ଇଲେକ୍ଟ୍ରିକ୍ ସ୍କୁଟର ଶୋ’ରୁମରେ ଅଗ୍ନିକାଣ୍ଡ; ଜଣେ ମହିଳା କର୍ମଚାରୀ ମୃତ୍ୟୁ
ମୁମ୍ଵାଇ ୨୦।୧୧; କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବଡ ଅଘଟଣ । ଏକ ଇଲେକ୍ଟ୍ରିକ୍ ସ୍କୁଟର ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି। ରାଜକୁମାର ରୋଡରେ ଥିବା ମାଇ ଇଭି ଇଲେକ୍ଟ୍ରିକ୍ ସ୍କୁଟର ଶୋ’ରୁମରେ ନିଆଁ ଲାଗିଯାଇଥିଲା। କୁହାଯାଉଛି ଯେ ଶୋ’ରୁମରେ ପାର୍କିଂ ହୋଇଥିବା ସମସ୍ତ ଗାଡି ପୋଡି ପାଉଁଶ ହୋଇଯାଇଛି। ନିଆଁ ବିଷୟରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ନିଆଁ ଲିଭାଇବା ବେଳକୁ ନଷ୍ଟ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି।ମଙ୍ଗଳବାର ରାତି ପ୍ରାୟ ୫.୩୦ ସମୟରେ ଏହି ଘଟଣା ଘଟିଥିଲା। ନିଆଁ ଲାଗିବା ମାତ୍ରେ ସମଗ୍ର ଶୋ’ରୁମରେ ଆତଙ୍କ ଖେଳିଯାଇଥିଲା। ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ଥିଲେ । କିନ୍ତୁ ଶୋ’ରୁମରେ କାମ କରୁଥିବା ଜଣେ ସେଲ୍ସ ଗର୍ଲ ଭିତରେ ଫସି ଯାଇଥିଲେ । ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଜଣାଇଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା। ବହୁ ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା, କିନ୍ତୁ ସେତେବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା। ଭିତରେ ଫସି ରହିଥିବା ସେଲ୍ସ ଗର୍ଲ ଜଳି ଯାଇଥିଲେ। କୁହାଯାଉଛି ଯେ ସର୍ଟ ସର୍କିଟ
ମୁମ୍ଵାଇ ୨୦।୧୧; କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବଡ ଅଘଟଣ । ଏକ ଇଲେକ୍ଟ୍ରିକ୍ ସ୍କୁଟର ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି। ରାଜକୁମାର ରୋଡରେ ଥିବା ମାଇ ଇଭି ଇଲେକ୍ଟ୍ରିକ୍ ସ୍କୁଟର ଶୋ’ରୁମରେ ନିଆଁ ଲାଗିଯାଇଥିଲା। କୁହାଯାଉଛି ଯେ ଶୋ’ରୁମରେ ପାର୍କିଂ ହୋଇଥିବା ସମସ୍ତ ଗାଡି ପୋଡି ପାଉଁଶ ହୋଇଯାଇଛି। ନିଆଁ ବିଷୟରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ନିଆଁ ଲିଭାଇବା ବେଳକୁ ନଷ୍ଟ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ମଙ୍ଗଳବାର ରାତି ପ୍ରାୟ ୫.୩୦ ସମୟରେ ଏହି ଘଟଣା ଘଟିଥିଲା। ନିଆଁ ଲାଗିବା ମାତ୍ରେ ସମଗ୍ର ଶୋ’ରୁମରେ ଆତଙ୍କ ଖେଳିଯାଇଥିଲା। ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ଥିଲେ । କିନ୍ତୁ ଶୋ’ରୁମରେ କାମ କରୁଥିବା ଜଣେ ସେଲ୍ସ ଗର୍ଲ ଭିତରେ ଫସି ଯାଇଥିଲେ । ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଜଣାଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା। ବହୁ ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା, କିନ୍ତୁ ସେତେବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା। ଭିତରେ ଫସି ରହିଥିବା ସେଲ୍ସ ଗର୍ଲ ଜଳି ଯାଇଥିଲେ। କୁହାଯାଉଛି ଯେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ସମଗ୍ର ଦୁର୍ଘଟଣାରେ ଶୋ’ରୁମ୍ ମାଲିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥି ସହ ପୋଲିସ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି।