ଇରାନ୍ କୋଇଲା ଖଣିରେ ବିସ୍ଫୋରଣ ; ୫୦ ମୃତ ୧୭ ଆହତ

ନୂଆଦିଲ୍ଲୀ ୨୨।୦୯: ଲେବାନନ୍‌ ପରେ ଇରାନର ଏକ କୋଇଲା ଖଣିରେ ବିସ୍ଫୋରଣ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ପୂର୍ବ ଇରାନରେ ଅବସ୍ଥିତ ଏହି କୋଇଲା ଖଣିରେ ମିଥେନ ଗ୍ୟାସ ଲିକ ହେତୁ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ବହୁ ଦୂର ଯାଏ ଲୋକଙ୍କୁ ଶୁଣାଯାଇଥିଲା । ଇରାନରେ ଏହି ବିସ୍ଫୋରଣ ସେହି ସମୟରେ ଘଟିଥିଲା ଯେତେବେଳେ ଲେବାନନରେ ପେଜର୍ ଏବଂ ୱାକି-ଟକିରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣ ପଛରେ ଲେବାନନ୍ ଇସ୍ରାଏଲର ହାତ ଅଛି ବୋଲି ଅଭିଯୋଗ କରିଛି। ତେବେ କୋଇଲା ଖଣି ବିସ୍ଫୋରଣ ପାଇଁ ଇରାନ କୌଣସି ଦେଶକୁ ଦାୟୀ କରି ନାହିଁ।ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ଇରାନର ରାଜଧାନୀ ତେହେରାନ ଠାରୁ ପ୍ରାୟ ୫୪୦ କିଲୋମିଟର ଦୂରରେ ଥିବା ତବାସରେ ଅବସ୍ଥିତ ଏକ କୋଇଲା ଖଣିରେ ହୋଇଛି। ବିସ୍ଫୋରଣ ସ୍ଥାନକୁ ପ୍ରଶାସନ ଜରୁରୀକାଳୀନ ଏବଂ ଉଦ୍ଧାରକାରୀ ଦଳକୁ ପଠାଇଛି। ଉଦ୍ଧାରକାରୀ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କୁହାଯାଉଛି ଯେ ବିସ୍ଫୋରଣ ସମୟରେ ଖଣିରେ ପ୍ରାୟ ୭୦ ଲୋକ କାମ କରୁଥିଲେ। ୨୪ ଜଣ ଲୋକ ଖଣିରେ ଫସି ରହିଥିବାର ସମ୍ଭାବନା ଅଛି। ପ୍ରାନ୍ତ ରାଜ୍ୟପାଳ ମହମ୍ମଦ ଜାଭେଦ୍ କହିଛନ୍ତି ଯେ ଏହି ବିସ୍ଫୋରଣରେ

ଇରାନ୍ କୋଇଲା ଖଣିରେ ବିସ୍ଫୋରଣ ; ୫୦ ମୃତ ୧୭ ଆହତ

ନୂଆଦିଲ୍ଲୀ ୨୨।୦୯: ଲେବାନନ୍‌ ପରେ ଇରାନର ଏକ କୋଇଲା ଖଣିରେ ବିସ୍ଫୋରଣ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ପୂର୍ବ ଇରାନରେ ଅବସ୍ଥିତ ଏହି କୋଇଲା ଖଣିରେ ମିଥେନ ଗ୍ୟାସ ଲିକ ହେତୁ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ବହୁ ଦୂର ଯାଏ ଲୋକଙ୍କୁ ଶୁଣାଯାଇଥିଲା । ଇରାନରେ ଏହି ବିସ୍ଫୋରଣ ସେହି ସମୟରେ ଘଟିଥିଲା ଯେତେବେଳେ ଲେବାନନରେ ପେଜର୍ ଏବଂ ୱାକି-ଟକିରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣ ପଛରେ ଲେବାନନ୍ ଇସ୍ରାଏଲର ହାତ ଅଛି ବୋଲି ଅଭିଯୋଗ କରିଛି। ତେବେ କୋଇଲା ଖଣି ବିସ୍ଫୋରଣ ପାଇଁ ଇରାନ କୌଣସି ଦେଶକୁ ଦାୟୀ କରି ନାହିଁ।

ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ଇରାନର ରାଜଧାନୀ ତେହେରାନ ଠାରୁ ପ୍ରାୟ ୫୪୦ କିଲୋମିଟର ଦୂରରେ ଥିବା ତବାସରେ ଅବସ୍ଥିତ ଏକ କୋଇଲା ଖଣିରେ ହୋଇଛି। ବିସ୍ଫୋରଣ ସ୍ଥାନକୁ ପ୍ରଶାସନ ଜରୁରୀକାଳୀନ ଏବଂ ଉଦ୍ଧାରକାରୀ ଦଳକୁ ପଠାଇଛି। ଉଦ୍ଧାରକାରୀ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କୁହାଯାଉଛି ଯେ ବିସ୍ଫୋରଣ ସମୟରେ ଖଣିରେ ପ୍ରାୟ ୭୦ ଲୋକ କାମ କରୁଥିଲେ। ୨୪ ଜଣ ଲୋକ ଖଣିରେ ଫସି ରହିଥିବାର ସମ୍ଭାବନା ଅଛି। 

ପ୍ରାନ୍ତ ରାଜ୍ୟପାଳ ମହମ୍ମଦ ଜାଭେଦ୍ କହିଛନ୍ତି ଯେ ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ୧୭ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭା ପାଇଁ ନ୍ୟୁୟର୍କ ଗସ୍ତ ପ୍ରସ୍ତୁତ ହେଉଥିବା ଇରାନର ନବ ନିର୍ବାଚିତ ରାଷ୍ଟ୍ରପତି ମସୁଦ ପେଜେଶକିଆନ୍ କହିଛନ୍ତି ଯେ ସେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୁ ଆଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ଯିଏ ଦାୟୀ ସେ କୌଣସି ପରିସ୍ଥିତିରେ ବର୍ତ୍ତି ପାରିବ ନାହିଁ।