ଇରାନ ପ୍ରତିରକ୍ଷା ମୁଖ୍ୟାଳୟରେ ଇସ୍ରାଏଲର ଆକ୍ରମଣ
ଦୁବାଇ,୧୬ା୬: ଇରାନର ଘାତକ ଆକ୍ରମଣ ପରେ ଇସ୍ରାଏଲ୍ ରବିବାର କ୍ରମାଗତ ତୃତୀୟ ଦିନ ପାଇଁ ତେହରାନ ଉପରେ ଜୋର୍ଦାର ଆକ୍ରମଣ କରିଛି। ଇରାନର ଶକ୍ତି ଶିଳ୍ପ ଏବଂ ତେହରାନରେ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟକୁ ଟାର୍ଗେଟ କରି ଇସ୍ରାଏଲୀ ସେନା ଆକ୍ରମଣ କରିଥିବାବେଳେ ତେହରାନ୍ର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ରବିବାର ସୁଦ୍ଧା ଇସ୍ରାଏଲ୍ ଆକ୍ରମଣରେ ଇରାନରେ ଅନୂ୍ୟନ ୪୦୬ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୫୪ ଜଣ ଆହତ ହୋଇଥିବା ଏକ ମାନବାଧିକାର ସଂଗଠନ କହିଛି। ଇସ୍ରାଏଲ୍ର […] The post ଇରାନ ପ୍ରତିରକ୍ଷା ମୁଖ୍ୟାଳୟରେ ଇସ୍ରାଏଲର ଆକ୍ରମଣ appeared first on Dharitri Odia News.
ଦୁବାଇ,୧୬ା୬: ଇରାନର ଘାତକ ଆକ୍ରମଣ ପରେ ଇସ୍ରାଏଲ୍ ରବିବାର କ୍ରମାଗତ ତୃତୀୟ ଦିନ ପାଇଁ ତେହରାନ ଉପରେ ଜୋର୍ଦାର ଆକ୍ରମଣ କରିଛି। ଇରାନର ଶକ୍ତି ଶିଳ୍ପ ଏବଂ ତେହରାନରେ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟକୁ ଟାର୍ଗେଟ କରି ଇସ୍ରାଏଲୀ ସେନା ଆକ୍ରମଣ କରିଥିବାବେଳେ ତେହରାନ୍ର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ରବିବାର ସୁଦ୍ଧା ଇସ୍ରାଏଲ୍ ଆକ୍ରମଣରେ ଇରାନରେ ଅନୂ୍ୟନ ୪୦୬ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୫୪ ଜଣ ଆହତ ହୋଇଥିବା ଏକ ମାନବାଧିକାର ସଂଗଠନ କହିଛି। ଇସ୍ରାଏଲ୍ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଚେତାବନୀ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଥିବାରୁ ଆମେରିକା ସହ ଇରାନର ଆଣବିକ ଆଲୋଚନା ବାତିଲ ହୋଇଛି। ଗତ ମାସରେ ବାଣିଜ୍ୟ ଥୋପ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହିଆସୁଥିଲାବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ଅନୁରୂପ ଡିଲ୍ କରିପାରିବେ ବୋଲି ରବିବାର ଦାବି କରିଛନ୍ତି।
ଇସ୍ରାଏଲ୍ ‘ଅପରେଶନ ରାଇଜିଂ ଲାୟନ’ ନାମରେ ଶୁକ୍ରବାର ଅଚାନକ ଇରାନର ଆଣବିକ ସ୍ଥଳ ଓ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ଜୋର୍ଦାର ଆକ୍ରମଣ କରିବାରୁ ଏହାର ସେନାମୁଖ୍ୟଙ୍କ ସମେତ କେତେଜଣ ଶୀର୍ଷ ଜେନେରାଲ ଏବଂ ଆଣବିକ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଇସ୍ରାଏଲ୍ ଉପରେ ଶତାଧିକ ଡ୍ରୋନ୍ ଏବଂ ମିଶାଇଲ ମାଡ଼ କରିଥିଲା। ପରେ ଇସ୍ରାଏଲ୍ ଇରାନର ୨ଟି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି। ଇରାନର ବୁଶେର ପ୍ରଦେଶର ସାଉଥ୍ ପାର୍ସରେ ରହିଥିବା ବିଶ୍ୱର ସର୍ବବୃହତ୍ ଗ୍ୟାସ୍ ଫିଲ୍ଡରେ ଶନିବାର ଇସ୍ରାଏଲ୍ ଡ୍ରୋନ୍ ଆକ୍ରମଣ କରିବାରୁ ଏକ ପ୍ରୋସେସିଂ ୟୁନିଟ୍ରେ ନିଆଁ ଲାଗିଯାଇଛି। ଫଳରେ ସେଠାରୁ ଉତ୍ପାଦନ ଆଂଶିକ ବନ୍ଦ ରହିଛି।
ଇସ୍ରାଏଲ୍ ଇସ୍ଲାମିକ ରିପବ୍ଲିକ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ ଆମେ ଆକ୍ରମଣ କରିବୁ ନାହିଁ ବୋଲି ରବିବାର ତେହରାନ କହିଛି। ଶନିବାର ରାତିରୁ ଇସ୍ରାଏଲ୍ ଉପରେ ଇରାନ ଶତାଧିକ ମିଶାଇଲ ମାଡ଼ କରିଥିଲା। ଏଥିରେ ଅନୂ୍ୟନ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦୦ ଜଣ ଆାହତ ହୋଇଥିବା ଇସ୍ରାଏଲ୍ ଜରୁରୀ ସେବା ବିଭାଗ କହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି, ଇରାନ ଅଣୁଅସ୍ତ୍ର ବିକାଶ ବନ୍ଦ କରିବା ଆମେ ଚାହୁଁ। ଆମେରିକା ରାଷ୍ଟ୍ରପତି ଇସ୍ରାଏଲ୍ର ସାମରିକ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଇରାନ ଯଦି ଆଣବିକ ଚୁକ୍ତିନାମା ପାଇଁ ରାଜି ହୁଏ, ତେବେ ଆଉ ଧ୍ୱଂସଲୀଳା ହେବ ନାହିଁ ବୋଲି ସେ କହିଥିଲେ।
The post ଇରାନ ପ୍ରତିରକ୍ଷା ମୁଖ୍ୟାଳୟରେ ଇସ୍ରାଏଲର ଆକ୍ରମଣ appeared first on Dharitri Odia News.