ଚାନ୍ଦୀ ମନ୍ଦିର, ସୁନାର ମୂର୍ତ୍ତି ! ଭକ୍ତି ଓ ସଂସ୍କୃତିରେ ଭରପୂର ରହିଛି ଅନନ୍ତ-ରାଧିକାଙ୍କ ୱେଡିଂ କାର୍ଡ

ମୁମ୍ଵାଇ ୨୮।୦୬; ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ବର୍ଷ ଆରମ୍ଭରୁ ଅନନ୍ତ-ରାଧିକା ଚର୍ଚ୍ଚାରେ ରହିଆସିଛନ୍ତି । ଗତ କିଛି ମାସ ହେବ ବିବାହ ସମ୍ବନ୍ଧୀୟ ସମାରୋହ ଚାଲିଛି। ବର୍ତ୍ତମାନ ସେମାନଙ୍କ ବିବାହର ବିଳାସପୂର୍ଣ୍ଣ କାର୍ଡ ଭାଇରାଲ ହେବା ସହ ଚାରିଆଡେ ଆଲୋଚନାର କେନ୍ଦ୍ର ପାଲଟିଛି।#WATCH | Video of wedding invitation card of Anant Ambani and Radhika Merchant as shared by one of the card recepients pic.twitter.com/zTas6pjsUM— ANI (@ANI) June 27, 2024ଅନନ୍ତ ଏବଂ ରାଧିକାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାର୍ଡର ଅନବକ୍ସିଂ ଭିଡିଓରେ ଦର୍ଶାଯାଇଛି। କାର୍ଡକୁ ଦେଖିଲେ ଏହା ସ୍ପଷ୍ଟ ଯେ ଅମ୍ବାନୀ ପରିବାର ଧନ ସହିତ ସଂସ୍କୃତିର ମିଳନ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏହି ଡିଜାଇନ୍ ପ୍ରାଚୀନ ହିନ୍ଦୁ ମନ୍ଦିର ଦ୍ଵାରା ଅନୁପ୍ରାଣିତ ହୋଇଛି ଏବଂ ଏଥିରେ ସୁନା ଓ ରୂପା ପରି ମୂଲ୍ୟବାନ ଧାତୁ ବ୍ୟବହାର କରାଯାଇଛି । ନିମନ୍ତ୍ରଣ କାର୍ଡ ଏକ ବାକ୍ସ ଆକାରରେ ଅଛି । ଯେତେବେଳେ ଆପଣ ବାକ୍ସ ଖୋଲନ୍ତି, ଏହା ଏକ ପ୍ରାଚୀନ ମନ୍ଦିରର ପରି ଦେଖାଯାଏ। ସର୍ବପ୍ରଥମେ ଦୁଇଟି ଦ୍ଵାର ଅଛି । ସେଗୁଡିକ ଖୋଲିବା ପରେ ଜଣେ କାର୍ଡ ଭିତକୁ ଏଣ୍ଟ୍ରି ହେବ। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଜୀବନରେ ଏକ ନୂ

ଚାନ୍ଦୀ ମନ୍ଦିର, ସୁନାର ମୂର୍ତ୍ତି ! ଭକ୍ତି ଓ ସଂସ୍କୃତିରେ ଭରପୂର ରହିଛି ଅନନ୍ତ-ରାଧିକାଙ୍କ ୱେଡିଂ କାର୍ଡ

ମୁମ୍ଵାଇ ୨୮।୦୬; ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ବର୍ଷ ଆରମ୍ଭରୁ ଅନନ୍ତ-ରାଧିକା ଚର୍ଚ୍ଚାରେ ରହିଆସିଛନ୍ତି । ଗତ କିଛି ମାସ ହେବ ବିବାହ ସମ୍ବନ୍ଧୀୟ ସମାରୋହ ଚାଲିଛି। ବର୍ତ୍ତମାନ ସେମାନଙ୍କ ବିବାହର ବିଳାସପୂର୍ଣ୍ଣ କାର୍ଡ ଭାଇରାଲ ହେବା ସହ ଚାରିଆଡେ ଆଲୋଚନାର କେନ୍ଦ୍ର ପାଲଟିଛି।

ଅନନ୍ତ ଏବଂ ରାଧିକାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାର୍ଡର ଅନବକ୍ସିଂ ଭିଡିଓରେ ଦର୍ଶାଯାଇଛି। କାର୍ଡକୁ ଦେଖିଲେ ଏହା ସ୍ପଷ୍ଟ ଯେ ଅମ୍ବାନୀ ପରିବାର ଧନ ସହିତ ସଂସ୍କୃତିର ମିଳନ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏହି ଡିଜାଇନ୍ ପ୍ରାଚୀନ ହିନ୍ଦୁ ମନ୍ଦିର ଦ୍ଵାରା ଅନୁପ୍ରାଣିତ ହୋଇଛି ଏବଂ ଏଥିରେ ସୁନା ଓ ରୂପା ପରି ମୂଲ୍ୟବାନ ଧାତୁ ବ୍ୟବହାର କରାଯାଇଛି । ନିମନ୍ତ୍ରଣ କାର୍ଡ ଏକ ବାକ୍ସ ଆକାରରେ ଅଛି । ଯେତେବେଳେ ଆପଣ ବାକ୍ସ ଖୋଲନ୍ତି, ଏହା ଏକ ପ୍ରାଚୀନ ମନ୍ଦିରର ପରି ଦେଖାଯାଏ। ସର୍ବପ୍ରଥମେ ଦୁଇଟି ଦ୍ଵାର ଅଛି । ସେଗୁଡିକ ଖୋଲିବା ପରେ ଜଣେ କାର୍ଡ ଭିତକୁ ଏଣ୍ଟ୍ରି ହେବ। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଜୀବନରେ ଏକ ନୂତନ ଆରମ୍ଭର ସଙ୍କେତ ଭାବରେ ଦର୍ଶାଯାଇଛି।

କବାଟ ଖୋଲିବା ମାତ୍ରେ ଜଣେ ରୂପା ନିର୍ମିତ ଏକ ମନ୍ଦିର ଦେଖିବାକୁ ମିଳିଥାଏ, ଯେଉଁଠାରେ ସୁନାରେ ନିର୍ମିତ ପ୍ରତିମା ଅଛି। କାର୍ଡ ଭିତରେ ଭଗବାନ ଗଣେଶ, ଭଗବାନ ବିଷ୍ଣୁ, ଲକ୍ଷ୍ମୀ, ରାଧା-କୃଷ୍ଣ ଇତ୍ୟାଦି ଭଗବାନ ଏବଂ ଦେବୀଙ୍କ ଚିତ୍ର ରହିଛି। ବିବାହ କାର୍ଡ ସହିତ ନୀତା ଅମ୍ବାନୀଙ୍କ ସମସ୍ତ ଅତିଥିଙ୍କୁ ଏକ ହାତ ଲେଖା ଚିଠି ପଠାଇଛନ୍ତି। ସେହି ଚିଠିରେ ନୀତା ନିଜର ଭାବନା ପ୍ରକାଶ କରୁଛନ୍ତି ଏବଂ ସମସ୍ତ ଅତିଥିଙ୍କୁ ଶୁଭ ଉତ୍ସବ ପରିଦର୍ଶନ କରିବାକୁ ଅନୁରୋଧ କରୁଛନ୍ତି। ଦୁହିଁଙ୍କ ବିବାହ ଆସନ୍ତା ମାସରେ ହେବାକୁ ଯାଉଛି। ବିବାହ ତାରିଖ ୧୨ ଜୁଲାଇ ଭାବରେ ସ୍ଥିର କରାଯାଇଛି ।