ଇରାନରେ ପପ୍ ଗାୟକଙ୍କୁ ମୃତ୍ୟୁଦଣ୍ଡ
ତେହରାନ,୨୧।୧: ପ୍ରଫେଟ୍ ମହମ୍ମଦଙ୍କୁ ନିନ୍ଦା କରିଥିବା ଲୋକପ୍ରିୟ ପପ୍ ଗାୟକ ଅମିର ହୋସେଇନ୍ ମଘସୌଡଲୁ ଓରଫ ଟାଟାଲୁଙ୍କୁ ଇରାନର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ମହମ୍ମଦଙ୍କୁ ନିନ୍ଦା କରିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୂର୍ବରୁ ତଳକୋର୍ଟ ତାଙ୍କୁ ୫ ବର୍ଷ ଜେଲଦଣ୍ଡ ଦେଇଥିବାବେଳେ ଏହା ବିରୋଧରେ ସରକାରୀ ଓକିଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ। ମାମଲାର ପୁନର୍ବାର ବିଚାର କରାଯାଇ ଟାଟାଲୁଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ତେବେ ଅଭିଯୁକ୍ତ ରାୟ ବିରୋଧରେ ଅପିଲ କରିପାରିବେ […] The post ଇରାନରେ ପପ୍ ଗାୟକଙ୍କୁ ମୃତ୍ୟୁଦଣ୍ଡ appeared first on Dharitri Odia News.
ତେହରାନ,୨୧।୧: ପ୍ରଫେଟ୍ ମହମ୍ମଦଙ୍କୁ ନିନ୍ଦା କରିଥିବା ଲୋକପ୍ରିୟ ପପ୍ ଗାୟକ ଅମିର ହୋସେଇନ୍ ମଘସୌଡଲୁ ଓରଫ ଟାଟାଲୁଙ୍କୁ ଇରାନର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ମହମ୍ମଦଙ୍କୁ ନିନ୍ଦା କରିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୂର୍ବରୁ ତଳକୋର୍ଟ ତାଙ୍କୁ ୫ ବର୍ଷ ଜେଲଦଣ୍ଡ ଦେଇଥିବାବେଳେ ଏହା ବିରୋଧରେ ସରକାରୀ ଓକିଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ। ମାମଲାର ପୁନର୍ବାର ବିଚାର କରାଯାଇ ଟାଟାଲୁଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ତେବେ ଅଭିଯୁକ୍ତ ରାୟ ବିରୋଧରେ ଅପିଲ କରିପାରିବେ ବୋଲି ରିପୋର୍ଟରେ କୁହାଯାଇଛି। ୩୭ ବର୍ଷୀୟ ପପ୍ ଗାୟକ ୨୦୧୮ରୁ ଇସ୍ତାନବୁଲ୍ରେ ରହୁଥିଲେ। ୨୦୨୩ ଡିସେମ୍ବରରେ ତୁର୍କୀ ପୋଲିସ ତାଙ୍କୁ ଇରାନକୁ ହସ୍ତାନ୍ତର କରିଥିଲା। ସେବେଠାରୁ ସେ ଇରାନରେ ଅଟକ ରହିଥିଲେ। ବେଶ୍ୟାବୃତ୍ତିକୁ ପ୍ରୋତ୍ସାହିତ କରିବା ଓ ଅନ୍ୟାନ୍ୟ ମାମଲାରେ ମଧ୍ୟ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା।
The post ଇରାନରେ ପପ୍ ଗାୟକଙ୍କୁ ମୃତ୍ୟୁଦଣ୍ଡ appeared first on Dharitri Odia News.