ଇଲେକ୍ଟୋରାଲ ବଣ୍ଡ ସ୍କିମ୍ର SIT ଯାଞ୍ଚ ଦାବି, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ମାମଲାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜନୈତିକ ଦଳ ଏବଂ କର୍ପୋରେଟ ସଂସ୍ଥା,ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ ମାନଙ୍କ ମଧ୍ୟରେ ହୋଇଥିବା ଚାନ୍ଦା କାରବାରର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକର ଶୁଣାଣି ବେଳେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ […]

ନୂଆଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ମାମଲାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜନୈତିକ ଦଳ ଏବଂ କର୍ପୋରେଟ ସଂସ୍ଥା,ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ ମାନଙ୍କ ମଧ୍ୟରେ ହୋଇଥିବା ଚାନ୍ଦା କାରବାରର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକର ଶୁଣାଣି ବେଳେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ପୂର୍ବରୁ ନିର୍ବାଚନ ବଣ୍ଡ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ନିୟମ ମୁତାବକ ଏହି ଆବେଦନକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଆବେଦନକାରୀ ଏହା ବିରୋଧରେ ହାଇକୋର୍ଟ ଯାଇପାରିବେ। ଶୁଣାଣି ସମୟରେ ଆବେଦନକରାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଏହି ମାମଲା ହବାଲା କାଣ୍ଡ, କୋଇଲା ଘୋଟାଲା ଭଳି ଅଟେ । ଏହି ମାମଲାରେ ନା କେବଳ ରାଜନୈତିକ ଦଳ ବରଂ ପ୍ରମୁଖ ଯାଞ୍ଚ ଏଜେନ୍ସି ମଧ୍ୟ ସାମିଲ ଅଛନ୍ତି । ଏହା ଦେଶର ସବୁଠୁ ଖରାପ ବିତ୍ତୀୟ ଘୋଟାଲା ବୋଲି ସେ କହିଥିଲେ । ତେବେ ଏହାର ଜବାବରେ ମୁଖ୍ୟ ବିଚାରପତି କହିଥିଲେ ଯେ, ଆମେ ଏହାର ଖୁଲାସା କରିବାକୁ ଆଦେଶ ଦେଇଛୁ । ଏହାକୁ ରଦ୍ଦ ମଧ୍ୟ କରିଦେଇଛୁ ।
ସୂଚନାଯୋଗ୍ୟ ଗତ ଫେବୃଆରୀ ମାସରେ ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଥିଲେ। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହା ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଥେ ଯେ, ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ ଭୋଟରଙ୍କର ଜାଣିବାର ଅଧିକାରୀ ରହିଛି ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । ଏହା ସହ ବଣ୍ଡ୍ କ୍ରେତାଙ୍କ ତାଲିକାକୁ ସାର୍ବଜନୀନ କରିବା ବାଧ୍ୟତାମୂଳକ ବୋଲି କହିବା ସହ ସର୍ବୋଚ୍ଚ ନ୍ୟାୟାଳୟ ରାଜନୈତିକ ଦଳ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଲାଗି ଷ୍ଟେଟବ୍ଯାଙ୍କକୁ ନିର୍ଦ୍ଦେଶ ଦେଇଥିଲେ।