ଆମ୍ବେଦକର ମହାପରିନିର୍ବାଣ ଦିବସରେ ଗୋଟିଏ ଫ୍ରେମରେ ଆସିଲେ ଖଡଗେ ଓ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ ୬।୧୨: ରାଜଧାନୀ ଦିଲ୍ଲୀରେ ଏବେ ସଂସଦ ଅଧିବେଶନ ଚାଲିଛି। ଏଥିରେ ଶାସକ ଓ ବିରୋଧୀ ଏବେ ମୁହାଁ ମୁହିଁ ଅବସ୍ଥାରେ ଅଛନ୍ତି। ତେବେ ଶୁକ୍ରବାର ସକାଳେ ଏକ ଏପରି ଛବି ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଫଟୋରେ ପିଏମ ନରେନ୍ଦ୍ର ମୋଦି ଓ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଏକା ସାଙ୍ଗରେ ଦେଖାଯାଇଛି। ଏହି ଭେଟ ବଳେ ଖଡଗେ ଏପରି କିଛି କହୁଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ଠୋ ଠୋ ହୋଇ ହସିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ସଂସଦରେ ଥିଲେ। ଏହି ସମୟରେ ସେଠାକୁ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ପହଞ୍ଚିଥିଲେ। ଖଡଗେଙ୍କୁ ଆସୁଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆଡକୁ ଅଗ୍ରସର ହୋଇଥିଲେ। ଏଥିରେ ଖଡଗେ ପ୍ରଧାନମନ୍ତ୍ରୀଙ୍କ ଆଡକୁ ତାଙ୍କ ହାତ ବଢେଇ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଖଡଗେ ହାତ ମିଳାଇ ପରସ୍ପରକୁ ଅଭିବାଦନ ଜଣାଇଥିଲେ। #WATCH | Delhi: Prime Minister Narendra Modi, Vice President Jagdeep Dhankhar, Former President Ram Nath Kovind, Congress President Mallikarjun Kharge and Lok Sabha Speaker Om Birla at the Parliament House Lawns as they pay tribute to Dr BR Ambedkar on the occasion of 69th… pic.twitt

ଆମ୍ବେଦକର ମହାପରିନିର୍ବାଣ ଦିବସରେ ଗୋଟିଏ ଫ୍ରେମରେ ଆସିଲେ ଖଡଗେ ଓ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ ୬।୧୨: ରାଜଧାନୀ ଦିଲ୍ଲୀରେ ଏବେ ସଂସଦ ଅଧିବେଶନ ଚାଲିଛି। ଏଥିରେ ଶାସକ ଓ ବିରୋଧୀ ଏବେ ମୁହାଁ ମୁହିଁ ଅବସ୍ଥାରେ ଅଛନ୍ତି। ତେବେ ଶୁକ୍ରବାର ସକାଳେ ଏକ ଏପରି ଛବି ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଫଟୋରେ ପିଏମ ନରେନ୍ଦ୍ର ମୋଦି ଓ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଏକା ସାଙ୍ଗରେ ଦେଖାଯାଇଛି। ଏହି ଭେଟ ବଳେ ଖଡଗେ ଏପରି କିଛି କହୁଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ଠୋ ଠୋ ହୋଇ ହସିଛନ୍ତି। 

ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ସଂସଦରେ ଥିଲେ। ଏହି ସମୟରେ ସେଠାକୁ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ପହଞ୍ଚିଥିଲେ। ଖଡଗେଙ୍କୁ ଆସୁଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆଡକୁ ଅଗ୍ରସର ହୋଇଥିଲେ। ଏଥିରେ ଖଡଗେ ପ୍ରଧାନମନ୍ତ୍ରୀଙ୍କ ଆଡକୁ ତାଙ୍କ ହାତ ବଢେଇ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଖଡଗେ ହାତ ମିଳାଇ ପରସ୍ପରକୁ ଅଭିବାଦନ ଜଣାଇଥିଲେ। 


ମୋଦିଙ୍କ ସହ ତା ମିଳାଉଥିବା ବେଳେ ଖଡଗେ ତାଙ୍କୁ କିଛି କହିଥିଲେ। ଖଡଗେଙ୍କ କଥାକୁ ମୋଦି ଧ୍ୟାନ ପୂର୍ବକ ଶୁଣିବା ପରେ ନିଜ ହସ ରୋକି ପାରିନଥିଲେ ଓ ଜୋରରେ ହସି ଉଠିଥିଲେ। ଏହି ଦୃଶ୍ୟ ଗଣମାଧ୍ୟମ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି, ଯାହା ଏବେ ଦେଶରେ ଭାଇରାଲ ହୋଇଯାଇଛି। 


ଉଲ୍ଲେଖଯୋଗ୍ୟ ଯେ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଣେ କଠୋର ସମାଲୋଚକ। ସୁଯୋଗ ମିଳିଲେ ସେ ମୋଦିଙ୍କୁ ଘେରିବାକୁ ଭୁଲନ୍ତି ନାହିଁ। ଲୋକସଭା ନିର୍ବାଚନରେ ‘ଏକ ହୈ ତୋ ସେଫ ହୋ’ ସ୍ଲୋଗାନ ହେଉ କି ‘ସବକେ ସାଥ ସବକେ ବିକାଶ’ କଥା ହେଉ ସବୁଥିରେ ମୋଦିଙ୍କୁ ଘେରିଛନ୍ତି ଖଡଗେ। ହେଲେ ଶୁକ୍ରବାରର ଦୃଶ୍ୟ ହିଁ କିଛି ଅଲଗା ବୟାନ କରିଛି। ଭାରତ ରତ୍ନ ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ଏକ ଏପରି ଛବି ଆସିଛି ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।