ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ, କିନ୍ତୁ ପାକିସ୍ତାନରେ ତାଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଥିବାରୁ ସେ ଏହି ପଦବୀ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।ଏହା ବ୍ୟତୀତ ଚାନ୍ସେଲର୍‌ ଦୌଡ଼ରେ ବରିଷ୍ଠ କନଜରଭେଟିଭ୍ ପାର୍ଟି ନେତା ଲର୍ଡ ୱିଲିୟମ୍ ହେଗ ଏବଂ ଲେବର ପାର୍ଟିର ପୂର୍ବତନ ନେତା ଲର୍ଡ ପିଟର ମାଣ୍ଡେଲସନ୍ ମଧ୍ୟ ଅଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛି ଯେ ପ୍ରଥମଥର ପାଇଁ ଖୋଲା ଆବେଦନକୁ ନିମନ୍ତ୍ରଣ କରାଯାଇଥିଲ

ଇମ୍ରାନ ଖାନ୍‌ଙ୍କ ସ୍ୱପ୍ନ ଚୁରମାର, ଅକ୍ସଫୋର୍ଡ ଚାନ୍ସେଲର୍‌ ଦୌଡ଼ରୁ ଆଉଟ୍‌; ରେସ୍‌ରେ ୩ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା। ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ତାଙ୍କୁ ଚାନ୍ସେଲର୍‌ ପଦ ପାଇଁ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି । ଆଗାମୀ ଚାନ୍ସେଲର୍‌ ନିର୍ବାଚନ ପାଇଁ ବିଶ୍ୱବିଦ୍ୟାଳୟ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ଇମ୍ରାନ ଖାନଙ୍କ ନାମ ନାହିଁ। ଏହାପୂର୍ବରୁ ଇମ୍ରାନ ଖାନ ନିଜେ ଜେଲରେ ଥାଇ ଏହି ପଦବୀ ପାଇଁ ଆବେଦନ କରିଥିଲେ।

ତେବେ ଭାରତ ପାଇଁ ସବୁଠୁ ଖୁସିର ବିଷୟ, ଏଥର ଚାନ୍ସେଲର୍‌ ପଦ ପାଇଁ ଦୌଡରେ ତିନୋଟି ଭାରତୀୟ ନାମ ଅନ୍ତର୍ଭୁକ୍ତ ହୋଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତୀୟ ବଶୋଦ୍ଭବ ଅଙ୍କୁର ଶିବ ଭଣ୍ଡାରୀ, ପ୍ରଫେସର ନିର୍ପାଲ ସିଂ ପାଲ ବଙ୍ଗାଲ ଏବଂ ପ୍ରତୀକ ତରୱାଡିଙ୍କ ନାମ ରହିଛି। 

ଇମ୍ରାନ ଖାନଙ୍କ ନାମ ଅଯୋଗ୍ୟ ହେବାର କାରଣ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ, କିନ୍ତୁ ପାକିସ୍ତାନରେ ତାଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଥିବାରୁ ସେ ଏହି ପଦବୀ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।

ଏହା ବ୍ୟତୀତ ଚାନ୍ସେଲର୍‌ ଦୌଡ଼ରେ ବରିଷ୍ଠ କନଜରଭେଟିଭ୍ ପାର୍ଟି ନେତା ଲର୍ଡ ୱିଲିୟମ୍ ହେଗ ଏବଂ ଲେବର ପାର୍ଟିର ପୂର୍ବତନ ନେତା ଲର୍ଡ ପିଟର ମାଣ୍ଡେଲସନ୍ ମଧ୍ୟ ଅଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛି ଯେ ପ୍ରଥମଥର ପାଇଁ ଖୋଲା ଆବେଦନକୁ ନିମନ୍ତ୍ରଣ କରାଯାଇଥିଲା। କୁଳାଧିପତି ନିର୍ବାଚନ କମିଟି ନିୟାମକ ସମସ୍ତ ଆବେଦନକୁ ସମୀକ୍ଷା କରିଥିଲେ।

ଅକ୍ସଫୋର୍ଡ ୟୁନିଭରସିଟିର ଚାନ୍ସେଲର୍‌ ପଦ ପାଇଁ ପ୍ରଥମ ରାଉଣ୍ଡ ଭୋଟ୍ ଅକ୍ଟୋବର ୨୮ରୁ ଆରମ୍ଭ ହେବ ଏବଂ ନଭେମ୍ବର ୨୫ରେ ନୂଆ କୁଳାଧିପତି ଘୋଷଣା କରାଯିବ। ତେବେ ଏହି ସମୟ ମଧ୍ୟରେ, ନଭେମ୍ବର ୪ ଏବଂ ନଭେମ୍ବର ୧୮ରେ, ଆବେଦନକାରୀଙ୍କ ଅନୁଯାୟୀ ଭୋଟ୍ ପ୍ରକ୍ରିୟା କରାଯିବ।