ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ

ବ୍ରଜରାଜନଗର,୫ା୪(ବିଜୟ ବରାଡ଼)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ମଧୁପୁର ଜଙ୍ଗଲରୁ ଗୁରୁବାର ରାତିରେ ପୋଲିସ ଏକ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଏଥିରେ ସମ୍ପୃକ୍ତ ୧୫ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୮ ଚାରିଚକିଆ ଯାନ, ୧୮ ବାଇକ୍‌ ଓ ନଗଦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁରର ଝସକେତନ ପଟେଲ (୪୫), ମହାଦେବ ବେହେରା (୫୬), ନିରଞ୍ଜନ ଟପ (୪୨), ସୋନପୁରର […] The post ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ appeared first on Dharitri Odia News.

ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ

ବ୍ରଜରାଜନଗର,୫ା୪(ବିଜୟ ବରାଡ଼)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ମଧୁପୁର ଜଙ୍ଗଲରୁ ଗୁରୁବାର ରାତିରେ ପୋଲିସ ଏକ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଏଥିରେ ସମ୍ପୃକ୍ତ ୧୫ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୮ ଚାରିଚକିଆ ଯାନ, ୧୮ ବାଇକ୍‌ ଓ ନଗଦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁରର ଝସକେତନ ପଟେଲ (୪୫), ମହାଦେବ ବେହେରା (୫୬), ନିରଞ୍ଜନ ଟପ (୪୨), ସୋନପୁରର ବାଳକ ମାଝି (୪୬), ଛତିଶଗଡ଼ର ନୀଳକଣ୍ଠ ସିଂ, ରାଉରକେଲାର ଏମ୍‌ଡି ସମସଦ (୪୨), ବାମରାର ଅଭିଳାଷ ସାହୁ (୪୨), ସୁନ୍ଦରଗଡ଼ର ଏମ୍‌ଡି ଜାହାଙ୍ଗୀର (୪୨), କୃପାନିଧି ମହାନନ୍ଦିଆ (୩୦), ପବିତ୍ର ସାହା (୫୪), କୋଲାବିରାର ଘନଶ୍ୟାମ ସାହୁ (୫୮), କୁଦପାଲିର ରାକେଶ ଡିଲା, ଚାନ୍ଦନୀମାଲର ନିମାଇଁ ପ୍ରଧାନ (୪୦), ବରଗଡ଼ର ଶ୍ରୀନିବାସ ପ୍ରଧାନ (୩୭) ଓ ମୀନକେତନ ତାଣ୍ଡକାର (୪୨)।
ବ୍ରଜରାଜନଗର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କ ସୂଚନା ଅନୁଯାୟୀ, ଗୌରମାଳ ପଞ୍ଚାୟତର ମଧୁପୁର ଜଙ୍ଗଲକୁ ସୁରକ୍ଷିତ ସ୍ଥାନ ଭାବି ଉପରୋକ୍ତ ଅଞ୍ଚଳର ବ୍ୟବସାୟୀମାନେ ଦୀର୍ଘଦିନ ଧରି ଜୁଆ ଖେଳ ଚଳାଇଥିଲେ। ବିଶେଷ ସୂତ୍ରରୁ ଖବର ମିଳିବା ପରେ ଓରିଏଣ୍ଟ ଥାନା ଓ ବ୍ରଜରାଜନଗର ଥାନା ପୋଲିସ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ କାର୍‌, ବାଇକ୍‌ ସହ ନଗଦ ୨,୨୫,୦୦୦ ଟଙ୍କା ଜବତ କରାଯାଇଛି। ସମସ୍ତଙ୍କୁ ଥାନାକୁ ଆଣି ୪୧ ବେଲବଣ୍ଡରେ ଛଡ଼ାଯାଇଥିବା ଏସ୍‌ଡିପିଓ ପ୍ରଧାନ ପ୍ରକାଶ କରିଛନ୍ତି।

The post ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ appeared first on Dharitri Odia News.