ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ୍‌: ଏହି ଦିନ ହେବ ଶୁଣାଣି

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ କେଜ୍‌ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିୱାଲଙ୍କ ଓକିଲମାନେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ସକାଳେ ଶୁଣାଣି ପାଇଁ ଆବେଦନ କରିଛନ୍ତି। ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଙ୍କୁ ଜୁନ ୨୦ରେ ୧ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରାଯାଇଥିଲା। କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ […] The post ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ୍‌: ଏହି ଦିନ ହେବ ଶୁଣାଣି appeared first on Dharitri Odia News.

ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ୍‌: ଏହି ଦିନ ହେବ ଶୁଣାଣି

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ କେଜ୍‌ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିୱାଲଙ୍କ ଓକିଲମାନେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ସକାଳେ ଶୁଣାଣି ପାଇଁ ଆବେଦନ କରିଛନ୍ତି।
ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଙ୍କୁ ଜୁନ ୨୦ରେ ୧ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରାଯାଇଥିଲା। କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ କରିବା ପୂର୍ବରୁ କୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଥିଲେ। ତଦନ୍ତରେ ବାଧା ନ ଦେବାକୁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନ କରିବାକୁ କେଜ୍‌ରିୱାଲ ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ କେଜ୍‌ରିୱାଲଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜୁନ ୨୧ରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ ପାଇଁ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଥିଲେ।

The post ଜାମିନ୍‌ ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ୍‌: ଏହି ଦିନ ହେବ ଶୁଣାଣି appeared first on Dharitri Odia News.