କନ୍ଧମାଳର ୨ଟି ବୁ୍‌ଥ୍‌ରେ ଚାଲିଛି ସାନି ମତଦାନ

କଣ୍ଟାମାଳ,୨୩।୫:ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକ ସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନମ୍ବର ୨୬ ଏବଂ ୨୮ରେ ପୁନଃ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। ଏହି ପ୍ରକ୍ରିୟା ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ପୁନଃ ମତଦାନ ପାଇଁ କନ୍ଧମାଳ ଲୋକ ସଭା ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥ୍‌ ଦ୍ୱୟର […] The post କନ୍ଧମାଳର ୨ଟି ବୁ୍‌ଥ୍‌ରେ ଚାଲିଛି ସାନି ମତଦାନ appeared first on Dharitri Odia News.

କନ୍ଧମାଳର ୨ଟି ବୁ୍‌ଥ୍‌ରେ ଚାଲିଛି ସାନି ମତଦାନ

କଣ୍ଟାମାଳ,୨୩।୫:ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକ ସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନମ୍ବର ୨୬ ଏବଂ ୨୮ରେ ପୁନଃ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। ଏହି ପ୍ରକ୍ରିୟା ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।
ସୂଚନାଯୋଗ୍ୟ, ପୁନଃ ମତଦାନ ପାଇଁ କନ୍ଧମାଳ ଲୋକ ସଭା ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥ୍‌ ଦ୍ୱୟର ସମସ୍ତ ମତଦାତାଙ୍କୁ ଏନେଇ ଅବଗତ କରାଇବା ଲାଗି ବୌଦ୍ଧ ଓ କନ୍ଧମାଳ ଜିଲାର ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କୁୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହାଛଡ଼ା ଭାରତ ନିର୍ବାଚନ ଆୟୋଗ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲାର ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି।

The post କନ୍ଧମାଳର ୨ଟି ବୁ୍‌ଥ୍‌ରେ ଚାଲିଛି ସାନି ମତଦାନ appeared first on Dharitri Odia News.