ସମ୍ଭଲ ହିଂସା ମାମଲାରେ ୧୨୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଉତ୍ତରପ୍ରଦେଶ ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ ସମ୍ଭାଲ ହିଂସା ମାମଲାରେ ୧୨୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ସମ୍ଭାଲ ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍ ହିଂସା କାଣ୍ଡରେ ଦୁଇଟି ଥାନାରେ ରୁଜୁ ହୋଇଥିବା ୬ଟି ମାମଲାକୁ ଆଧାର କରି ଦାଖଲ କରାଯାଇଛି। ହିଂସାକାଣ୍ଡ କୁ ନେଇ ସମୁଦାୟ ୭ଟି ଏଫଆଇଆର ରୁଜୁ ହୋଇଛି, ଯେଉଁଥିରେ ସମାଜବାଦୀ ପାର୍ଟି ସାଂସଦ […]

ସମ୍ଭଲ ହିଂସା ମାମଲାରେ ୧୨୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଉତ୍ତରପ୍ରଦେଶ ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ ସମ୍ଭାଲ ହିଂସା ମାମଲାରେ ୧୨୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ସମ୍ଭାଲ ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍ ହିଂସା କାଣ୍ଡରେ ଦୁଇଟି ଥାନାରେ ରୁଜୁ ହୋଇଥିବା ୬ଟି ମାମଲାକୁ ଆଧାର କରି ଦାଖଲ କରାଯାଇଛି। ହିଂସାକାଣ୍ଡ କୁ ନେଇ ସମୁଦାୟ ୭ଟି ଏଫଆଇଆର ରୁଜୁ ହୋଇଛି, ଯେଉଁଥିରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରେହମାନ ବାର୍କ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ସ୍ଥାନୀୟ ବିଧାୟକ ଇକବାଲ ମେହମୁଦଙ୍କ ପୁଅ ସୋହେଲ ଇକବାଲଙ୍କ ନାମ ମଧ୍ୟ ଏକାଧିକ ଏଫଆଇଆରରେ ଥିବା ୬ ଜଣଙ୍କ ମଧ୍ୟରେ ଅଛନ୍ତି ଏବଂ ଅଧିକାରୀମାନେ ହିଂସା ଘଟାଇବା, ଅଶାନ୍ତି ସୃଷ୍ଟି କରିବା ଏବଂ ଜନସମାଗମ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଏହି ମାମଲାରେ ଏଯାବତ ୮୦ ଜଣ ଗିରଫ ହୋଇଛନ୍ତି। ରହମାନ ବାର୍କ ଏବଂ ସୋହେଲ ଇକବଲ ବିରୋଧ‌ରେ ଏସ୍‌ଆଇଟି ଚାର୍ଜସିଟ୍‌ ଦାଖଲ କରିନଥିଲେ ମଧ୍ୟ ପୁଲିସ ସେମାନଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିନାହିଁ।