ଇରାନ୍‌ରେ ହିଜାବ ପରିଧାନ ବିରୋଧରେ ଛାତ୍ରୀଙ୍କ ଉଲଗ୍ନ ପ୍ରତିବାଦ

ଦୁବାଇ: ସଂପ୍ରତି ଇରାନରେ ଇସଲାମୀୟ ଆଇନାନୁସାରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି। ମହିଳାମାନେ ମୂହଁ ସମ୍ପୂର୍ଣ୍ଣ ଢାଙ୍କି ହେଉଥିବା ପୋଷାକ (ହିଜାବ) ପିନ୍ଧିବାକୁ ବାଧ୍ୟ କରାଯାଇଛି। ଇରାନ ସରକରଙ୍କ ଏହି ନିଷ୍ପତ୍ତି ବିରୋଧରେ ପୂର୍ବରୁ ଅନେକ ପ୍ରତିବାଦ ଓ ବିକ୍ଷୋଭ ଆୟୋଜନ କରାଯାଇଛି। ବିକ୍ଷୋଭକାରୀଙ୍କୁ ମଧ୍ୟ ସରକାର ଦୃଢ଼ ହସ୍ତରେ ଦମନ କରିଛନ୍ତି। ଇରାନ ସରକାରଙ୍କ ଇସଲାମୀୟ ପୋଷାକ ନୀତିକୁ ବିରୋଧ କରି ଜଣେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଲଗ୍ନ ହୋଇଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ […]

ଇରାନ୍‌ରେ ହିଜାବ ପରିଧାନ ବିରୋଧରେ ଛାତ୍ରୀଙ୍କ ଉଲଗ୍ନ ପ୍ରତିବାଦ

ଦୁବାଇ: ସଂପ୍ରତି ଇରାନରେ ଇସଲାମୀୟ ଆଇନାନୁସାରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି। ମହିଳାମାନେ ମୂହଁ ସମ୍ପୂର୍ଣ୍ଣ ଢାଙ୍କି ହେଉଥିବା ପୋଷାକ (ହିଜାବ) ପିନ୍ଧିବାକୁ ବାଧ୍ୟ କରାଯାଇଛି। ଇରାନ ସରକରଙ୍କ ଏହି ନିଷ୍ପତ୍ତି ବିରୋଧରେ ପୂର୍ବରୁ ଅନେକ ପ୍ରତିବାଦ ଓ ବିକ୍ଷୋଭ ଆୟୋଜନ କରାଯାଇଛି। ବିକ୍ଷୋଭକାରୀଙ୍କୁ ମଧ୍ୟ ସରକାର ଦୃଢ଼ ହସ୍ତରେ ଦମନ କରିଛନ୍ତି। ଇରାନ ସରକାରଙ୍କ ଇସଲାମୀୟ ପୋଷାକ ନୀତିକୁ ବିରୋଧ କରି ଜଣେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଲଗ୍ନ ହୋଇଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଇସଲାମିକ ଆଜାଦ ବିଶ୍ବବିଦ୍ୟାଳୟରେ ଏହି ଘଟଣାର ଭିଡିଓକୁ ହେଙ୍ଗା ରାଇଟ୍‌ସ ଗ୍ରୁପ୍‌, ଇରାନ୍‌ ୱାଏର, ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ ସେୟାର କରାଯାଇଛି। ଅପରପକ୍ଷରେ, ବିଶ୍ବବିଦ୍ୟାଳୟର ମୁଖପାତ୍ର ଅମିର ମହଯୋବ କହିଛନ୍ତି, ଉକ୍ତ ଯୁବତୀଙ୍କୁ ପୁଲିସ ଗିରଫ କରି ଥାନାକୁ ନେଇଛି। ମହିଳାଜଣକ ଗଭୀର ମାନସିକ ଚାପର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଅନେକ ଏହି ଭିଡ଼ିଓର ପ୍ରତିକ୍ରିୟା ଦେଇ ଏହା ଯୋଜନାବଦ୍ଧ ପ୍ରତିବାଦ ବୋଲି କହିଛନ୍ତି। ଇରାନର ସର୍ବାଧିକ ପ୍ରସାରିତ ଖବରକାଗତ ହମସହରୀର ଖବର ଅନୁସାରେ, ମହିଳାଜଣକଙ୍କୁ ସଂପ୍ରତି ମାନସିକ ଚିକିତ୍ସାକେନ୍ଦ୍ରକୁ ପଠାଇଦିଆଯାଇଛି। ଅନ୍ୟଏକ ଖବରକାଗଜ ଆମିର କବିର ପତ୍ରିକାରେ ଗିରଫ ସମୟରେ ମହିଳାଙ୍କୁ ନିସ୍ତୁକ ମାଡ଼ ମରାଯାଇଛି ବୋଲି ଉଲ୍ଲେଖ କରାଯାଇଛି। ଗିରଫ ଛାତ୍ରୀଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରି ଅନେକ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି।