ଇଲେକ୍ଟୋରାଲ ବଣ୍ଡ ବିଶ୍ୱର ସବୁଠାରୁ ବଡ଼ ବଟି ଆଦାୟ ରାକେଟ୍: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଇଲେକ୍ଟୋରାଲ୍ ବଣ୍ଡ ବିଶ୍ୱର ସବୁଠାରୁ ବଡ଼ ବଟି ଆଦାୟ ରାକେଟ୍ ବୋଲି ରାହୁଲ କହିଛନ୍ତି। ମହାରାଷ୍ଟ୍ରର ଥାନେରେ ଏକ ରାଲି କରି ସେ କହିଛନ୍ତି “ନିର୍ବାଚନ ବଣ୍ଡ ବିଶ୍ୱର ସବୁଠୁ ବଡ଼ ଜବରଦସ୍ତି ବଟି ଆଦାୟ ରାକେଟ ଥିଲା। ରାଜନୈତିକ ଦଳଗୁଡିକୁ ବିଭାଜନ କରିବା ଏବଂ ବିରୋଧୀ ଦଳର ସରକାରଗୁଡିକୁ ଭାଙ୍ଗିବା ପାଇଁ ଇଲେକ୍ଟୋରାଲ ବଣ୍ଡରୁ ହିଁ ଟଙ୍କା ଆସୁଥିଲା।” ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ଇଲେକ୍ଟୋରାଲ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି “କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନିର୍ବାଚନ ବଣ୍ଡ ଯୋଜନା ହେଉଛି ବିଶ୍ୱର ସବୁଠୁ ବଡ ବଟି ଆଦାୟ ରାକେଟ। ବଡ କମ୍ପାନୀଗୁଡିକରୁ ଟଙ୍କା ଲୁଟିବାର ଏହା ଏକ ମାଧ୍ୟମ। ଏଥିରେ କଣ୍ଟ୍ରାକ୍ଟର ଭାଗ ନିଆଯାଇଛି। ଏହା ହେଉଛି ଦୁର୍ନୀତିର ସବୁଠାରୁ ବଡ ମାମଲା। ଯେଉଁ କମ୍ପାନୀଗୁଡିକ ଉପରେ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସେମାନେ ବିଜେପିକୁ ପାଣ୍ଠି ଦାନ କରିଛନ୍ତି। ସୁପ୍ରିମକୋର୍ଟ ଏହାର ତଦନ୍ତ କରିବେ ବୋଲି ମୁଁ ଆଶା କରୁଛି।ଘଟଣାକୁ ନିନ୍ଦା କରି ରାହୁଲ କହିଛନ୍ତି “ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନିର୍ବାଚନ ବଣ୍ଡର ତଥ୍ୟ ସାର୍ବଜନୀ

ଇଲେକ୍ଟୋରାଲ ବଣ୍ଡ ବିଶ୍ୱର ସବୁଠାରୁ ବଡ଼ ବଟି ଆଦାୟ ରାକେଟ୍: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଇଲେକ୍ଟୋରାଲ୍ ବଣ୍ଡ ବିଶ୍ୱର ସବୁଠାରୁ ବଡ଼ ବଟି ଆଦାୟ ରାକେଟ୍ ବୋଲି ରାହୁଲ କହିଛନ୍ତି। ମହାରାଷ୍ଟ୍ରର ଥାନେରେ ଏକ ରାଲି କରି ସେ କହିଛନ୍ତି “ନିର୍ବାଚନ ବଣ୍ଡ ବିଶ୍ୱର ସବୁଠୁ ବଡ଼ ଜବରଦସ୍ତି ବଟି ଆଦାୟ ରାକେଟ ଥିଲା। ରାଜନୈତିକ ଦଳଗୁଡିକୁ ବିଭାଜନ କରିବା ଏବଂ ବିରୋଧୀ ଦଳର ସରକାରଗୁଡିକୁ ଭାଙ୍ଗିବା ପାଇଁ ଇଲେକ୍ଟୋରାଲ ବଣ୍ଡରୁ ହିଁ ଟଙ୍କା ଆସୁଥିଲା।” 

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ଇଲେକ୍ଟୋରାଲ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି “କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନିର୍ବାଚନ ବଣ୍ଡ ଯୋଜନା ହେଉଛି ବିଶ୍ୱର ସବୁଠୁ ବଡ ବଟି ଆଦାୟ ରାକେଟ। ବଡ କମ୍ପାନୀଗୁଡିକରୁ ଟଙ୍କା ଲୁଟିବାର ଏହା ଏକ ମାଧ୍ୟମ। ଏଥିରେ କଣ୍ଟ୍ରାକ୍ଟର ଭାଗ ନିଆଯାଇଛି। ଏହା ହେଉଛି ଦୁର୍ନୀତିର ସବୁଠାରୁ ବଡ ମାମଲା। ଯେଉଁ କମ୍ପାନୀଗୁଡିକ ଉପରେ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସେମାନେ ବିଜେପିକୁ ପାଣ୍ଠି ଦାନ କରିଛନ୍ତି। ସୁପ୍ରିମକୋର୍ଟ ଏହାର ତଦନ୍ତ କରିବେ ବୋଲି ମୁଁ ଆଶା କରୁଛି।

