ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମଧ୍ୟ ଭାରତ ରତ୍ନ ଦାବି କରିଛନ୍ତି। ପୂର୍ବରୁ ଏହି ଦାବି ହେଉଥିଲା ବେଳେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ଦାବି ଉଠାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବୁଧବାର କହିଛନ୍ତି ଯେ […] The post ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମଧ୍ୟ ଭାରତ ରତ୍ନ ଦାବି କରିଛନ୍ତି। ପୂର୍ବରୁ ଏହି ଦାବି ହେଉଥିଲା ବେଳେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ଦାବି ଉଠାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବୁଧବାର କହିଛନ୍ତି ଯେ ନୀତୀଶ କୁମାର ଏବଂ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଗିରିରାଜ ସିଂ କହିଛନ୍ତି, ନବୀନ ପଟ୍ଟନାୟକ ମଧ୍ୟ ଦୀର୍ଘ ବର୍ଷ ଧରି ଓଡିଶାର ସେବା କରିଛନ୍ତି। ‘ନୀତୀଶ କୁମାର ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। ଏହିପରି ଲୋକଙ୍କୁ ଭରତ ରତ୍ନ ପରି ପୁରସ୍କାରରେ ସମ୍ମାନିତ କରାଯିବା ଉଚିତ୍। ଏହି ସମୟରେ ଗିରିରାଜ ସିଂ ନୀତୀଶ କୁମାରଙ୍କ ନେତୃତ୍ୱରେ ଆତ୍ମବିଶ୍ୱାସ ପ୍ରକାଶ କରିବା ସହ ତାଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଜାରି ରହିବ ବୋଲି କହିଥିଲେ।
ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ ହେବ। ଆଜିର ଅନେକ ଯୁବକ ଲାଲୁ ପ୍ରସାଦ ଯାଦବଙ୍କ ଶାସନକୁ ଅନୁଭବ କରିନାହାଁନ୍ତି ବୋଲି ଉଲ୍ଲେଖ କରି ସେ କୁମାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଦୀର୍ଘ କାର୍ୟ୍ୟକାଳ ଉପରେ ଆଲୋକପାତ କରିଥିଲେ। ଏହାପୂର୍ବରୁ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ତଥା ଜେଡି (ୟୁ) ନେତା ରାଜୀବ ରଂଜନ ସିଂ କହିଛନ୍ତି ଯେ ନୀତୀଶଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ୨୦୨୫ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ।
The post ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ appeared first on Dharitri Odia News.