ଜ୍ଞାନବାପିର ବ୍ୟାସ ତେଖାନାରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ସ୍ଥାପନ ହେଲେ ଶିବ-ଗଣେଶ-ହନୁମାନଙ୍କ ମୂର୍ତ୍ତି

ପ୍ରୟାଗରାଜ,୨।୨: ଜ୍ଞାନବାପି ମସଜିଦ ଉପରେ ବାରଣାସୀ ଜିଲା କୋର୍ଟ ହିନ୍ଦୁପକ୍ଷଙ୍କ ସପକ୍ଷରେ ରାୟ ଦେବା ପରେ ଶୁକ୍ରବାର ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଜ୍ଞାନବାପିର ବ୍ୟାସ ତେଖାନାରେ ଆଜି ଭଗବାନ ଶିବ, ଗଣେଶ ଓ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ହିନ୍ଦୁପକ୍ଷ ଦ୍ୱାରା ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ତେଖାନାରେ ଭଗବାନଙ୍କୁ ପାଞ୍ଚ ଥର ଆରତୀ କରାଯିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ଜ୍ଞାନବାପି ମସଜିଦ ତେଖାନାରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ବିରୋଧରେ […] The post ଜ୍ଞାନବାପିର ବ୍ୟାସ ତେଖାନାରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ସ୍ଥାପନ ହେଲେ ଶିବ-ଗଣେଶ-ହନୁମାନଙ୍କ ମୂର୍ତ୍ତି appeared first on Dharitri Odia News.

ଜ୍ଞାନବାପିର ବ୍ୟାସ ତେଖାନାରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ସ୍ଥାପନ ହେଲେ ଶିବ-ଗଣେଶ-ହନୁମାନଙ୍କ ମୂର୍ତ୍ତି

ପ୍ରୟାଗରାଜ,୨।୨: ଜ୍ଞାନବାପି ମସଜିଦ ଉପରେ ବାରଣାସୀ ଜିଲା କୋର୍ଟ ହିନ୍ଦୁପକ୍ଷଙ୍କ ସପକ୍ଷରେ ରାୟ ଦେବା ପରେ ଶୁକ୍ରବାର ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଜ୍ଞାନବାପିର ବ୍ୟାସ ତେଖାନାରେ ଆଜି ଭଗବାନ ଶିବ, ଗଣେଶ ଓ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ହିନ୍ଦୁପକ୍ଷ ଦ୍ୱାରା ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ତେଖାନାରେ ଭଗବାନଙ୍କୁ ପାଞ୍ଚ ଥର ଆରତୀ କରାଯିବାର କାର୍ଯ୍ୟସୂଚୀ ରହିଛି।

ସୂଚନାଯୋଗ୍ୟ, ଜ୍ଞାନବାପି ମସଜିଦ ତେଖାନାରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ବିରୋଧରେ ମୁସଲିମ ପକ୍ଷର ଆବେଦନ ଉପରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ହାଇକୋର୍ଟ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ ଏବଂ ପରବର୍ତ୍ତୀ ଶୁଣାଣି ପାଇଁ ଫେବୃଆରୀ ୬କୁ ଦିନ ଧାର୍ଯ୍ୟ କରିଛନ୍ତି।

The post ଜ୍ଞାନବାପିର ବ୍ୟାସ ତେଖାନାରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ସ୍ଥାପନ ହେଲେ ଶିବ-ଗଣେଶ-ହନୁମାନଙ୍କ ମୂର୍ତ୍ତି appeared first on Dharitri Odia News.