ଇରାନ-ଇସ୍ରାଏଲ କାହିଁକି ହେଲେ ଶତ୍ରୁ, ବନ୍ଧୁତା କେମିତି ବଦଳିଲା ଶତ୍ରୁତାରେ?

ନୂଆଦିଲ୍ଲୀ ୦୪/୧୦: ମୈଦାନରେ ଦୁଇ ବନ୍ଧୁ ଏବେ ଶତ୍ରୁ । ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ । କେହି କାହାକୁ ଛାଡିବାକୁ ନାରାଜ । ଇରାନର ଆକାଶରୁ ଝଲସୁଛି ନିଆଁ । ଇସ୍ରାଏଲ ବି ପଛଘୁଞ୍ଚା ଦେଉନି । କାରମ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ନେଇଛି ତୀବ୍ର ରୂପ ।ହେଲେ କାହିଁକି ହେଲେ ଶତ୍ରୁ । ଏହା ପଛର କାରଣ କଣ? ଜାଣିବା ଏହି ରିପୋର୍ଟରେ । ୧୯୪୮ ପୂର୍ବରୁ ଇସ୍ରାଏଲର ସତ୍ତା ନଥିଲା । ପାଲେଷ୍ଟାଇନ ଥିଲା, ଯାହା ଏକଦା ଅସ୍ମାନୀ ସାମ୍ରାଜ୍ୟ ଦ୍ୱାରା ଶାସିତ ଥିଲା । ପରେ ୧୪ ମେ ୧୯୪୮ରେ ହୋଇଥିଲା ଇସ୍ରାଏଲର ସୃଷ୍ଟି । ୧୯୪୭ରେ ପାଲେଷ୍ଟାଇନ ବିଭାଜନ ପାଇଁ ମିଳିତ ଜାତିସଂଘ ଦେଇଥିଲା ପ୍ରସ୍ତାବ । ୟେହୁଦୀ ନେତାମାନେ ଏହି ପ୍ରସ୍ତାବ ଗ୍ରହଣ କଲେ, କିନ୍ତୁ ଆରବ ନେତାମାନେ ଏହାକୁ ଗ୍ରହଣ କଲେନି । ଏହା ବିରୋଧରେ ଭୋଟ୍ ଦେଇଥିବା ୧୩ଟି ଦେଶ ମଧ୍ୟରେ ଥିଲା ଇରାନ । ୧୯୪୯ରେ ଇରାନ ନିଜର ଆଭିମୁଖ୍ୟକୁ ଦୋହରାଇଥିଲା, ଯେତେବେଳେ ଇରାନ ମିଳିତ ଜାତିସଂଘର ସଦସ୍ୟ ଭାବରେ ଇସ୍ରାଏଲର ଗ୍ରହଣକୁ କରିଥିଲା ବିରୋଧ । ୧୯୫୦ ପର୍ଯ୍ୟନ୍ତ, ଇରାନ ଇସ୍ରାଏଲକୁ ସାର୍ବଭୌମ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେବା ପରେ ତୁର୍କୀ, ଦ୍ୱିତୀୟ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହେଲା । ୧୯୫୩ ରେ ସତ୍ତା ପରିବର୍ତ୍ତନ ପରେ ଶାହଙ୍କ ଶାସନରେ ଇରାନ-ଇସ୍ରାଏଲ ସଂପର୍କ ନେଇଥିଲା ନୂଆ ମୋଡ । ସେହିବର୍ଷ ଇରାନ ଆନୁଷ୍ଠାନିକ ଭାବରେ ଇସ୍ରାଏଲକୁ ଦେଇଥିଲା ସ୍ୱୀକୃତି । ଇରାନ

ଇରାନ-ଇସ୍ରାଏଲ କାହିଁକି ହେଲେ ଶତ୍ରୁ, ବନ୍ଧୁତା କେମିତି ବଦଳିଲା ଶତ୍ରୁତାରେ?

