ବଲୁଚିସ୍ତାନରେ BLAର ହମ୍‌ଲା, IED ବ୍ଲାଷ୍ଟରେ ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ପରେ ହାଇଆଲର୍ଟ

ନୂଆଦିଲ୍ଲୀ ୨୬/୦୪: ବଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ । ଆକ୍ରମଣରେ  ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ । BLA ଦାବି କରିଛି ଯେ ଏହା କ୍ୱେଟା ନିକଟସ୍ଥ ମାର୍ଗଟ୍ ଅଞ୍ଚଳରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରି ୧୦ ଜଣ ସୈନିକଙ୍କୁ ହତ୍ୟା କରିଛି। BLA ଅନୁଯାୟୀ, ଏହି ଆକ୍ରମଣ IED ଦ୍ୱାରା କରାଯାଇଥିଲା । ବିସ୍ଫୋରଣ ଫଳରେ ସେନା ଗାଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । କହିବାକୁ ଗଲେ ଏହି ଅଞ୍ଚଳଟି ଦୀର୍ଘ ସମୟ ଧରି ବଲୁଚ୍ ବିଦ୍ରୋହୀଙ୍କ କାର୍ଯ୍ୟକଳାପର କେନ୍ଦ୍ର ହୋଇ ରହିଛି । ବର୍ତ୍ତମାନ ଏହି ଆକ୍ରମଣ ସମ୍ପର୍କରେ ପାକିସ୍ତାନୀ ସେନା ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନି । ବଲୁଚିସ୍ତାନର ସ୍ୱାଧୀନତା ପାଇଁ ବଲୁଚି ସେନା ଗତ କିଛି ବର୍ଷ ଧରି ଲଢ଼େଇ କରିଆସୁଛି । ବଲୁଚ୍ ଲିବରେସନ୍ ଆର୍ମି ଏକ ବିବୃତ୍ତି ଜାରି କରି ଏହି ଆକ୍ରମଣରେ ତାର ହାତ ଥିବା ସ୍ପଷ୍ଟ କରିଛି । BLA ମୁଖପାତ୍ର ଜିଆଣ୍ଡ ବାଲୋଚ୍ ଏକ ବିବୃତ୍ତି ଜାରି କରି କହିଛନ୍ତି, "ଅଧିକାରୀ ସେନା ବିରୋଧରେ ଆମର ଆକ୍ରମଣ ପୂର୍ଣ୍ଣ ବଳରେ ଜାରି ରହିବ । ସେ ତାଙ୍କ ବିବୃତ୍ତିରେ ଲେଖିଛନ୍ତି ଯେ ପାକିସ୍ତାନୀ ସେନା କନଭୟ ଉପରେ ରିମୋଟ-କଣ୍ଟ୍ରୋଲଡ୍ ଆଇଇଡି ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଶତ୍ରୁପକ୍ଷର ଏକ ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ଏଥିରେ ଥିବା ସମସ୍ତ ୧୦ ସୈନିକଙ୍କ ମୃତ୍ୟୁ ହୋଇଥିଲା। ନିହତ ସୈନିକଙ୍କ ମ

ବଲୁଚିସ୍ତାନରେ BLAର ହମ୍‌ଲା, IED ବ୍ଲାଷ୍ଟରେ ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ପରେ ହାଇଆଲର୍ଟ

ନୂଆଦିଲ୍ଲୀ ୨୬/୦୪: ବଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ । ଆକ୍ରମଣରେ  ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ । BLA ଦାବି କରିଛି ଯେ ଏହା କ୍ୱେଟା ନିକଟସ୍ଥ ମାର୍ଗଟ୍ ଅଞ୍ଚଳରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରି ୧୦ ଜଣ ସୈନିକଙ୍କୁ ହତ୍ୟା କରିଛି। BLA ଅନୁଯାୟୀ, ଏହି ଆକ୍ରମଣ IED ଦ୍ୱାରା କରାଯାଇଥିଲା । 

ବିସ୍ଫୋରଣ ଫଳରେ ସେନା ଗାଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । କହିବାକୁ ଗଲେ ଏହି ଅଞ୍ଚଳଟି ଦୀର୍ଘ ସମୟ ଧରି ବଲୁଚ୍ ବିଦ୍ରୋହୀଙ୍କ କାର୍ଯ୍ୟକଳାପର କେନ୍ଦ୍ର ହୋଇ ରହିଛି । ବର୍ତ୍ତମାନ ଏହି ଆକ୍ରମଣ ସମ୍ପର୍କରେ ପାକିସ୍ତାନୀ ସେନା ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନି । ବଲୁଚିସ୍ତାନର ସ୍ୱାଧୀନତା ପାଇଁ ବଲୁଚି ସେନା ଗତ କିଛି ବର୍ଷ ଧରି ଲଢ଼େଇ କରିଆସୁଛି । 

ବଲୁଚ୍ ଲିବରେସନ୍ ଆର୍ମି ଏକ ବିବୃତ୍ତି ଜାରି କରି ଏହି ଆକ୍ରମଣରେ ତାର ହାତ ଥିବା ସ୍ପଷ୍ଟ କରିଛି । BLA ମୁଖପାତ୍ର ଜିଆଣ୍ଡ ବାଲୋଚ୍ ଏକ ବିବୃତ୍ତି ଜାରି କରି କହିଛନ୍ତି, "ଅଧିକାରୀ ସେନା ବିରୋଧରେ ଆମର ଆକ୍ରମଣ ପୂର୍ଣ୍ଣ ବଳରେ ଜାରି ରହିବ । ସେ ତାଙ୍କ ବିବୃତ୍ତିରେ ଲେଖିଛନ୍ତି ଯେ ପାକିସ୍ତାନୀ ସେନା କନଭୟ ଉପରେ ରିମୋଟ-କଣ୍ଟ୍ରୋଲଡ୍ ଆଇଇଡି ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । 

ଯେଉଁଥିରେ ଶତ୍ରୁପକ୍ଷର ଏକ ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ଏଥିରେ ଥିବା ସମସ୍ତ ୧୦ ସୈନିକଙ୍କ ମୃତ୍ୟୁ ହୋଇଥିଲା। ନିହତ ସୈନିକଙ୍କ ମଧ୍ୟରେ ସୁବେଦାର ଶହଜାଦ ଅମିନ, ନାଏବ ସୁବେଦାର ଆବାସ, ସିପାହୀ ଖଲିଲ, ସିପାହୀ ଜାହିଦ, ସିପାହୀ ଖୁରମ ସଲିମ ଏବଂ ଅନ୍ୟମାନେ ଥିଲେ।