ଘଟଣାକୁ ନିନ୍ଦା କରି ରାହୁଲ କହିଛନ୍ତି “ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନିର୍ବାଚନ ବଣ୍ଡର ତଥ୍ୟ ସାର୍ବଜନୀନ କରାଯିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ ତଥ୍ୟ ସାମ୍ନାକୁ ଆସିଲା ଯେ ଦେଶର ବଡ କର୍ପୋରେଟ୍ କମ୍ପାନୀଗୁଡିକ ବିଜେପିକୁ ହଜାର ହଜାର କୋଟି ଟଙ୍କା ଦେଇଛନ୍ତି। ଏହା ଏକ ଦେଶ ବିରୋଧୀ କାର୍ଯ୍ୟ। ଏହାଠାରୁ ଏକ ବଡ଼ ଦେଶ ବିରୋଧୀ କାର୍ଯ୍ୟ ଆଉ କିଛି ହୋଇ ନପାରେ।”

ରାହୁଲ ଆହୁର କହିଛନ୍ତି “ବିଜେପି ସରକାର ଇଡି, ସିବିଆଇ, ଆଇଟି ମାଧ୍ୟମରେ କମ୍ପାନୀ ଉପରେ ଚାପ ପକାଇ କମ୍ପାନୀରୁ ଟଙ୍କା ଆଦାୟ କରୁଛନ୍ତି। ଯେଉଁ କମ୍ପାନୀଗୁଡିକ ଉପରେ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସେମାନେ ବିଜେପିକୁ ଟଙ୍କା ଦାନ କରିଛନ୍ତି। ସୁପ୍ରିମକୋର୍ଟ ଏହାର ତଦନ୍ତ କରିବେ ବୋଲି ମୋର ଆଶା। ଏହା ଦେଶର ବ୍ୟବସ୍ଥାକୁ ଦୁର୍ନୀତିରେ ଲଗାଇବା ପରି କଥା। ଏହା ପିଏମ ମୋଦୀଙ୍କ ଆଇଡିଆ। ଏହା ନୀତିନ ଗଡକରୀଙ୍କ ଦ୍ୱାରା ନୁହେଁ, ବରଂ ପିଏମ ମୋଦୀଙ୍କ ଦ୍ୱାରା କରାଯାଇଥିଲା।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି “କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ରାଜନୈତିକ ଅର୍ଥ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ନିର୍ବାଚନ ବଣ୍ଡ ଆଣିବା ବିଷୟରେ କହିଥିଲେ, କିନ୍ତୁ ବର୍ତ୍ତମାନ ନିର୍ବାଚନ ବଣ୍ଡର ସତ୍ୟତା ଦେଶ ସାମ୍ନାରେ ରହିଛି। ପିଏମ ମୋଦୀଙ୍କ ଦ୍ୱାରା ଅଣା।ଯାଇଥିବା ଇଲେକ୍ଟୋରାଲ ବଣ୍ଡର ଆଇଡିଆ ହେଉଛି ବିଶ୍ୱର ସବୁଠୁ ବଡ ବଟି  ଆଦାୟ ରାକେଟ।”

ସେହିପରି ତଦନ୍ତକାରୀ ସଂସ୍ଥଗୁଡ଼ିକ ଉପରେ ଟାର୍ଗଟେ୍ କରି ରାହୁଲ କହିଛନ୍ତି “ସିବିଆଇ, ଇଡି, ଆଇଟି ହେଉଛି ବିଜେପି ଏବଂ ଆରଏସଏସର ଅସ୍ତ୍ର। ଏମାନେ ଆଉ ଭାରତର ତଦନ୍ତକାରୀ ସଂସ୍ଥା ହୋଇ ରହି ନାହାନ୍ତି। ନିର୍ବାଚନ ବଣ୍ଡ ସ୍କାମ ସହ ଜଡିତ ଲୋକମାନେ ଭାବିବା ଉଚିତ ଯେ ଦିନେ ବିଜେପି ସରକାର ବଦଳିବ। ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯେ ଏପରି ଭୁଲ ଆଉ କେବେ ହେବ ନି। ଏହା ମୋର ଗ୍ୟାରେଣ୍ଟି।” 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ କମିଶନ ଏସ୍‌ବିଆଇ ଲେକ୍ଟୋରାଲ୍ ବଣ୍ଡ ତଥ୍ୟ ଜାରି କରିବା ପରେ ରାଜନୈତିକ ମାହୋଲରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ୫୦ ପ୍ରତିଶତ ଅର୍ଥ ଗ୍ରହଣ କରିଛି। ଏହାର ତଦନ୍ତ ହେଉ ବୋଲ କଂଗ୍ରେସ ଦାବି କରିଛି।

କଂଗ୍ରେସ ଆହୁରି ଅଭିଯୋଗ କରିଛି ଯେ ଇଲେକ୍ଟୋରାଲ ବଣ୍ଡ ଜାରି କରୁଥିବା କମ୍ପାନୀ ଓ ପାଣ୍ଠି ଦେଉ ନଥିବା କମ୍ପାନୀ, କେନ୍ଦ୍ରୀୟ ଝାଞ୍ଚ ଏଜେନ୍ସି ମଧ୍ୟରେ ସମ୍ପର୍କ ରହିଛି। ଯେଉଁ ସବୁ କମ୍ପାନୀ ଅଧିକ ଅର୍ଥ ଦେଇଛନ୍ତି ସେମାନଙ୍କୁ ସରରକାରୀ ପ୍ରୋଜେକ୍ଟ ଟେକି ଦିଆଯାଇଛି ବୋଲି କଂଗ୍ରେସ ନୋତ ଜୟରାମ ରମେଶ ଅଭିଯୋଗ କରିଛନ୍ତି। 

ଗୁରୁବାର ନିର୍ବାଚନ କମିଶନ ଜାରି କରିଥିବା ତଥ୍ୟ ଅନୁସାରେ ଗତ ୫ ବର୍ଷରେ ବିଜେପିକୁ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ  ୬,୦୬୦ କୋଟି ଟଙ୍କା ମିଳିଛି। ସେହିପରେ କଂଗ୍ରେସକୁ ମିଳିଛି ମାତ୍ର ୧,୪୨୨ କୋଟି ଟଙ୍କା। ୨୦୧୯ ଠାରୁ ବିଜେପିକୁ ଇବିଏସ୍ର ସିଂହ ଭାଗ ମିଳିଛି।  ୩୦ କମ୍ପାନୀ ମଧ୍ୟରୁ ୧୫ରୁ ଅଧିକ କମ୍ପାନୀ ଇବିଏସ୍ ମାଧ୍ୟମରେ ଦଳକୁ ପାଣ୍ଠି ଯୋଗାଇଛନ୍ତି। ବର୍ତ୍ତମାନ ଏହା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତଦନ୍ତ ପରିସରରେ ରହିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ କମିଶନ ଏସ୍‌ବିଆଇ ଲେକ୍ଟୋରାଲ୍ ବଣ୍ଡ ତଥ୍ୟ ଜାରି କରିବା ପରେ ରାଜନୈତିକ ମାହୋଲରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ୫୦ ପ୍ରତିଶତ ଅର୍ଥ ଗ୍ରହଣ କରିଛି। ଏହାର ତଦନ୍ତ ହେଉ ବୋଲ କଂଗ୍ରେସ ଦାବି କରିଛି।

କଂଗ୍ରେସ ଆହୁରି ଅଭିଯୋଗ କରିଛି ଯେ ଇଲେକ୍ଟୋରାଲ ବଣ୍ଡ ଜାରି କରୁଥିବା କମ୍ପାନୀ ଓ ପାଣ୍ଠି ଦେଉ ନଥିବା କମ୍ପାନୀ, କେନ୍ଦ୍ରୀୟ ଝାଞ୍ଚ ଏଜେନ୍ସି ମଧ୍ୟରେ ସମ୍ପର୍କ ରହିଛି। ଯେଉଁ ସବୁ କମ୍ପାନୀ ଅଧିକ ଅର୍ଥ ଦେଇଛନ୍ତି ସେମାନଙ୍କୁ ସରରକାରୀ ପ୍ରୋଜେକ୍ଟ ଟେକି ଦିଆଯାଇଛି ବୋଲି କଂଗ୍ରେସ ନୋତ ଜୟରାମ ରମେଶ ଅଭିଯୋଗ କରିଛନ୍ତି। 

ଗୁରୁବାର ନିର୍ବାଚନ କମିଶନ ଜାରି କରିଥିବା ତଥ୍ୟ ଅନୁସାରେ ଗତ ୫ ବର୍ଷରେ ବିଜେପିକୁ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ  ୬,୦୬୦ କୋଟି ଟଙ୍କା ମିଳିଛି। ସେହିପରେ କଂଗ୍ରେସକୁ ମିଳିଛି ମାତ୍ର ୧,୪୨୨ କୋଟି ଟଙ୍କା। ୨୦୧୯ ଠାରୁ ବିଜେପିକୁ ଇବିଏସ୍‌ର ସିଂହ ଭାଗ ମିଳିଛି। ୩୦ କମ୍ପାନୀ ମଧ୍ୟରୁ ୧୫ରୁ ଅଧିକ କମ୍ପାନୀ ଇବିଏସ୍ ମାଧ୍ୟମରେ ଦଳକୁ ପାଣ୍ଠି ଯୋଗାଇଛନ୍ତି। ବର୍ତ୍ତମାନ ଏହା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତଦନ୍ତ ପରିସରରେ ରହିଛି।