ମହାନଦୀରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାମ ଅଧାପନ୍ତରିଆ

ଓଡ଼ଗାଁ,୨୫ା୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲାକୁ ମହାନଦୀରୁ ପିଇବା ପାଣି ଯୋଗାଣ ହେବ। ଏଥିରେ ନୟାଗଡ଼ ସମେତ ରଣପୁର ବ୍ଲକ୍‌ର ଜନସାଧାରଣ ଉପକୃତ ହେବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରି ସାରିଛନ୍ତି। କିନ୍ତୁ ଏହି ଯୋଜନା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ଘୋଷଣାକୁ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁରେ ପାଇପ ପାଣି ତ ଦୂରର କଥା ସେଥିପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଓଡ଼ଗାଁ କୁରାଳ ରାସ୍ତାରେ ଗୋଚର […] The post ମହାନଦୀରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାମ ଅଧାପନ୍ତରିଆ appeared first on Dharitri Odia News.

ମହାନଦୀରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାମ ଅଧାପନ୍ତରିଆ

ଓଡ଼ଗାଁ,୨୫ା୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲାକୁ ମହାନଦୀରୁ ପିଇବା ପାଣି ଯୋଗାଣ ହେବ। ଏଥିରେ ନୟାଗଡ଼ ସମେତ ରଣପୁର ବ୍ଲକ୍‌ର ଜନସାଧାରଣ ଉପକୃତ ହେବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରି ସାରିଛନ୍ତି। କିନ୍ତୁ ଏହି ଯୋଜନା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ଘୋଷଣାକୁ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁରେ ପାଇପ ପାଣି ତ ଦୂରର କଥା ସେଥିପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଓଡ଼ଗାଁ କୁରାଳ ରାସ୍ତାରେ ଗୋଚର ଜମିରେ ଥିବା ଅନେକ କୋଟି ଟଙ୍କାର ପାଇପ ପଡ଼ ଖତ ଖାଉଥିବା ଏହାର ଜ୍ବଳନ୍ତ ଉଦାହରଣ ବୋଲି ସ୍ଥାନୀୟ ଲେକାମାନେ କହିଛନ୍ତି ।

ସୂଚନା ଅନୁଯାୟୀ, ଓଡ଼ଗାଁ ଏନଏସିକୁ ବୁଢାବୁଢିଆଣି ଜଳଭଣ୍ଡାରରୁ ଲୋକଙ୍କୁ ୨୪ଘଣ୍ଟିଆ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି। ବାକି ପଞ୍ଚାୟତର ଘରେ ଘରେ ମହାନଦୀ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖି ଏହି କାମ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଜଳ ଓ ପରିମଳ ବିଭାଗ ଏହାକୁ ଗୁରୁତ୍ୱ ନ ଦେଇ ଲୋକଦେଖାଣିଆ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। କେତକ ସ୍ଥାନରେ ଠିକାଦାର ରାସ୍ତାଘାଟ ଖୋଳି ପକାଇ ରଖିଥିବା ବେଳେ ଆଉ କେତେକ ସ୍ଥାନରେ ପାଇପ ପକାଇ ଠିକାଦାର ଛୁ ମାରିଛନ୍ତି । ସବୁ ସ୍ଥାନରେ ଅଧାପନ୍ତରିଆ ଅବସ୍ଥାରେ କାମ ପଡି ରହିଛି। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବିଭିନ୍ନ ଅଞ୍ଚଳରେ ଜଳ କଷ୍ଟ ଲାଗି ରହିଛି। ମହାନଦୀ ପାଣି ଲୋକଙ୍କ ପାଖରେ କେବେ ପହଞ୍ଚିବ ତାହା କାହାକୁ ଜଣାନାହିଁ। ଏଣେ ଠିକାଦାର ବିଭିନ୍ନ ଗାଁରେ ରାସ୍ତା ଘାଟ ଖୋଳି ନଷ୍ଟ କରିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ଅନେକ କୋଟି ଟଙ୍କାର ପାଇପ ପଡ଼ି ଖତ ଖାଉଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କେତେକ ପଞ୍ଚାୟତରେ ପାଇପ୍‌ ବିଛା ଯାଇ ନାହିଁ । ଆଉ କେତେକ ସ୍ଥାନରେ କାମ ଅଧାପନ୍ତରିଆ ଅବସ୍ଥାରେ ରହିଛି ା ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗରୁ କୌଣସି ସ୍ଫଷ୍ଟ ତଥ୍ୟ ମିଳୁ ନାହିଁ। ଏବେ ବି ଓଡ଼ଗାଁ ଠାରୁ କୁରାଳ ଯିବା ରାସ୍ତାରେ ଏକ ସ୍ଥାନରେ ଛୋଟ ବଡ଼ ପାଇପ ୧ ବର୍ଷ ହେବ ଗଦା ହୋଇ ରହିଛି। କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପାଇଁ ଜଳ ଓ ପରିମଳ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁଙ୍କୁ ବାରମ୍ଭାର ଫୋନ କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇପାରିନାହିଁ ।

The post ମହାନଦୀରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାମ ଅଧାପନ୍ତରିଆ appeared first on Dharitri Odia News.