ଇରାନ ଉପରେ ଇସ୍ରାଏଲର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ପାଲେଷ୍ଟାଇନର ଗାଜାକୁ ଧ୍ଵଂସ କରି ମାଟିରେ ମିଶାଇବା ପରେ ଇସ୍ରାଏଲର ଟାର୍ଗେଟରେ ଇରାନ। ଇରାନ ଉପରେ... The post ଇରାନ ଉପରେ ଇସ୍ରାଏଲର ଆକ୍ରମଣ appeared first on .

ଇରାନ ଉପରେ ଇସ୍ରାଏଲର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ପାଲେଷ୍ଟାଇନର ଗାଜାକୁ ଧ୍ଵଂସ କରି ମାଟିରେ ମିଶାଇବା ପରେ ଇସ୍ରାଏଲର ଟାର୍ଗେଟରେ ଇରାନ। ଇରାନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ। ଗତ ରାତିରେ ତେହରାନର ପ୍ରମୁଖ ସ୍ଥାନରେ କ୍ଷେପଣାସ୍ତ୍ର ଓ ବୋମାବର୍ଷଣ କରିଛି ଇସ୍ରାଏଲ ସେନା। ଏଥିରେ ଇରାନ ରିଭୋଲ୍ଯୁସନ ଗାର୍ଡର ମୁଖ୍ୟ ହୋସେନ୍ ସଲାମି ନିହତ ହୋଇଛନ୍ତି। ଆକ୍ରମଣୃ ସଂପର୍କରେ ନିଜେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ସେ କହିଛନ୍ତି, ଇରାନ ଆଣବିକ ବୋମା ତିଆରି କରୁଛି। ଏହା ଆମ ପାଇଁ ବିପଦ। ଆମ ଅସ୍ତିତ୍ଵ ପାଇଁ ଇରାନ ଏକ ବଡ଼ ବିପଦ। ତେଣୁ ଅପରେସନ ରାଇଜିଂ ଲାୟନ ଆରମ୍ଭ କରାଯାଇଛି। ଆମେ ସୁରକ୍ଷିତ ରହିବା ପର୍ଯ୍ଯନ୍ତ ଏହି ଅପରେସନ ଜାରି ରହିବ। ଇରାନର ଆଣବିକ କେନ୍ଦ୍ର ଓ ମିଲିଟାରି ସଂସ୍ଥା ଉପରେ ଆକ୍ରମଣ କରାଯାଇଛି।

ଇସ୍ରାଏଲର ସେନା ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଇରାନକୁ ନିରସ୍ତ୍ର କରିବା ପାଇଁ ଓ ଆମକୁ ସୁରକ୍ଷିତ ରଖିବା ପାଇଁ ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପରେ ଆମେରିକା ଆଶଙ୍କା କରିଛି ଯେ, ମଧ୍ୟପ୍ରାଚ୍ଯରେ ସ୍ଥିତି ବିଗିଡ଼ିପାରେ। ଇସ୍ରାଏଲ ଜରୁରୀ ପରିସ୍ଥିତି ମଧ୍ୟ ଜାରି କରିଛି। ସେପଟେ ଇରାନରେ ଥିବା ନିଜ ନାଗରିକଙ୍କୁ ସତର୍କ ରହିବା ପାଇଁ ଭାରତ ପରାମର୍ଶ ଦେଇଛି। ଦରକାର ନ ହେଲେ ଘରୁ ନ ବାହାରିବାକୁ କୁହାଯାଇଛି।

 

The post ଇରାନ ଉପରେ ଇସ୍ରାଏଲର ଆକ୍ରମଣ appeared first on .