ଇରାନ ସେନା କବ୍ଜା କରିଥିବା ଜାହାଜରେ ଅଛନ୍ତି ୧୭ ଭାରତୀୟ, ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ଇସ୍ରାଏଲ୍‌ରୁ ଆସୁଥିବା ଏକ ମାଲବାହୀ ଜାହାଜକୁ ଇରାନ ସେନା କବ୍ଜା କରି ନେଇଛନ୍ତି। ଷ୍ଟ୍ରେଟ ଅଫ୍ ହରମୁଜରେ ଜାହାଜ ଉପରେ କବ୍ଜା କରି ଏହାକୁ ଇରାନ ଜଳସୀମାକୁ ପଠାଇ ଦିଆଯାଇଛି। ରିପୋର୍ଟ ଅନୁସାରେ, ଜାହାଜଟି ଭାରତ ଆସୁଥିଲା। ଏଥିରେ ୧୭ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଇରାନ ସେନା ବନ୍ଧକ ବନାଇଛି। ଅନ୍ୟପଟେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। କୂଟନୈତିକ ସ୍ତରରେ ଦୂତାବାସ ସାହାଯ୍ୟରେ ଭାରତ ଇରାନ ସହ ଯୋଗାଯୋଗ କରୁଛି ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଇସ୍ରାଏଲ ହମାସ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇରାନ ମଧ୍ୟ ଯୁଦ୍ଧକୁ ଡେଇଁଛି। ଏପ୍ରିଲ ୧ ତାରିଖରେ ସିରିଆଇ ଡାମାସକସ୍‌ରେ ଥିବା ଇରାନ ଦୂତାବାସରେ ଏୟାର ଷ୍ଟ୍ରାଇକ୍‌ ପରେ ଇରାନ ଇସ୍ରାଏଲ୍ ବିରୋଧରେ ପ୍ରତିଶୋଧ ନେବାକୁ ଶପଥ ନେଇଛି। ଇରାନ କହୁଛି ଦୂତାବାସ ଉପରେ ଇସ୍ରାଏଲ୍ ଆକ୍ରମଣ କରିଛି। ହେଲେ ଇସ୍ରାଏଲ୍ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ୨୪ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆଟାକ୍ କରିପାରିବେ ବୋଲି ମିଡିଆରେ ଖବର ପ୍ରକାଶ ପାଉଛି।  

ଇରାନ ସେନା କବ୍ଜା କରିଥିବା ଜାହାଜରେ ଅଛନ୍ତି ୧୭ ଭାରତୀୟ, ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ଇସ୍ରାଏଲ୍‌ରୁ ଆସୁଥିବା ଏକ ମାଲବାହୀ ଜାହାଜକୁ ଇରାନ ସେନା କବ୍ଜା କରି ନେଇଛନ୍ତି। ଷ୍ଟ୍ରେଟ ଅଫ୍ ହରମୁଜରେ ଜାହାଜ ଉପରେ କବ୍ଜା କରି ଏହାକୁ ଇରାନ ଜଳସୀମାକୁ ପଠାଇ ଦିଆଯାଇଛି। ରିପୋର୍ଟ ଅନୁସାରେ, ଜାହାଜଟି ଭାରତ ଆସୁଥିଲା। ଏଥିରେ ୧୭ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଇରାନ ସେନା ବନ୍ଧକ ବନାଇଛି। 

ଅନ୍ୟପଟେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। କୂଟନୈତିକ ସ୍ତରରେ ଦୂତାବାସ ସାହାଯ୍ୟରେ ଭାରତ ଇରାନ ସହ ଯୋଗାଯୋଗ କରୁଛି ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। 

ଇସ୍ରାଏଲ ହମାସ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇରାନ ମଧ୍ୟ ଯୁଦ୍ଧକୁ ଡେଇଁଛି। ଏପ୍ରିଲ ୧ ତାରିଖରେ ସିରିଆଇ ଡାମାସକସ୍‌ରେ ଥିବା ଇରାନ ଦୂତାବାସରେ ଏୟାର ଷ୍ଟ୍ରାଇକ୍‌ ପରେ ଇରାନ ଇସ୍ରାଏଲ୍ ବିରୋଧରେ ପ୍ରତିଶୋଧ ନେବାକୁ ଶପଥ ନେଇଛି। ଇରାନ କହୁଛି ଦୂତାବାସ ଉପରେ ଇସ୍ରାଏଲ୍ ଆକ୍ରମଣ କରିଛି। ହେଲେ ଇସ୍ରାଏଲ୍ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ୨୪ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆଟାକ୍ କରିପାରିବେ ବୋଲି ମିଡିଆରେ ଖବର ପ୍ରକାଶ ପାଉଛି।