ଶକ୍ତିଶାଳୀ ଇଞ୍ଜିନ୍ ସହ ଲଞ୍ଚ ହେଲା ନେକ୍ସନର ନୂଆ ମଡେଲ, ଦାମ୍ ୮.୯୯ ଲକ୍ଷରୁ ଆରମ୍ଭ, Nexon EVର ଅପଡେଟ ମଡେଲବି ଲଞ୍ଚ
ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର ସବୁଠୁ ନିରାପଦ ଏସୟୁଭି ଟାଟା ନେକ୍ସନର ନୂଆ ଭାରିଆଣ୍ଟ ଲଞ୍ଚ କରିଛି। ଭାରତୀୟ ବଜାରରେ ଲଞ୍ଚ ହେଲା Tata Nexon iCNG । ୬ ସ୍ପିଡ ମାନୁଆଲ ଗିୟରବକ୍ସ ବିଶିଷ୍ଟ ଏହି ଏସୟୁଭିରେ ରହିଛି ୧.୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ, ଯାହା ୧୦୦Hp ପାଓ୍ବାର ଏବଂ ୧୭୦ Nm ଟର୍କ ଉତ୍ପନ୍ନ କରିଥାଏ । ୨୦୨୪ Tata Nexon iCNG Mileage କଥା କହିଲେ ଏହି ଏସୟୁଭି ୧ କେଜି ସିଏନଜିରେ ୨୪ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେବ । ଏହି କମ୍ପାକ୍ଟ ଏସୟୁଭିରେ ଡୁଆଲ ସିଲିଣ୍ଡର ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ସିଏନଜି ସିଲିଣ୍ଡର ସତ୍ତ୍ବେବି ଏହି କାର୍ରେ ୩୨୧ ଲିଟର ବୁଟ ସ୍ପେଶ ରହିଛି। କାର୍ରେ ୬ ଏୟାରବ୍ୟାଗ୍ ଏବଂ ଇଲେକ୍ଟ୍ରୋନିକ ଷ୍ଟାବିଲିଟି ପ୍ରୋଗ୍ରାମ ଭଳି ଅନେକ ସେଫ୍ଟି ଫିଚର୍ସ ରହିଛି। ସିଏନଜି ଭାରିଆଣ୍ଟ ସହ ଏହି ଗାଡ଼ି ଏବେ ଗ୍ରାହକଙ୍କୁ ଲମ୍ବା ପାନୋରୋମିକ୍ ସନରୁଫ୍, ନାଭିଗେସନ ଡିସପ୍ଲେ ସହ ୧୦.୨୫ ଇଞ୍ଚ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଭଳି ଫିଚର୍ସ ରହିଛି। Tata Nexon iCNG ମୂଲ୍ୟ ଟାଟା ମୋଟର୍ସର ଏହି ଏସୟୁଭିର ସିଏନଜି ଭାରିଆଣ୍ଟର ଦାମ୍ ଏକ୍ସ ଶୋ-ରୁମ୍ ମୂଲ୍ୟ ୯ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହୋଇ ଟପ୍ ଭାରିଆଣ୍ଟ ମୂଲ୍ୟ ୧୪ ଲକ୍ଷ ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।Nexon EVର ଅପଡେଟ ମଡେଲବି ଲଞ୍ଚଟାଟା ନେକ୍ସନ ସିଏନଜି ବ୍ୟତୀତ କମ୍ପାନି Nexon EVକୁ ମଧ୍ୟ ଅପଡେ
ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର ସବୁଠୁ ନିରାପଦ ଏସୟୁଭି ଟାଟା ନେକ୍ସନର ନୂଆ ଭାରିଆଣ୍ଟ ଲଞ୍ଚ କରିଛି। ଭାରତୀୟ ବଜାରରେ ଲଞ୍ଚ ହେଲା Tata Nexon iCNG । ୬ ସ୍ପିଡ ମାନୁଆଲ ଗିୟରବକ୍ସ ବିଶିଷ୍ଟ ଏହି ଏସୟୁଭିରେ ରହିଛି ୧.୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ, ଯାହା ୧୦୦Hp ପାଓ୍ବାର ଏବଂ ୧୭୦ Nm ଟର୍କ ଉତ୍ପନ୍ନ କରିଥାଏ । ୨୦୨୪ Tata Nexon iCNG Mileage କଥା କହିଲେ ଏହି ଏସୟୁଭି ୧ କେଜି ସିଏନଜିରେ ୨୪ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେବ । ଏହି କମ୍ପାକ୍ଟ ଏସୟୁଭିରେ ଡୁଆଲ ସିଲିଣ୍ଡର ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ସିଏନଜି ସିଲିଣ୍ଡର ସତ୍ତ୍ବେବି ଏହି କାର୍ରେ ୩୨୧ ଲିଟର ବୁଟ ସ୍ପେଶ ରହିଛି। କାର୍ରେ ୬ ଏୟାରବ୍ୟାଗ୍ ଏବଂ ଇଲେକ୍ଟ୍ରୋନିକ ଷ୍ଟାବିଲିଟି ପ୍ରୋଗ୍ରାମ ଭଳି ଅନେକ ସେଫ୍ଟି ଫିଚର୍ସ ରହିଛି। ସିଏନଜି ଭାରିଆଣ୍ଟ ସହ ଏହି ଗାଡ଼ି ଏବେ ଗ୍ରାହକଙ୍କୁ ଲମ୍ବା ପାନୋରୋମିକ୍ ସନରୁଫ୍, ନାଭିଗେସନ ଡିସପ୍ଲେ ସହ ୧୦.୨୫ ଇଞ୍ଚ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଭଳି ଫିଚର୍ସ ରହିଛି।
Tata Nexon iCNG ମୂଲ୍ୟ
ଟାଟା ମୋଟର୍ସର ଏହି ଏସୟୁଭିର ସିଏନଜି ଭାରିଆଣ୍ଟର ଦାମ୍ ଏକ୍ସ ଶୋ-ରୁମ୍ ମୂଲ୍ୟ ୯ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହୋଇ ଟପ୍ ଭାରିଆଣ୍ଟ ମୂଲ୍ୟ ୧୪ ଲକ୍ଷ ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।
Nexon EVର ଅପଡେଟ ମଡେଲବି ଲଞ୍ଚ
ଟାଟା ନେକ୍ସନ ସିଏନଜି ବ୍ୟତୀତ କମ୍ପାନି Nexon EVକୁ ମଧ୍ୟ ଅପଡେଟ କରିଛି। ଏହି ଅପଡେଟ ଫଳରେ ଇଭି ଏବେ ପୂର୍ବ ତୁଳନାରେ ଫୁଲ୍ ଚାର୍ଜରେ ଅଧିକ ମାଇଲେଜ ଦେବ। ଟାଟା ନେକ୍ସନ ଇଭିରେ ଏବେ ୪୫kWh ବଡ଼ ବ୍ୟାଟେରି ମିଳିବ, କମ୍ପାନି ଅନୁଯାୟୀ କାର୍ ଥରେ ଚାର୍ଜରେ ୪୮୯ କିଲୋମିଟରର ମାଇଲେଜ ଦେବ। ସେହିଭଳି ଗାଡ଼ିର ରିୟଲ ରେଞ୍ଜ ୩୫୦ରୁ ୩୭୦ କିଲୋମିଟର ହେବ। ଏହି ଇଲେକ୍ଟ୍ରିକ ଏସୟୁଭିର ନୂଆ ଭାରିଆଣ୍ଟର ଦାମ୍ ୧୩.୯୯ ଲକ୍ଷରୁ ଆରମ୍ଭ ହେଉଛି।