ଇରାନ୍ର ଆଣବିକ ଠିକଣା ଉପରେ ସାଇବର ହମଲା, ଇସ୍ରାଏଲର ପରବର୍ତ୍ତୀ ପଦକ୍ଷେପ ନେଇ ଭୟଭୀତ ଖାମିନେଇ
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଏହାରି ଭିତରେ ଇରାନ ଉପରେ ବ୍ୟାପକ ସାଇବର ଆଟାକ୍ ହୋଇଛି। ଏହି କାରଣରୁ ସରକାରଙ୍କ ପ୍ରାୟ ତିନୋଟି ଶାଖା କ୍ଷତିଗ୍ରସ୍ତ ହୋଇଛି। ଏପରିକି ଏହାର ଆଣବିକ ଭିତ୍ତିଭୂମି ମଧ୍ୟ ଟାର୍ଗେଟ କରାଯାଇଛି। ସେଠାରେ ଥିବା ନ୍ୟାୟପାଳିକା, ବିଧାନସଭା ଏବଂ କାର୍ଯ୍ୟନିର୍ବାହୀ ଶାଖା ବଡ଼ ଧରଣର ସାଇବର ଆଟାକ୍ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ସୂଚନାକୁ ହ୍ୟାକ୍ କରିଥିବା ଜଣାପଡ଼ିଛି।ଏହି ସାଇବର ହମଲାରେ ଇନ୍ଧନ ବଣ୍ଟନ, ମ୍ୟୁନିସିପାଲିଟି ନେଟୱର୍କ, ପରିବହନ ନେଟୱର୍କ, ବନ୍ଦରଗୁଡିକ ମଧ୍ୟ ଟାର୍ଗେଟ କରାଯାଇଛି। ବର୍ତ୍ତମାନ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମିନେଇ ଇସ୍ରାଏଲର ପରବର୍ତ୍ତୀ ପଦକ୍ଷେପକୁ ଭୟ କରୁଛନ୍ତି। କାରଣ ଇସ୍ରାଏଲ ତାଙ୍କ ତୈଳ କେନ୍ଦ୍ରକୁ ଟାର୍ଗେଟ କରିପାରେ।ଏପରି ସ୍ଥିତିରେ ହମାସ ଏବଂ ହିଜବୁଲ ମୁଖ୍ୟଙ୍କୁ ହରାଇ ସାରିଛି।ପ୍ରକାଶଥାଉକି- ଇରାନ ଉପକୂଳଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ପାରସ୍ୟ ଉପସାଗରରେ "ଖର୍ଗ ଦ୍ୱୀପ" ରହିଛି। ଯେଉଁଠାରୁ ଇରାନ ନିଜ ଦେଶର ୯୫ ପ୍ରତିଶତ ତେଲ ରପ୍ତାନି କରେ। ଇରାନ ଖର୍ଗରୁ ପ୍ରତିଦିନ ତିନି ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରୁଛି। ଏହି କାରଣରୁ, ଖର୍ଗ ଦ୍ୱୀପ ଇରାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହାପୂର୍ବରୁ ଇରାନ କହିଛି ଯେ ଯଦି ଏହାର ସର୍ବୋଚ୍ଚ ଶତ୍ରୁ ଇସ୍ରାଏଲ ଆକ୍ରମଣ କରେ ତେବେ ଏ
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଏହାରି ଭିତରେ ଇରାନ ଉପରେ ବ୍ୟାପକ ସାଇବର ଆଟାକ୍ ହୋଇଛି। ଏହି କାରଣରୁ ସରକାରଙ୍କ ପ୍ରାୟ ତିନୋଟି ଶାଖା କ୍ଷତିଗ୍ରସ୍ତ ହୋଇଛି। ଏପରିକି ଏହାର ଆଣବିକ ଭିତ୍ତିଭୂମି ମଧ୍ୟ ଟାର୍ଗେଟ କରାଯାଇଛି। ସେଠାରେ ଥିବା ନ୍ୟାୟପାଳିକା, ବିଧାନସଭା ଏବଂ କାର୍ଯ୍ୟନିର୍ବାହୀ ଶାଖା ବଡ଼ ଧରଣର ସାଇବର ଆଟାକ୍ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ସୂଚନାକୁ ହ୍ୟାକ୍ କରିଥିବା ଜଣାପଡ଼ିଛି।
ଏହି ସାଇବର ହମଲାରେ ଇନ୍ଧନ ବଣ୍ଟନ, ମ୍ୟୁନିସିପାଲିଟି ନେଟୱର୍କ, ପରିବହନ ନେଟୱର୍କ, ବନ୍ଦରଗୁଡିକ ମଧ୍ୟ ଟାର୍ଗେଟ କରାଯାଇଛି। ବର୍ତ୍ତମାନ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମିନେଇ ଇସ୍ରାଏଲର ପରବର୍ତ୍ତୀ ପଦକ୍ଷେପକୁ ଭୟ କରୁଛନ୍ତି। କାରଣ ଇସ୍ରାଏଲ ତାଙ୍କ ତୈଳ କେନ୍ଦ୍ରକୁ ଟାର୍ଗେଟ କରିପାରେ।ଏପରି ସ୍ଥିତିରେ ହମାସ ଏବଂ ହିଜବୁଲ ମୁଖ୍ୟଙ୍କୁ ହରାଇ ସାରିଛି।
ପ୍ରକାଶଥାଉକି- ଇରାନ ଉପକୂଳଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ପାରସ୍ୟ ଉପସାଗରରେ "ଖର୍ଗ ଦ୍ୱୀପ" ରହିଛି। ଯେଉଁଠାରୁ ଇରାନ ନିଜ ଦେଶର ୯୫ ପ୍ରତିଶତ ତେଲ ରପ୍ତାନି କରେ। ଇରାନ ଖର୍ଗରୁ ପ୍ରତିଦିନ ତିନି ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରୁଛି। ଏହି କାରଣରୁ, ଖର୍ଗ ଦ୍ୱୀପ ଇରାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହାପୂର୍ବରୁ ଇରାନ କହିଛି ଯେ ଯଦି ଏହାର ସର୍ବୋଚ୍ଚ ଶତ୍ରୁ ଇସ୍ରାଏଲ ଆକ୍ରମଣ କରେ ତେବେ ଏହାର ସର୍ବୋଚ୍ଚ ପ୍ରାଧିକରଣକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏହି ସମୟରେ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏହି ସପ୍ତାହରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଦେଶର ପ୍ରତିକ୍ରିୟା ଘାତକ, ସଠିକ ଏବଂ ଆଶ୍ଚର୍ଯ୍ୟଜନକ ହେବ।