ଇରାନ-ପାକିସ୍ତାନ କ୍ଷେପଣାସ୍ତ୍ର ଆକ୍ରମଣରେ ୯ ମୃତ; ହାଇଆଲର୍ଟରେ ପାକ୍ ସେନା
ଇସ୍ଲମାବାଦ: ପାକିସ୍ତାନ ଓ ଇରାନ ପରସ୍ପରର ସୀମା ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ବିସ୍ଫୋରକ ସ୍ଥିତି ଉପୁଜିଛି। ବାଲୁଚିସ୍ତାନ ପ୍ରଦେଶରେ ପାକ୍ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଟାର୍ଗେଟ୍ କରି ମଙ୍ଗଳବାର ରାତିରେ ଇରାନ କରିଥିବା କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇ ପାକିସ୍ତାନ ଆଜି ସକାଳେ ଇରାନର ଦକ୍ଷିଣପୂର୍ବ ସୀମା ଅଂଚଳରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ପାଖାପାଖି ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇରାନ ସେନା ଏବେ କ୍ଷୟକ୍ଷତିର ଆକଳନ କରୁଥିବା […]

ଇସ୍ଲମାବାଦ: ପାକିସ୍ତାନ ଓ ଇରାନ ପରସ୍ପରର ସୀମା ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ବିସ୍ଫୋରକ ସ୍ଥିତି ଉପୁଜିଛି। ବାଲୁଚିସ୍ତାନ ପ୍ରଦେଶରେ ପାକ୍ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଟାର୍ଗେଟ୍ କରି ମଙ୍ଗଳବାର ରାତିରେ ଇରାନ କରିଥିବା କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇ ପାକିସ୍ତାନ ଆଜି ସକାଳେ ଇରାନର ଦକ୍ଷିଣପୂର୍ବ ସୀମା ଅଂଚଳରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ପାଖାପାଖି ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇରାନ ସେନା ଏବେ କ୍ଷୟକ୍ଷତିର ଆକଳନ କରୁଥିବା ବେଳେ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ବଡ଼ ଆକ୍ରମଣ ଆଶଙ୍କା ବଳବତ୍ତର ହୋଇଛି । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନାସିର କାନାନି କହିଛନ୍ତି ଯେ ତେହେରାନରେ ପାକିସ୍ତାନର ବରିଷ୍ଠ କୂଟନୀତିଜ୍ଞଙ୍କୁ ଏ ସଂପର୍କରେ ସ୍ପଷ୍ଟୀକରଣ ମଗାଯାଇଛି ଏବଂ ପାକ୍ ଆକ୍ରମଣର ଜବାବ ଦେବାକୁ ଇରାନ ପ୍ରସ୍ତୁତ ରହିଛି। ଅନ୍ୟପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ବାଲୁଚର ବିଦ୍ରୋହୀ ସଂଗଠନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନରେ ସୀମିତ ଥିଲା। ବାଲୁଚିସ୍ତାନ ମୁକ୍ତି ବାହିନୀକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ଏହି ଅପରେସନରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଉପରେ ଏହା ସାମରିକ ଆକ୍ରମଣ ଥିଲା ଏବଂ ଏହାଦ୍ବାରା ଇରାନର ସାର୍ବଭୌମତ୍ବକୁ ଆମେ ଆଘାତ କରିନାହୁ ବୋଲି ପାକିସ୍ତାନ କହିଛି। କିନ୍ତୁ ଇରାନ ଯେ କୌଣସି ସମୟରେ ପାକିସ୍ତାନ ଉପରେ ବଡ଼ ଆକ୍ରମଣ କରିବା ସମ୍ଭାବନା ଥିବାରୁ ପାକ୍ ସେନା ହାଇଆଲର୍ଟରେ ରହିଛି।