ମୁଖ୍ୟମନ୍ତ୍ରୀ ଦେଲେ ସୂଚନା: ଏହି ଦିନ ଆସିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ୱର/କେନ୍ଦୁଝର,୧୫।୧୦: ‘ସୁଭଦ୍ରା ଯୋଜନା’କୁ ନେଇ ଆସିଲା ବଡ଼ ଅପ୍ଡେଟ୍। ଏହାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି କେବେ ଆସିବ ସେନେଇ ମହିଳାମାନେ ଚାହିଁ ରହିଛନ୍ତି। ଏମିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବେ ତିନିଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି। ଏହାର ଶେଷ ଦିନରେ ସେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର […] The post ମୁଖ୍ୟମନ୍ତ୍ରୀ ଦେଲେ ସୂଚନା: ଏହି ଦିନ ଆସିବ ‘ସୁଭଦ୍ରା’ ଟଙ୍କା appeared first on Dharitri Odia News.
ଭୁବନେଶ୍ୱର/କେନ୍ଦୁଝର,୧୫।୧୦: ‘ସୁଭଦ୍ରା ଯୋଜନା’କୁ ନେଇ ଆସିଲା ବଡ଼ ଅପ୍ଡେଟ୍। ଏହାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି କେବେ ଆସିବ ସେନେଇ ମହିଳାମାନେ ଚାହିଁ ରହିଛନ୍ତି। ଏମିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ବଡ଼ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଏବେ ତିନିଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି। ଏହାର ଶେଷ ଦିନରେ ସେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପାଖାପାଖି ୨୫୦ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ ପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟକ୍ଷଭାବେ ଏହା ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପଦାଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ସୁଭଦ୍ରା ଟଙ୍କା ପାଇ ନ ଥିବା ଆବେଦନକାରୀ କାଳି ପୂଜା ବେଳକୁ ଏହା ପାଇଯିବେ ବୋଲି କହିଛନ୍ତି।
The post ମୁଖ୍ୟମନ୍ତ୍ରୀ ଦେଲେ ସୂଚନା: ଏହି ଦିନ ଆସିବ ‘ସୁଭଦ୍ରା’ ଟଙ୍କା appeared first on Dharitri Odia News.