ଇରାନର ମିସାଇଲ ଆଟାକ୍ରେ ଛାନିଆ ହେଲେ ନେତାନ୍ୟାହୁ! ବଙ୍କର୍ ଭିତରକୁ ଦୌଡିଲେ, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୩।୧୦:ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ବଡ଼ ଆକାରରେ ରକେଟ୍ ମାଡ କରିଛି। ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବଙ୍କରକୁ ପଳାୟନ କରୁଥିବା ଦେଖାଦେଇଛି। ସେ ଛାନିଆ ହୋଇ ବଙ୍କର ଭିତରକୁ ଦୌଡି ଦୌଡି ଯାଉଥିବା ଭିଡିଓ ଭାଇରାଲ ହେଉଛି। ଯେତେବେଳେ ଇରାନର ମିସାଇଲ (ଯାହା ହାଇପରସୋନିକ ମିସାଇଲ) ଇସ୍ରାଏଲର ବାୟୁମଣ୍ଡଳୀୟ କ୍ଷେତ୍ରକୁ ପ୍ରବେଶ କଲା ପୁରା ଦେଶରେ ସାଇରନ ବାଜିବାକୁ ଲାଗିଲା। […] The post ଇରାନର ମିସାଇଲ ଆଟାକ୍ରେ ଛାନିଆ ହେଲେ ନେତାନ୍ୟାହୁ! ବଙ୍କର୍ ଭିତରକୁ ଦୌଡିଲେ, ଭିଡିଓ ଭାଇରାଲ… appeared first on Dharitri Odia News.
ନୂଆଦିଲ୍ଲୀ,୩।୧୦:ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ବଡ଼ ଆକାରରେ ରକେଟ୍ ମାଡ କରିଛି। ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବଙ୍କରକୁ ପଳାୟନ କରୁଥିବା ଦେଖାଦେଇଛି। ସେ ଛାନିଆ ହୋଇ ବଙ୍କର ଭିତରକୁ ଦୌଡି ଦୌଡି ଯାଉଥିବା ଭିଡିଓ ଭାଇରାଲ ହେଉଛି। ଯେତେବେଳେ ଇରାନର ମିସାଇଲ (ଯାହା ହାଇପରସୋନିକ ମିସାଇଲ) ଇସ୍ରାଏଲର ବାୟୁମଣ୍ଡଳୀୟ କ୍ଷେତ୍ରକୁ ପ୍ରବେଶ କଲା ପୁରା ଦେଶରେ ସାଇରନ ବାଜିବାକୁ ଲାଗିଲା।
ଜଣେ ଇରାନ ସମର୍ଥନ ନେତାନ୍ୟାହୁଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କହିରଖୁଛୁ କି, ଏହି ଭିଡିଓ ୩ବର୍ଷ ପୁରୁଣା ଅଟେ। ନେତାନ୍ୟାହୁ ଇସ୍ରାଏଲି ସଂସଦ ନେସେଟ ଭିତରେ ଦୌଡୁଥିବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
The post ଇରାନର ମିସାଇଲ ଆଟାକ୍ରେ ଛାନିଆ ହେଲେ ନେତାନ୍ୟାହୁ! ବଙ୍କର୍ ଭିତରକୁ ଦୌଡିଲେ, ଭିଡିଓ ଭାଇରାଲ… appeared first on Dharitri Odia News.