ସେନା ଗାଡି ଉପରେ ବୋମା ଆକ୍ରମଣ: ୫ ସୈନିକ ଶହୀଦ୍
ଇସଲାମାବାଦ୍,୧୫।୧: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ବାଲୁଚିସ୍ତାନର କେଚ ପ୍ରଦେଶରେ ଏହି ଘଟଣା ଘଟିଛି। ଗତ କିଛି ଦଶନ୍ଧି ଧରି ଏହି ଅଞ୍ଚଳରେ ସେନା ବିରୋଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରାଗ ରହିଛି। ପାକିସ୍ତାନୀ ସେନା ଏକ ବିବୃତ୍ତିରେ କହିଛି ଯେ, ଏକ ସେନା ଗାଡିରେ ଆଇଡି ବିସ୍ଫୋରଣ ହୋଇଛି। ସେନା କହିଛି, ବୋମା ବିସ୍ଫୋରଣରେ ଆମର […] The post ସେନା ଗାଡି ଉପରେ ବୋମା ଆକ୍ରମଣ: ୫ ସୈନିକ ଶହୀଦ୍ appeared first on Dharitri Odia News.
ଇସଲାମାବାଦ୍,୧୫।୧: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ବାଲୁଚିସ୍ତାନର କେଚ ପ୍ରଦେଶରେ ଏହି ଘଟଣା ଘଟିଛି। ଗତ କିଛି ଦଶନ୍ଧି ଧରି ଏହି ଅଞ୍ଚଳରେ ସେନା ବିରୋଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରାଗ ରହିଛି।
ପାକିସ୍ତାନୀ ସେନା ଏକ ବିବୃତ୍ତିରେ କହିଛି ଯେ, ଏକ ସେନା ଗାଡିରେ ଆଇଡି ବିସ୍ଫୋରଣ ହୋଇଛି। ସେନା କହିଛି, ବୋମା ବିସ୍ଫୋରଣରେ ଆମର ୫ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଆକ୍ରମଣରେ ନିହତ ହୋଇଥିବା ସୈନିକଙ୍କ ବୟସ ୨୩ ରୁ ୨୫ ବର୍ଷ ମଧ୍ୟରେ ବୋଲି ସେନା କହିଛି। ବାଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମୀର ଅଲି ମର୍ଡାନ ଖାନ ଡୋମକି ସୈନିକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନର କିଛି ସିନେଟର ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।
The post ସେନା ଗାଡି ଉପରେ ବୋମା ଆକ୍ରମଣ: ୫ ସୈନିକ ଶହୀଦ୍ appeared first on Dharitri Odia News.