ହେବିଓ୍ବେଟ୍‌ ନେତାଙ୍କ ଉପରେ ପୁଣି ବିଶ୍ୱାସ ରଖିଲା ଭାଜପା, ବ୍ରଜରାଜନଗରରୁ ଲଢିବେ ସୁରେଶ ପୂଜାରୀ

ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରଥିବା ବେଳେ ଆଉ ବଳକା ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଭାଜପା ଟିକେଟ୍‌ ଦେଇଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ସମ୍ବଲପୁରରୁ ଲଢିବେ। ସେହିପରି ପାଟଣାଗଡରୁ କନକ ବର୍ଦ୍ଧନ ସିଂହଦେଓ ଏବଂ ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହୋଇଛନ୍ତି […] The post ହେବିଓ୍ବେଟ୍‌ ନେତାଙ୍କ ଉପରେ ପୁଣି ବିଶ୍ୱାସ ରଖିଲା ଭାଜପା, ବ୍ରଜରାଜନଗରରୁ ଲଢିବେ ସୁରେଶ ପୂଜାରୀ appeared first on Dharitri Odia News.

ହେବିଓ୍ବେଟ୍‌ ନେତାଙ୍କ ଉପରେ ପୁଣି ବିଶ୍ୱାସ ରଖିଲା ଭାଜପା, ବ୍ରଜରାଜନଗରରୁ ଲଢିବେ ସୁରେଶ ପୂଜାରୀ

ଭୁବନେଶ୍ୱର,୨।୪: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରଥିବା ବେଳେ ଆଉ ବଳକା ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଭାଜପା ଟିକେଟ୍‌ ଦେଇଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ସମ୍ବଲପୁରରୁ ଲଢିବେ। ସେହିପରି ପାଟଣାଗଡରୁ କନକ ବର୍ଦ୍ଧନ ସିଂହଦେଓ ଏବଂ ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ୍ତ ନାଏକ। ବରଗଡ ଏମ୍‌ପି ସୁରେଶ ପୂଜାରୀଙ୍କୁ ବ୍ରଜରାଜନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ଛାଡି ଭାଜପରେ ମିଶିଥିବା ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡିରୁ ପ୍ରାର୍ଥୀ କରାଯାଇଛି। ସେହିପରି ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ କୋରେଇର ଟିକେଟ୍‌ ମିଳିଥିବା ବେଳେ ଅରବିନ୍ଦ ଢାଲିଙ୍କୁ ଜୟଦେବରୁ ଟିକେଟ୍‌ ମିଳିଛି।

The post ହେବିଓ୍ବେଟ୍‌ ନେତାଙ୍କ ଉପରେ ପୁଣି ବିଶ୍ୱାସ ରଖିଲା ଭାଜପା, ବ୍ରଜରାଜନଗରରୁ ଲଢିବେ ସୁରେଶ ପୂଜାରୀ appeared first on Dharitri Odia News.