ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ, ଡର ଲାଗୁଛି…

ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛି। ଏଥିରେ ଦେଶର ବିଭିନ୍ନ ପାର୍ଟିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କେତେ ଟଙ୍କା ଦେଇଛି ସେନେଇ ସବୁ ତଥ୍ୟ ପ୍ରକାଶ ପାଇଛି। ତେବେ ଏହାକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସୁପ୍ରିମଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରାଯିବାକୁ ନେଇ ଶାହା କହିଛନ୍ତି, ସେମାନଙ୍କୁ କଳା ଧନ ଫେରି ଆସିବ ବୋଲି ଡର ଲାଗୁଛି ସେଥିପାଇଁ […] The post ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ, ଡର ଲାଗୁଛି… appeared first on Dharitri Odia News.

ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ, ଡର ଲାଗୁଛି…

ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛି। ଏଥିରେ ଦେଶର ବିଭିନ୍ନ ପାର୍ଟିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କେତେ ଟଙ୍କା ଦେଇଛି ସେନେଇ ସବୁ ତଥ୍ୟ ପ୍ରକାଶ ପାଇଛି। ତେବେ ଏହାକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସୁପ୍ରିମଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରାଯିବାକୁ ନେଇ ଶାହା କହିଛନ୍ତି, ସେମାନଙ୍କୁ କଳା ଧନ ଫେରି ଆସିବ ବୋଲି ଡର ଲାଗୁଛି ସେଥିପାଇଁ ଏହି ଯୋଜନାକୁ ରଦ୍ଦ କରିଛନ୍ତି।

୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଶାହା ଆହୁରି କହିଛନ୍ତି, କୋର୍ଟଙ୍କ ଆଦେଶକୁ ନେଇ ମୁଁ କୌଣସି ଟିପ୍ପଣୀ ଦେବାକୁ ଚାହୁଁନି। କିନ୍ତୁ ନିର୍ବାଚନୀ ବଣ୍ଡକୁ ନେଇ ଚର୍ଚ୍ଚା କଲେ ମୁଁ ଉତ୍ତର ରଖିବାକୁ ପ୍ରସ୍ତୁତ ଅଛି। ଏହି ଯୋଜନାକୁ କଳାଧନ ଶେଷ କରିବାକୁ ଅଣାଯାଇଥିଲା। ଏହି ଯୋଜନା ଲାଗୁ ହେବା ପୂର୍ବରୁ ସବୁ ପାର୍ଟିକୁ ନଗଦ ଚାନ୍ଦା ଦିଆଯାଉଥିଲା। କିନ୍ତୁ ଯୋଜନା ଲାଗୁ ହେବା ପରେ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ଚାନ୍ଦା ଦେବା ପାଇଁ ବଣ୍ଡ କିଣିବାକୁ ପଡୁଥିଲା।

ସମସ୍ତଙ୍କ ଏହି ଧାରଣା କି, ନିର୍ବାଚନୀ ବଣ୍ଡର ସର୍ବାଧିକ ଲାଭ ଭାଜପାକୁ ହୋଇଛି। କାରଣ ପାର୍ଟି କ୍ଷମତାରେ ଅଛି। ରାହୁଲ ଗାନ୍ଧୀ ମଧ୍ୟ କହିଛନ୍ତି, ଏହି ଯୋଜନା ଦୁନିଆର ସବୁଠାରୁ ବଡ ‘ଟଙ୍କା ବସୁଲ ର଼୍ୟାକେଟ’ ଅଟେ। ଭାଜପାକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୬ହଜାର କୋଟି ଟଙ୍କା ମିଳିଛି। କିନ୍ତୁ ସବୁ ଦଳଙ୍କୁ ମୋଟ ୨୦ ହଜାର କୋଟି ଟଙ୍କା ମିଳିଛି। ତା’ ହେଲେ ୧୪ ହଜାର ଟଙ୍କାର ବଣ୍ଡ କୁଆଡେ ଗଲା ବୋଲି ଶାହା କହିଛନ୍ତି।

The post ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ, ଡର ଲାଗୁଛି… appeared first on Dharitri Odia News.