ଇଶା ଫାଉଣ୍ଡେଶନ ମାମଲା: ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୧୦: ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବଙ୍କ କୋଏମ୍ବାଟୁରସ୍ଥିତ ଇଶା ଫାଉଣ୍ଡେନ ଆଶ୍ରମରେ ୨ ମହିଳାଙ୍କୁ ବେଆଇନ ଭାବେ ବନ୍ଧକ ରଖାଯାଇଥିବା ଅଭିଯୋଗର ପୋଲିସ ତଦନ୍ତ ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୫୦ ଜଣିଆ ପୋଲିସ ଟିମ୍‌ ମଙ୍ଗଳବାର ଆଶ୍ରମର ତଲାସି ନେଇଥିଲା। ସୁପ୍ରିମକୋର୍ଟ ଉକ୍ତ ହେଭିଅସ୍‌ କର୍ପସ୍‌ ପିଟିଶନ୍‌ର ବିଚାର ପାଇଁ ଏହାକୁ ହାଇକୋର୍ଟରୁ ନିଜ ଅଧୀନକୁ ନେଇଛନ୍ତି। ଜଣେ ପ୍ରଫେସର ତାଙ୍କ ୨ ଝିଅଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ […] The post ଇଶା ଫାଉଣ୍ଡେଶନ ମାମଲା: ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.

ଇଶା ଫାଉଣ୍ଡେଶନ ମାମଲା: ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୧୦: ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବଙ୍କ କୋଏମ୍ବାଟୁରସ୍ଥିତ ଇଶା ଫାଉଣ୍ଡେନ ଆଶ୍ରମରେ ୨ ମହିଳାଙ୍କୁ ବେଆଇନ ଭାବେ ବନ୍ଧକ ରଖାଯାଇଥିବା ଅଭିଯୋଗର ପୋଲିସ ତଦନ୍ତ ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୫୦ ଜଣିଆ ପୋଲିସ ଟିମ୍‌ ମଙ୍ଗଳବାର ଆଶ୍ରମର ତଲାସି ନେଇଥିଲା।

ସୁପ୍ରିମକୋର୍ଟ ଉକ୍ତ ହେଭିଅସ୍‌ କର୍ପସ୍‌ ପିଟିଶନ୍‌ର ବିଚାର ପାଇଁ ଏହାକୁ ହାଇକୋର୍ଟରୁ ନିଜ ଅଧୀନକୁ ନେଇଛନ୍ତି। ଜଣେ ପ୍ରଫେସର ତାଙ୍କ ୨ ଝିଅଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଆଶ୍ରମରେ ବନ୍ଧକ ରଖାଯାଇଥିବା ଅଭିଯୋଗ ଆଣିଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚୁନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାମିଲନାଡୁ ପୋଲିସକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନର ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବାକୁ କୁହାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଇଶା ଫାଉଣ୍ଡେଶନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

The post ଇଶା ଫାଉଣ୍ଡେଶନ ମାମଲା: ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.