ନୂଆଦିଲ୍ଲୀ ୦୪/୧୦: ମୈଦାନରେ ଦୁଇ ବନ୍ଧୁ ଏବେ ଶତ୍ରୁ  ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ  କେହି କାହାକୁ ଛାଡିବାକୁ ନାରାଜ  ଇରାନର ଆକାଶରୁ ଝଲସୁଛି ନିଆଁ  ଇସ୍ରାଏଲ ବି ପଛଘୁଞ୍ଚା ଦେଉନି  କାରମ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ନେଇଛି ତୀବ୍ର ରୂପ ହେଲେ କାହିଁକି ହେଲେ ଶତ୍ରୁ  ଏହା ପଛର କାରଣ କଣ? ଜାଣିବା ଏହି ରିପୋର୍ଟରେ  

୧୯୪୮ ପୂର୍ବରୁ ଇସ୍ରାଏଲର ସତ୍ତା ନଥିଲା  ପାଲେଷ୍ଟାଇନ ଥିଲାଯାହା ଏକଦା ଅସ୍ମାନୀ ସାମ୍ରାଜ୍ୟ ଦ୍ୱାରା ଶାସିତ ଥିଲା  ପରେ ୧୪ ମେ ୧୯୪୮ରେ ହୋଇଥିଲା ଇସ୍ରାଏଲର ସୃଷ୍ଟି  ୧୯୪୭ରେ ପାଲେଷ୍ଟାଇନ ବିଭାଜନ ପାଇଁ ମିଳିତ ଜାତିସଂଘ ଦେଇଥିଲା ପ୍ରସ୍ତାବ  ୟେହୁଦୀ ନେତାମାନେ ଏହି ପ୍ରସ୍ତାବ ଗ୍ରହଣ କଲେକିନ୍ତୁ ଆରବ ନେତାମାନେ ଏହାକୁ ଗ୍ରହଣ କଲେନି  ଏହା ବିରୋଧରେ ଭୋଟ୍ ଦେଇଥିବା ୧୩ଟି ଦେଶ ମଧ୍ୟରେ ଥିଲା ଇରାନ  

୧୯୪୯ରେ ଇରାନ ନିଜର ଆଭିମୁଖ୍ୟକୁ ଦୋହରାଇଥିଲାଯେତେବେଳେ ଇରାନ ମିଳିତ ଜାତିସଂଘର ସଦସ୍ୟ ଭାବରେ ଇସ୍ରାଏଲର ଗ୍ରହଣକୁ କରିଥିଲା ବିରୋଧ । ୧୯୫୦ ପର୍ଯ୍ୟନ୍ତଇରାନ ଇସ୍ରାଏଲକୁ ସାର୍ବଭୌମ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେବା ପରେ ତୁର୍କୀଦ୍ୱିତୀୟ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହେଲା  ୧୯୫୩ ରେ ସତ୍ତା ପରିବର୍ତ୍ତନ ପରେ ଶାହଙ୍କ ଶାସନରେ ଇରାନ-ଇସ୍ରାଏଲ ସଂପର୍କ ନେଇଥିଲା ନୂଆ ମୋଡ  ସେହିବର୍ଷ ଇରାନ ଆନୁଷ୍ଠାନିକ ଭାବରେ ଇସ୍ରାଏଲକୁ ଦେଇଥିଲା ସ୍ୱୀକୃତି  

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବନ୍ଧୁତା ଅର୍ଥନୈତିକସାମରିକ ଏବଂ ଭୌତିକ ସହଯୋଗକୁ କରିଥିଲା ପ୍ରୋତ୍ସାହିତ  ୧୯୬୮ରେ ସ୍ଥାପିତ ଇଲାଇଟ-ଆସ୍କେଲନ୍ ପାଇପଲାଇନ କମ୍ପାନୀ କରିଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ  ଯାହା ମିସର ଅଧିନରେ ଥିବା ସୁଏଜ୍ କେନାଲ ଅତିକ୍ରମ କରି ଇରାନର ତୈଳ ଇସ୍ରାଏଲକୁ କରୁଥିଲା ପରିବହନ  ପ୍ରତିବଦଳରେ ଇରାକ ବିରୋଧରେ ଯୁଦ୍ଧ କରିବାକୁ ଇସ୍ରାଏଲ ଇରାନକୁ ଯୋଗଉଥିଲା ଆଧୁନିକ ସାମରିକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର 


