ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କଲେ ଭାରତୀୟ ନିର୍ବାଚନ ଆୟୋଗ
ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ। ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କଲେ ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ପକ୍ଷରୁ... The post ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କଲେ ଭାରତୀୟ ନିର୍ବାଚନ ଆୟୋଗ appeared first on .
ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ। ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କଲେ ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ପକ୍ଷରୁ ୱେବସାଇଟରେ ଇଲେକ୍ଟୋରାଲ ବଣ୍ଡ ଡାଟା ଅପଲୋଡ୍ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧୨ ମାର୍ଚ୍ଚ ୨୦୨୪ରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ଡାଟା ଉପଲବ୍ଧ କରାଇଥିଲା। ଗୁରୁବାର ନିର୍ବାଚନ ଆୟୋଗ ଏହି ଡାଟାକୁ ଅପଲୋଡ୍ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କରିବା ଲାଗି ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ଡେଡଲାଇନର ଦିନକ ପୂର୍ବରୁ ଏହି ତଥ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି ଷ୍ଟେଟବ୍ଯାଙ୍କ। ଡାଟା ଅନୁସାରେ ତିନିଟି ପରିମାଣର ବଣ୍ଡ ସମ୍ପର୍କିତ ତଥ୍ଯ ରହିଛି। ସେହି ପରିମାଣଗୁଡିକ ହେଲା ୧ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ଓ ୧ କୋଟି ଟଙ୍କା। ବ୍ଯକ୍ତିବିଶେଷ ଓ କମ୍ପାନୀଙ୍କ ଦ୍ବାରା କ୍ରୟ କରାଯାଇଥିବା ବଣ୍ଡ ସମ୍ପର୍କିତ ତଥ୍ଯ ଅପଲୋଡ ହୋଇଛି।
The post ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କଲେ ଭାରତୀୟ ନିର୍ବାଚନ ଆୟୋଗ appeared first on .