ଇରାଙ୍କ ଲାଲ୍ ଲେହେଙ୍ଗା ଥିଲା ବହୁତ ସ୍ଵତନ୍ତ୍ର, ତିଆରି କରିବାରେ ଲାଗିଥିଲା ୩୦୦ ଘଣ୍ଟା
ମୁମ୍ଵାଇ ୧୫।୦୧: ଇରା ଏବଂ ନୁପୁର ସେମାନଙ୍କର ବିବାହ ହୋଇସାରିଛି । ବିବାହ ପରେ ମୁମ୍ବାଇରେ ଅମୀର ଖାନ ତାଙ୍କ ଝିଅ ଇରା ଖାନ ଏବଂ ଜ୍ବାଇଁ ନୁପୁର ଶିଖରେଙ୍କ ପାଇଁ ଏକ ବଡ଼ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଅମୀର ଖାନଙ୍କ ପୁରା ପରିବାର ବ୍ୟତୀତ ବି-ଟାଉନର ଅନେକ ବଡ଼ ବଡ଼ ସେଲିବ୍ରିଟି ଉପସ୍ଥିତ ଥିଲେ। ରିସେପ୍ସନରେ ଏହି ଦମ୍ପତି ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଏହି ସମୟରେ ଇରା ଏକ ଲାଲ ରଙ୍ଗର ଲେହେଙ୍ଗା ଏବଂ ନୁପୁର ଏକ କଳା ଶେରୱାନିରେ ପିନ୍ଧିଥିଲେ। ଇରାଙ୍କ ଏହି ଲେହେଙ୍ଗା ସାଧାରଣ ପୋଷାକ ନୁହେଁ । ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ ରିସେପ୍ସନ୍ ପୋଷାକ ପ୍ରସ୍ତୁତ କରାଯାଇଛି । ଏକ ମିଡିଆ ସହିତ କଥାବାର୍ତ୍ତା କରି ଲେହେଙ୍ଗାର ଡିଜାଇନର୍ ବିଶେଷତା ବିଷୟରେ କହିଥିଲା। ମିଡିଆ ରିପୋର୍ଟ ଅନୁସାରେ, ଇରା ସେରିୟା ଡିଜାଇନ୍ ଷ୍ଟୁଡିଓର ମୋନାଲି ରୟଙ୍କ ଦ୍ୱାରା ପ୍ରସ୍ତୁତ ଲେହେଙ୍ଗା ତାଙ୍କ ରିସେପ୍ଶନରେ ପିନ୍ଧିଥିଲେ। ଏହି ଲେହେଙ୍ଗା ଉପରେ ସୁବର୍ଣ୍ଣ ରଙ୍ଗର ଏମ୍ବ୍ରୋଡୋରୀର କାର୍ଯ୍ୟ କରାଯାଇଛି । ଏହାକୁ ପ୍ରସ୍ତୁତ କଲା ବେଳେ ବହୁତ କଠିନ ପରିଶ୍ରମ ହୋଇଥିଲା । ଏନେଇ ଡିଜାଇନର୍ ମୋନାଲି ରଏ କହିଥିଲେ" ଏହି ଲେହେଙ୍ଗାକୁ ତିଆରି କରିବା ପାଇଁ ୩୦୦ ଘଣ୍ଟାର ସମୟ ଲାଗିଥିଲା । ଇରାଙ୍କ ସହ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା। ସେ ବହୁତ ଧୈର୍ଯ୍ୟବାନ ଏବଂ ସବୁ କିଛି ବୁଝିପାରୁଥିବା ମଣିଷ। ସେ ଜାଣି
ମୁମ୍ଵାଇ ୧୫।୦୧: ଇରା ଏବଂ ନୁପୁର ସେମାନଙ୍କର ବିବାହ ହୋଇସାରିଛି । ବିବାହ ପରେ ମୁମ୍ବାଇରେ ଅମୀର ଖାନ ତାଙ୍କ ଝିଅ ଇରା ଖାନ ଏବଂ ଜ୍ବାଇଁ ନୁପୁର ଶିଖରେଙ୍କ ପାଇଁ ଏକ ବଡ଼ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଅମୀର ଖାନଙ୍କ ପୁରା ପରିବାର ବ୍ୟତୀତ ବି-ଟାଉନର ଅନେକ ବଡ଼ ବଡ଼ ସେଲିବ୍ରିଟି ଉପସ୍ଥିତ ଥିଲେ। ରିସେପ୍ସନରେ ଏହି ଦମ୍ପତି ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଏହି ସମୟରେ ଇରା ଏକ ଲାଲ ରଙ୍ଗର ଲେହେଙ୍ଗା ଏବଂ ନୁପୁର ଏକ କଳା ଶେରୱାନିରେ ପିନ୍ଧିଥିଲେ। ଇରାଙ୍କ ଏହି ଲେହେଙ୍ଗା ସାଧାରଣ ପୋଷାକ ନୁହେଁ । ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ ରିସେପ୍ସନ୍ ପୋଷାକ ପ୍ରସ୍ତୁତ କରାଯାଇଛି । ଏକ ମିଡିଆ ସହିତ କଥାବାର୍ତ୍ତା କରି ଲେହେଙ୍ଗାର ଡିଜାଇନର୍ ବିଶେଷତା ବିଷୟରେ କହିଥିଲା।
ମିଡିଆ ରିପୋର୍ଟ ଅନୁସାରେ, ଇରା ସେରିୟା ଡିଜାଇନ୍ ଷ୍ଟୁଡିଓର ମୋନାଲି ରୟଙ୍କ ଦ୍ୱାରା ପ୍ରସ୍ତୁତ ଲେହେଙ୍ଗା ତାଙ୍କ ରିସେପ୍ଶନରେ ପିନ୍ଧିଥିଲେ। ଏହି ଲେହେଙ୍ଗା ଉପରେ ସୁବର୍ଣ୍ଣ ରଙ୍ଗର ଏମ୍ବ୍ରୋଡୋରୀର କାର୍ଯ୍ୟ କରାଯାଇଛି । ଏହାକୁ ପ୍ରସ୍ତୁତ କଲା ବେଳେ ବହୁତ କଠିନ ପରିଶ୍ରମ ହୋଇଥିଲା । ଏନେଇ ଡିଜାଇନର୍ ମୋନାଲି ରଏ କହିଥିଲେ" ଏହି ଲେହେଙ୍ଗାକୁ ତିଆରି କରିବା ପାଇଁ ୩୦୦ ଘଣ୍ଟାର ସମୟ ଲାଗିଥିଲା । ଇରାଙ୍କ ସହ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା। ସେ ବହୁତ ଧୈର୍ଯ୍ୟବାନ ଏବଂ ସବୁ କିଛି ବୁଝିପାରୁଥିବା ମଣିଷ। ସେ ଜାଣିଥିଲେ ସେ କ’ଣ ପିନ୍ଧିବାକୁ ଚାହୁଁଛନ୍ତି ଏବଂ ମୋତେ ତାଙ୍କ ଇଚ୍ଛା ଅନୁଯାୟୀ ଲେହେଙ୍ଗା କରିବାର ଥିଲା। ଆମକୁ ଲେହେଙ୍ଗାର ଡିଜାଇନ ଫାଇନାଲ କରିବା ପାଇଁ ପ୍ରାୟ ୭ ମାସ ଲାଗିଥିବା ବେଳେ ଏହାକୁ ତିଆରି କରିବା ପାଇଁ ୩୦୦ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ଇରା ଏବଂ ନୁପୁରଙ୍କ ରିସେପ୍ସନରେ ବହୁତ କିଛି ଖର୍ଚ୍ଚ ହୋଇଛି । ପୋଷାକ ମଧ୍ୟ ବହୁତ ମହଙ୍ଗା ଥିଲା। ହେଲେ ଇରାଙ୍କ ଲାଲ ଲେହେଙ୍ଗାର ମୂଲ୍ୟ ସମ୍ପର୍କରେ କୌଣସି ସରକାରୀ ସୂଚନା ମିଳିନାହିଁ। ବର୍ତ୍ତମାନ ଇରା ଖାନ ଏବଂ ନୁପୁର ଶିଖରଙ୍କ ରିସେପ୍ସନ୍ ଲୁକ୍ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି। ତେବେ ତାଙ୍କର ଏହି ରିସେପ୍ଶନ ପାର୍ଟିରେ ଶାହରୁଖ୍ ଖାନ୍, କ୍ୟାଟ୍ରିନା କୈଫ୍, ନାଜୟା ବଚ୍ଚନ, ନାଗା ଚୈତନ୍ୟ, ଫର୍ହାନ ଅଖ୍ତର, କଙ୍ଗନା ରଣାୱତ୍, ସଲ୍ମାନ ଖାନ୍, ରିତେଶ ଦେଖ୍ମୁଖ ପ୍ରମୁଖ ସାମିଲ ହୋଇଥିଲେ।
The post ଇରାଙ୍କ ଲାଲ୍ ଲେହେଙ୍ଗା ଥିଲା ବହୁତ ସ୍ଵତନ୍ତ୍ର, ତିଆରି କରିବାରେ ଲାଗିଥିଲା ୩୦୦ ଘଣ୍ଟା appeared first on Prameya News7.