ଇରାନ ରଚୁଛି ଟ୍ରମ୍ପ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର:ଆମେରିକୀୟ ଗୋଇନ୍ଦା ଅଧିକାରୀଙ୍କ ଚେତାବନୀ

ଓ୍ବାଶିଂଟନ, ୨୬।୯:ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକୀୟ ଗୋଇନ୍ଦା ଏଜେନ୍ସି ‘ନ୍ୟାଶନାଲ ଇଣ୍ଟେଲିଜେନ୍ସ’ ପ୍ରକାଶ କରିଛି। ଆମେରିକାରେ ଅରାଜକତା ଏବଂ ଅସ୍ଥିରତା ବିସ୍ତାର କରୁଥିବାରୁ ଇରାନ ଏହି ଷଡ଼ଯନ୍ତ୍ର ରଚୁଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ମଙ୍ଗଳବାର ନିର୍ବାଚନୀ ପ୍ରଚାର କରୁଥିବାବେଳେ ଟ୍ରମ୍ପ୍‌ ଏନେଇ ଆମେରିକବାସୀଙ୍କୁ ଏହା ଜଣାଇଛନ୍ତି। ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇପାରେ, ତେଣୁ ସତର୍କ […] The post ଇରାନ ରଚୁଛି ଟ୍ରମ୍ପ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର:ଆମେରିକୀୟ ଗୋଇନ୍ଦା ଅଧିକାରୀଙ୍କ ଚେତାବନୀ appeared first on Dharitri Odia News.

ଇରାନ ରଚୁଛି ଟ୍ରମ୍ପ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର:ଆମେରିକୀୟ ଗୋଇନ୍ଦା ଅଧିକାରୀଙ୍କ ଚେତାବନୀ

ଓ୍ବାଶିଂଟନ, ୨୬।୯:ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକୀୟ ଗୋଇନ୍ଦା ଏଜେନ୍ସି ‘ନ୍ୟାଶନାଲ ଇଣ୍ଟେଲିଜେନ୍ସ’ ପ୍ରକାଶ କରିଛି। ଆମେରିକାରେ ଅରାଜକତା ଏବଂ ଅସ୍ଥିରତା ବିସ୍ତାର କରୁଥିବାରୁ ଇରାନ ଏହି ଷଡ଼ଯନ୍ତ୍ର ରଚୁଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ମଙ୍ଗଳବାର ନିର୍ବାଚନୀ ପ୍ରଚାର କରୁଥିବାବେଳେ ଟ୍ରମ୍ପ୍‌ ଏନେଇ ଆମେରିକବାସୀଙ୍କୁ ଏହା ଜଣାଇଛନ୍ତି। ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇପାରେ, ତେଣୁ ସତର୍କ ରହିବାକୁ ନ୍ୟାଶନାଲ ଇଣ୍ଟେଲିଜେନ୍ସ ପରାମର୍ଶ ଦେଇଥିବା ଟ୍ରମ୍ପ୍‌ କହିଛନ୍ତି। ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କୁ ନିକଟରେ ୨ ଥର ଗୁଳି କରି ହତ୍ୟା କରିବା ପାଇଁ ପ୍ରୟାସ ହୋଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ୍‌ଙ୍କ ପ୍ରଚାରର ମୁଖପାତ୍ର ଷ୍ଟିଭେନ୍‌ ଚଉଙ୍ଗ କହିଛନ୍ତି, ଗତ କିଛି ମାସ ମଧ୍ୟରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ନେଇ ଗୋଇନ୍ଦା ଅଧିକାରୀମାନେ ଚିହ୍ନଟ କରିଛନ୍ତି। ତେଣୁ ଟ୍ରମ୍ପ୍‌ଙ୍କ ସୁରକ୍ଷା ଏବଂ ବିନା କୌଣସି ବାଧାରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପନ୍ନ କରାଇବାକୁ ସମସ୍ତ ଏଜେନ୍ସିର ଆଇନ ଶୃଙ୍ଖଳା ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

The post ଇରାନ ରଚୁଛି ଟ୍ରମ୍ପ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର:ଆମେରିକୀୟ ଗୋଇନ୍ଦା ଅଧିକାରୀଙ୍କ ଚେତାବନୀ appeared first on Dharitri Odia News.