ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ
ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତ ସରକାର ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ସମ୍ମାନରେ ଭାରତ ସରକାର ୨୧ ମେ’ ଅର୍ଥାତ୍ ମଙ୍ଗଳବାର ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଦିବଙ୍ଗତ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ […] The post ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତ ସରକାର ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ସମ୍ମାନରେ ଭାରତ ସରକାର ୨୧ ମେ’ ଅର୍ଥାତ୍ ମଙ୍ଗଳବାର ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଦିବଙ୍ଗତ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମେ ୨୧ରେ ସମଗ୍ର ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ। ଶୋକ ଦିବସରେ ଭାରତର ସମସ୍ତ ଅଟ୍ଟାଳିକା ଉପରେ ଜାତୀୟ ପତାକା ଅର୍ଦ୍ଧନିମିତ କରାଯିବ ଏବଂ ସେଦିନ କୌଣସି ସରକାରୀ ମନୋରଞ୍ଜନ ହେବନାହିଁ।
The post ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ appeared first on Dharitri Odia News.