୧୯୭୯ରେ ଇରାନ ବିପ୍ଳବ ଇସ୍ରାଏଲ-ଇରାନ ସମ୍ପର୍କରେ ଆଣିଥିଲା ବଡ ପରିବର୍ତ୍ତନ  ପହଲଭି ରାଜବଂଶର ପତନ ଓ ଆୟତୋଲ୍ଲା ଖାମେନେଙ୍କ ନେତୃତ୍ୱରେ ଇସଲାମିକ୍ ରିପବ୍ଲିକ୍ ପ୍ରତିଷ୍ଠା ଇରାନର ବୈଦେଶିକ ନୀତିବିଶ୍ୱ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ଇସ୍ରାଏଲ ଏବଂ ଇରାନ ଉଭୟ ଦେଶ ସଦ୍ଦାମ୍ ହୁସେନର ଇରାକୀ ସରକାରଙ୍କ ବିରୋଧରେ ମୁକାବିଲା କରିବା ହିତରେ ଥିଲେ । 

ରିପୋର୍ଟ କୁହେ ଯେ୧୯୮୦ରୁ ୮୮ ମଧ୍ୟରେ ଇରାକ-ଇରାନ ଯୁଦ୍ଧ ସମୟରେ ଇସ୍ରାଏଲ ବର୍ଷକୁ ୫୦୦ ମିଲିୟନ ଡଲାର ଯୁଦ୍ଧାସ୍ତ୍ର ଇରାନକୁ ବିକ୍ରି କରିଥିଲା । ଏଥିରେ ପାଇଁ ଇସ୍ରାଏଲ ସ୍ବିସ୍ ବ୍ୟାଙ୍କରେ ମଧ୍ୟ ଖାତା ଖୋଲିଥିଲା । ଜେରୁଜେଲମରେ ଇସ୍ରାଏଲ ଅଧିକାରୀଙ୍କ ବିଶ୍ବାସ ଥିଲା ଅସ୍ତ୍ରଶସ୍ତ୍ର ରପ୍ତାନୀ ପରେ ଇରାନୀ ସେନା ଖୁସି ହେବ ଏବଂ ଅୟାତୁଲ୍ଲା ଶାସନକୁ ଓପାଡିକୁ ଫିଙ୍ଗି ଦେବେ । ମାତ୍ର ଇରାକ-ଇରାନ ଯୁଦ୍ଧ ପରେ କିଠି ଦିନ ଧରି ଦେଶରେ ସିକ୍ରେଟ୍ ମିଶନ ଜାରି ରହିଲା ।  ଏହା ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେଲା ।

ଗଣତାନ୍ତ୍ରିକ ଦେଶ ଇରାନଇସ୍ରାଏଲକୁ ପାଲେଷ୍ଟାଇନ ଜମିର ଦଖଲକାରୀ ବୋଲି ବିବେଚନା କରେ  ଯେତେବେଳେ ଇସ୍ରାଏଲ ସହିତ ସମ୍ପର୍କ ଖରାପ ହେଲା ସେତେବେଳେ ଇରାନ ଇସ୍ରାଏଲକୁ ଛୋଟା ସୈତାନର” ଓ ଆମେରିକାକୁ ବଡ ସୈତାନର”  ଆଖ୍ୟା ଦେଇଥିଲା  ଧୀରେ ଧୀରେ ଇରାନ ସରକାର ଇସ୍ରାଏଲ ସହିତ ତୁଟାଇଥିଲେ  ସମସ୍ତ କୂଟନୈତିକ ସମ୍ପର୍କ  ତୀବ୍ର ରୂପ ନେଇଥିଲା ୧୯୯୧ ରେ ଗଲ୍ଫ  ଓ୍ୱାର  ଯୁଦ୍ଧର ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିଲା ଶତ୍ରୁତାର ଯୁଗ  ସେବେଠୁ ଜାରି ରହିଛି ପରସ୍ପର ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