ବିରୋଧୀ ଦଳର ବରିଷ୍ଠ ନେତା ମୋ ସାମ୍ନାରେ ପ୍ରଧାନମନ୍ତ୍ରୀ ପଦର ପ୍ରସ୍ତାବ ରଖିଥିଲେ: ନୀତିନ ଗଡ଼କରୀ
ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ବଡ଼ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ତାଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ପଦର ପ୍ରସ୍ତାବ ରଖିଥିଲେ। ମାତ୍ର ମୁଁ ଏହାକୁ ଅସ୍ଵୀକାର କରିଥିଲି। ସାମ୍ବାଦିକଙ୍କ ପୁରସ୍କାର ସମାରୋହରେ ଗଣମାଧ୍ୟମ ଜଗତକୁ ସମ୍ବୋଧିତ କରି ନୀତିନ ଗଡ଼କରୀ କହିଛନ୍ତି, ମୁଁ ସେହି ନେତାଙ୍କୁ ଜଣାଇ ଦେଇଥିଲି ଯେ ମୁଁ ଗୋଟିଏ ବିଚାରଧାରା ଓ ବିଶ୍ଵାସର ପାଳନ କରୁଥିବା ବ୍ୟକ୍ତି। ମୁଁ ଏମିତି ଏକ ପାର୍ଟିରୁ ଆସିଛି, ଯିଏ ମୋତେ ସବୁ କିଛି ଦେଇଛି ଯାହାର ମୁଁ କେବେ କଳ୍ପନା କରି ନ ଥିଲି। କୌଣସି ବି ପ୍ରସ୍ତାବ ମୋତେ ପ୍ରଲୋଭିତ କରି ପାରିବ ନାହିଁ।ତେବେ ନିଜର ଏହି ଭାଷଣ ସମୟରେ ଗଡ଼କରୀ ଉକ୍ତ ନେତାଙ୍କ ନା ନାମ ନେଇଥିଲେ ନା ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଣେ ବରିଷ୍ଠ ନେତା ମୋ ସହ ଯୋଗାଯୋଗ କରିଥିଲେ। ସେହି ସମୟରେ କୁହାଯାଉଥିଲା ବିଜେପି ପୂର୍ଣ୍ଣ ବହୁମତ ହାସଲ କରି ପାରିବ ନାହିଁ ଏବଂ ସରକାର ଗଠନ ପାଇଁ କିଛି ବିରୋଧୀ ଦଳ ନେତାଙ୍କ ସମର୍ଥନ ଆବଶ୍ୟକ ପଡ଼ିପାରେ। ମୁଁ ନେତାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲି ଯେ, ମୁଁ କିଛି ସିଦ୍ଧାନ୍ତ ଓ ବିଶ୍ଵାସ ସହିତ ବଡ଼ ହୋଇଛି। ଏହା ସହିତ କୌଣସି ପ୍ରକାରର ସାଲିସ କରି ପାରିବ
ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ବଡ଼ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ତାଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ପଦର ପ୍ରସ୍ତାବ ରଖିଥିଲେ। ମାତ୍ର ମୁଁ ଏହାକୁ ଅସ୍ଵୀକାର କରିଥିଲି। ସାମ୍ବାଦିକଙ୍କ ପୁରସ୍କାର ସମାରୋହରେ ଗଣମାଧ୍ୟମ ଜଗତକୁ ସମ୍ବୋଧିତ କରି ନୀତିନ ଗଡ଼କରୀ କହିଛନ୍ତି, ମୁଁ ସେହି ନେତାଙ୍କୁ ଜଣାଇ ଦେଇଥିଲି ଯେ ମୁଁ ଗୋଟିଏ ବିଚାରଧାରା ଓ ବିଶ୍ଵାସର ପାଳନ କରୁଥିବା ବ୍ୟକ୍ତି। ମୁଁ ଏମିତି ଏକ ପାର୍ଟିରୁ ଆସିଛି, ଯିଏ ମୋତେ ସବୁ କିଛି ଦେଇଛି ଯାହାର ମୁଁ କେବେ କଳ୍ପନା କରି ନ ଥିଲି। କୌଣସି ବି ପ୍ରସ୍ତାବ ମୋତେ ପ୍ରଲୋଭିତ କରି ପାରିବ ନାହିଁ।
ତେବେ ନିଜର ଏହି ଭାଷଣ ସମୟରେ ଗଡ଼କରୀ ଉକ୍ତ ନେତାଙ୍କ ନା ନାମ ନେଇଥିଲେ ନା ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଣେ ବରିଷ୍ଠ ନେତା ମୋ ସହ ଯୋଗାଯୋଗ କରିଥିଲେ। ସେହି ସମୟରେ କୁହାଯାଉଥିଲା ବିଜେପି ପୂର୍ଣ୍ଣ ବହୁମତ ହାସଲ କରି ପାରିବ ନାହିଁ ଏବଂ ସରକାର ଗଠନ ପାଇଁ କିଛି ବିରୋଧୀ ଦଳ ନେତାଙ୍କ ସମର୍ଥନ ଆବଶ୍ୟକ ପଡ଼ିପାରେ। ମୁଁ ନେତାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲି ଯେ, ମୁଁ କିଛି ସିଦ୍ଧାନ୍ତ ଓ ବିଶ୍ଵାସ ସହିତ ବଡ଼ ହୋଇଛି। ଏହା ସହିତ କୌଣସି ପ୍ରକାରର ସାଲିସ କରି ପାରିବି ନାହିଁ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁତମ ହାସଲ କରି ପାରିନି। ଦଳ ୨୪୦ ସିଟ୍ ଜିତିଥିବା ବେଳେ ଟିଡିପି, ଜେଡିୟୁ ପରି ଦଳର ସହଯୋଗରେ ମେଣ୍ଟ ସରକାର ଗଠନ କରିଛି। ୨୦୧୪ ଓ ୨୦୧୯ର ଲୋକସଭା ନିର୍ବାଚନରେ ବିଜେପିକୁ ଏକାକୀ ବହୁମତ ମିଳିଥିଲା। କଂଗ୍ରେସ ନେତୃତ୍ଵରେ ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ କରି ବିଜେପିକୁ କଡ଼ା ଟକ୍କର ଦେଇଥିଲା। ଫଳରେ ୪୦୦ ପାରର ନାରା ଦେଉଥିବା ଏନଡିଏ ୨୯୨ ଆସନରେ ସୀମିତ ରହିଥିଲା।